ଜୟପୁର : କୋରାପୁଟ ସଭାରେ ବିରୋଧୀଙ୍କ ଉପରେ ନବୀନଙ୍କ ଶାଣିତ ଆକ୍ରମଣ । ବିରୋଧୀଙ୍କ ନିଶାନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା କଥା କହିବାର ଅଭିଯୋଗ କରିଛନ୍ତି । ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ବିରୋଧୀ ଦଳ ମିଛ କଥା କହୁଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣାମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନକୁ ଆର୍ଶିବାଦ କରନ୍ତୁ । ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସକ୍ଷେପରେ କହିଥିଲେ ।
ବିଭିନ୍ନ ଯୋଜନାରେ ଉପକୃତ ହୋଇଛନ୍ତି କି ନାହିଁ ପଚାରିଲେ ନବୀନ
ସେ ସଭାରେ ଥିବା ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ ଯେ,ଯୋଜନା ଗୁଡିକ ଭଲ କି ନାହିଁ । ଠିକ୍ ଭାବରେ ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି କି ନାହିଁ । ଭାଷଣ ଆରମ୍ଭରେ ସେ ଭୋଟରଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ପିଲା ମାନଙ୍କୁ ଦିଆଯାଉଥିବା ବୃତ୍ତି ଭଲ ଯୋଜନା କି ? କାଳିଆ ସ୍କିମ୍ ଭଲ କି ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି । ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି ।