ୟୁପିରେ ଛିଣ୍ଡିଲା କଂଗ୍ରେସ-ଏସପି ମଧ୍ୟରେ ଆସନ ଭାଗବଣ୍ଟା

Above Post Content

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଛିଣ୍ଡିଲା ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା । ୟୁପିରେ ୧୧ ଆସନରେ ନିର୍ବାଚନ ଲଢିବ କଂଗ୍ରେସ । ଶନିବାର ସୋସିଆଲ ମିଡିଆରେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି । କଂଗ୍ରେସ ସହିତ ୧୧ଟି ମଜଭୁତ ଆସନ ସହିତ ଆମର ମହତ୍ତ୍ୱପୂର୍ଣ୍ଣ ମେଣ୍ଟର ଭଲ ଆରମ୍ଭ ହୋଇଛି । ବିଜୟର ସମୀକରଣ ସହିତ ଏହି ଧାରା ଆଗକୁ ବଢିବ । ‘ଇଣ୍ଡିଆ’ ଦଳ ଏବଂ ‘ପିଡିଏ’ର ରଣନୀତି ଇତିହାସ ବଦଳାଇ ଦେବ ବୋଲି ଅଖିଳେଶ କହିଛନ୍ତି ।

Middle post content

କେଉଁଠି ଦିଆଯାଇଛି ଆସନ ତାହା ସ୍ପଷ୍ଟ ହୋଇନି

After 2nd paragraph post ads

ଉତ୍ତରପ୍ରଦେଶରେ ଏସପି କଂଗ୍ରେସକୁ ୧୧ଟି ଆସନ ଦେବାକୁ ଘୋଷଣା କରିଛିି । ଏଥିମଧ୍ୟରୁ ଦୁଇଟି ଆସନ ରାୟବରେଲି ଏବଂ ଆମେଠୀ ମଧ୍ୟ ରହିଛି । ଏହା ବ୍ୟତୀତ ଅନ୍ୟ କେଉଁ ନଅଟି ଆସନ ଦିଆଯାଇଛି ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସିି ସୂଚନା ମିଳିନାହିଁ । ଖବର ଅନୁଯାୟୀ, ପଶ୍ଚିମ ୟୁପିରେ ଚାରୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢିପାରେ । ଏହି ଆସନ ମଧ୍ୟରୁ ଗୋଟିଏ ହେଉଛି ଉମରୋହା, ଯେଉଁଠାରେ କୁନୱାର ଦାନିଶ ଅଲି ଏମ୍‌ପି ଅଛନ୍ତି । ଗତ ମାସରେ ଡିସେମ୍ବରରେ ତାଙ୍କୁ ବିଏସପିରୁ ବହିଷ୍କାର କରାଯାଇଥିଲା ।ପଶ୍ଚିମ ୟୁପି ବ୍ୟତୀତ ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡରେ କଂଗ୍ରେସକୁ ମଧ୍ୟ ଆସନ ଦିଆଯାଇପାରେ । ଏସପି ମୁଖ୍ୟ ପୂର୍ବରୁ କହିଥିଲେ ଯେ, ସେ ଚଳିତ ମାସ ଶେଷ ସୁଦ୍ଧା ଆସନ ଉପରେ ନିଷ୍ପତ୍ତି ନେବେ । ବର୍ତ୍ତମାନ ଏହା ମଧ୍ୟ ଏସପି ଘୋଷଣା କରିଛି । ତେବେ ଏ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ରାୟବରେଲି ଆସନରେ ଜିତିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami