ରାଜସ୍ଥାନ ନିର୍ବାଚନ : ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳରୁ ଟିକେଟ୍‌

Above Post Content

ଜୟପୁର : ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଲେ ଶ୍ରୀଗଙ୍ଗାନଗରର ସୋହନଲାଲ, ଉଦୟପୁରର ଗୌରବ ବଲ୍ଲଭ, ବୟାନାରୁ ଅମର ସିଂହ ଜାଟବ, ଅନୁପଗଡ଼ର ଶିମଲା ଦେବୀ ନାୟକ । ସେହିପରି ପାଇଲଟ ଗୋଷ୍ଠୀର ବିଧାୟକ ଲାଲ ବୈରୱାଙ୍କ ଟିକେଟ କାଟି ଦିଆଯାଇଛି ।

Middle post content

କଂଗ୍ରେସ ଓ ବିଏସପି କରିଛନ୍ତି ପ୍ରାର୍ଥୀ

After 2nd paragraph post ads

ତେବେ ମଜା କଥା ହେଉଛି ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳ କଂଗ୍ରେସ ଓ ବିଏସପି ପ୍ରାର୍ଥୀ କରିଛନ୍ତି । ତାଙ୍କ ନାଁ ହେଉଛି ଇମ୍ରାନ ଖାଁ । ତାଙ୍କୁ ପ୍ରଥମେ ବିଏସପି ପ୍ରାର୍ଥୀ ଘୋଷଣା କରିଥିଲା, କିନ୍ତୁ ଏବେ କଂଗ୍ରେସ ବି ତାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାସିରାବାଦରୁ ନୂଆ ଚେହେରା ଶିବପ୍ରକାଶ ଗୁର୍ଜରଙ୍କୁ ପ୍ରାର୍ଥୀ କରାଯାଇଛି । ବିକାନୀର ପୂର୍ବରୁ ଯଶପାଲ ଗେହଲଟ, ପିଲିଭଙ୍ଗାରୁ ବିନୋଦ ଗଠେୱାଲ, ଶ୍ରୀମାଧପୁରରୁ ଦୀପେନ୍ଦ୍ର ସିଂହ ଶେଖାୱତ, ସିୱାନାରୁ ମାନବେନ୍ଦ୍ର ସିଂହ, ରାଣୀୱାଡ଼ାରୁ ରତନ ଦେବାସି ଏବଂ ଖଣ୍ଡେଲାରୁ ମହାଦେବ ସିଂହ ଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ପୁଣି ଥରେ ମଣ୍ଡଳରୁ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟଙ୍କୁ ପ୍ରାର୍ଥୀ କରିଛି । ହରିମୋହନ ଶର୍ମାଙ୍କୁ ବୁନ୍ଦିରୁ ପ୍ରାର୍ଥୀ କରାଯାଇଛି । ତେବେ ଦଳର ବରିଷ୍ଠ ନେତା ଡୁରୁମିଆଁ ଙ୍କ ଟିକେଟ୍ କାଟି ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami