ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିୱାଲ

Above Post Content

ନୂଆଦିଲ୍ଲୀ: ଏଥର ବି ଇଡିର ଚତୁର୍ଥ ସମନରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ । କେଜ୍‌ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଅଣଦେଖା କରିପାରନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଆଜି ହାଜର ହେବାକୁ ନୋଟିସ କରିିଥିଲା । ହେଲେ କେଜ୍‌ରିୱାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି । ସେ ଧାର୍ଯ୍ୟ ସମୟ ଅର୍ଥାତ ଆଜି ଗୋଆ ଯିବେ । ସେଠାରେ ସେ ଆଗାମୀ ଲୋକ ସଭା ନିର୍ବାଚନ ଲାଗି ରାଜ୍ୟରେ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ଗୋଆ ଯିବେ କେଜରିୱାଲ

After 2nd paragraph post ads
Middle post content

ଗଣମାଧ୍ୟମ ପ୍ରତିନିଧିଙ୍କୁ କେଜ୍‌ରିୱାଲ କହିଥିଲେ ଯେ, ଆମେ ଆଇନ ଅନୁଯାୟୀ କାମ କରିବୁ । ହେଲେ ଭାଜପା ଲଗାତାର ଭାବେ ତାଙ୍କୁ ପଳାତକ ଭାବେ ବ୍ୟବହାର କରୁଥିବା କହି କଟାକ୍ଷ କରୁଛି । ଆଗାମୀ ଦିନରେ ଇଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଦଳର ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି । ଇଡ଼ି ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଜାନୁଆରି ୩ ତାରିଖରେ ଆସିଥିବା ସମନ୍‌କୁ ଏଡ଼ାଇ ଦେଇଥିଲେ । ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡ଼ିର ଦୁଇଟି ସମନ୍ ମଧ୍ୟ ସେ ଏଡ଼ାଇ ଦେଇଥିଲେ । ସେତେବେଳେ ସେ ୧୦ଦିନିଆ ବିପାସନା ଯୋଗ ଶିବିରକୁ ଯାଇଥିଲେ ।

ଇଡି ଜାରି କରିଥିବା ସମନ୍ ସବୁ ବେଆଇନ

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଅରବିନ୍ଦ କେଜ୍ରିୱାଲ୍ କହିଥିଲେ, ଆଇନସଙ୍ଗତ ସମନ୍ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି । କିନ୍ତୁ, ଇଡି ଜାରି କରିଥିବା ସମନ୍ ସବୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବା କଥା । ମୁଁ ସାଧୁତାର ସହିତ ଉନ୍ମୁକ୍ତ ଜୀବନଯାପନ କରେ । କିଛି ଲୁଚାଛପା କରେ ନାହିଁ । ଏହାପରେ ଜାନୁଆରୀ ୧୩ରେ ଇଡି ଚତୁର୍ଥ ସମନ ପଠାଇଥିଲା । ଏଏପି ଦ୍ୱାରା କେଜ୍‌ରିୱାଲଙ୍କ ୩ ଦିନିଆ ଗୋଆ ଗସ୍ତ ନେଇ ଘୋଷଣା କରାଯିବାର ଦିନକ ପରେ ଏହି ସମନ ଜାରି କରାଯାଇଥିଲା । ନିର୍ବାଚନ ପ୍ରଚାରକୁ ରୋକିବା ଲାଗି ଇଡି ସମନ ପଠାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami