ନବୀନଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି

Above Post Content

ସୋରଡା: ସୋରଡାରେ ଜୋରଦାର ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସେଠାରେ ୫ଟି ଅଧ୍ୟକ୍ଷଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ସେ ଜନସଭାକୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଖାଲି ଏତିକି ନୁହେଁ ମିଶନ ଶକ୍ତି ମା’ ମାନଙ୍କୁ ହଇରାଣ କରିବା ବିରୋଧୀଙ୍କ ଲକ୍ଷ୍ୟ ପାଲଟିଗଲାଣି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତକୁ ଚକ୍ରାନ୍ତ କରି ବନ୍ଦ କରିଦେଲେ । ଏବେ ମିଶନ ଶକ୍ତିକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସୋରାଡାବାସୀ ଏହାର ମୁହଁତୋଡ ଜବାବ ଦେବାକୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁଙ୍କ ଭଳି ଦୁଇ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରିଛନ୍ତି । ସୋରଡାବାସୀ ବି ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ସୋରଡାରେ ଶାନ୍ତି ରହିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

Middle post content

ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ଅନୁରୋଧ

After 2nd paragraph post ads

ଅନ୍ୟ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତେ ଜାଣନ୍ତି । ସେମାନେ ନିର୍ବାଚିତ ହେଲେ ମହିଳାଙ୍କୁ ଓ ସାଧାରଣ ଗରିବ ଲୋକଙ୍କୁ ହଇରାଣ କରିବେ । ଲୋକଙ୍କୁ ଦୁର୍ବ୍ୟବହାର କରିବେ । ସୋରଡାରେ ଶାନ୍ତି ରହିବ ନାହିଁ । ଏଥିସହିତ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କ ଆବେଦନ ପତ୍ର ଉପରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପର ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ମଜୁରିଆଙ୍କ ମଜୁରୀ ୩୫୦ ଟଙ୍କାରୁ ୪୫୦ଟଙ୍କାକୁ ବୃଦ୍ଧି କଲେ । ଦେଶର କୌଣସି ଡବଲ ଇଂଜିନ ସରକାର ଏକକାଳୀନ ଦୈନିକ ମଜୁରୀ ଶହେ ଟଙ୍କା ବଢାଇନାହାଁନ୍ତି । ଏ ସରକାର ମାଆ ମାନଙ୍କ ସରକାର, ଚାଷୀ ଓ ଯୁବକଙ୍କ ସରକାର । ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି । ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami