କଂଗ୍ରେସକୁ ଝଟକା: ରାହୁଲଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ପୂର୍ବରୁ ଦଳ ଛାଡ଼ିଲେ ମିଲିନ୍ଦ

Above Post Content

ମୁମ୍ବାଇ : କଂଗ୍ରେସକୁ ବଡ଼ ଝଟ୍‌କା । ୫୫ ବର୍ଷର ପାରିବାରିକ ସମ୍ପର୍କ ତୁଟାଇଲେ ପୂର୍ବତନ ସାଂସଦ ମିଲିନ୍ଦ ଦେୱଡ଼ା । ରାହୁଲଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ପୂର୍ବରୁ ଦଳ ଛାଡ଼ିଲେ ପୂର୍ବତନ ସାଂସଦ ମିଲିନ୍ଦ । ରବିବାର ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଦଳରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ତେବେ ସେ ୟୁପିଏ-୨ର କାର୍ଯ୍ୟକାଳ ସମୟରେ କିଛି ସମୟ ଲାଗି କେନ୍ଦ୍ରମନ୍ତ୍ରୀ ରହିଥିଲେ ।

ଶିବସେନାରେ ସାମିଲ ହୋଇପାରନ୍ତି ମିଲିନ୍ଦ

After 2nd paragraph post ads
Middle post content

ମିଲିନ୍ଦ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । କଂଗ୍ରେସ ନେତା ମିଲିନ୍ଦ ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି ଯେ, ଆଜି ମୋ ରାଜନୀତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଂଗ୍ରେସ ପାର୍ଟି ସହିତ ଥିବା ମୋ ପରିବାରର ୫୫ ବର୍ଷର ସମ୍ପର୍କ ତୁଟାଇ ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବର୍ଷ ବର୍ଷ ଧରି ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞ । ସମର୍ଥକମାନଙ୍କ ସହିତ ମିଶି କିଛି ଯୋଜନା କରୁଛନ୍ତି କି ବୋଲି ପଚାରିବାରୁ ମୁମ୍ବାଇ ସାଉଥ୍‌ର ପୂର୍ବତନ ସାଂସଦ ମିଲିନ୍ଦ୍ ଦେୱଡ଼ା କହିଲେ, ମୁଁ ମୋ ସମର୍ଥକମାନଙ୍କ ପରାମର୍ଶ ନେଉଛି । କିନ୍ତୁ, କୌଣସି ନିଷ୍ପତ୍ତି ନେଇନାହିଁ ।

୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ମିଲିନ୍ଦ

ମିଲିନ୍ଦ କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେୱଡ଼ାଙ୍କ ପୁଅ । ମିଲିନ୍ଦ ୨୦୦୪ ଓ ୨୦୦୯ ଲୋକ ସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ ଆସନରୁ ବିଜୟୀ ହୋଇଥିଲେ । ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ । ଆଜି ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି । କିନ୍ତୁ ଗତ ଶନିବାର ନିଜେ ଦେୱଡ଼ା ଏକଥାକୁ ଗୁଜବ ବୋଲି କହିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠାରୁ ମଣିପୁର ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଦଳକୁ ମୁମ୍ବାଇରୁ ବଡ଼ ଝଟ୍‌କା ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami