୮ ନୂଆ ଭୂତାଣୁ ଆବିଷ୍କାର କରିଥିବା ଦାବି କଲେ ଚୀନ୍ ବୈଜ୍ଞାନିକ

Above Post Content

ଚୀନର ବୈଜ୍ଞାନିକଙ୍କ ଏକ ଟିମ୍ ଆଠଟି ନୂଆ ଭୂତାଣୁ ଆବିଷ୍କାର କରିବା ସହ ଏହା ମଣିଷକୁ ସଂକ୍ରମିତ କରିପାରେ ବୋଲି ଚେତାବନୀ ଦେଇଛନ୍ତି । ଟ୍ରପିକାଲ ଦ୍ୱୀପ ହେନାନରେ ଏହି ବିପଜ୍ଜନକ ଭୂତାଣୁ ଦେଖିବାକୁ ମିଳିଛି । ଗବେଷକମାନେ ଏହି ଭୂତାଣୁଗୁଡ଼ିକ ଉପରେ ଅଧ୍ୟୟନ କରୁଛନ୍ତି, ଯାହାଦ୍ୱାରା ବିଶ୍ୱ କରୋନା ଭଳି ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ହୋଇପାରିବ । ଚୀନର ଏହି ବୈଜ୍ଞାନିକମାନେ ଦେଶର ହାଇନାନ ଦ୍ୱୀପରୁ ମୂଷା ଏବଂ ବାଦୁଡି ଠାରୁ ୭୦୦ ନମୁନା ନେଇଛନ୍ତି । ଏହି ଗବେଷଣା ରେ ଚୀନର ବୈଜ୍ଞାନିକମାନେ ୮ଟି ନୂଆ ଭୂତାଣୁ ଠାବ କରିଛନ୍ତି । ଆବିଷ୍କୃତ ଭାଇରସଙ୍କ ଭିତରୁ ଗୋଟିଏ ସେହି ଭାଇରାଲ ପରିବାରର ଭାଇରସ ଯେଉଁ ପରିବାରରୁ କରୋନା ଭାଇରସ୍ ଆସିଛି ।

ମଣିଷକୁ କରିବ ଅଧିକ ସଂକ୍ରମିତ

After 2nd paragraph post ads

ମିରର ରିପୋର୍ଟ ଅନୁଯାୟୀ, ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି । ଏହି ଭୂତାଣୁ କିପରି ମଣିଷକୁ ସଂକ୍ରମିତ କରିପାରିବ ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ଚୀନର ବୈଜ୍ଞାନିକଙ୍କ ଏହି ଆବିଷ୍କାର ଚୀନର ସରକାରୀ ସଂସ୍ଥା ସହ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ପ୍ରକାଶ ପାଇଛି । ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଏହି ସଂଗଠନ ରହିଛି । ଏହି ପତ୍ରିକାର ସମ୍ପାଦକ ଡକ୍ଟର ସି ଜେଙ୍ଗଲି ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଯିଏ କି କରୋନା ଭାଇରସର ଗଡ଼ ଉହାନ ଇନଷ୍ଟିଚ୍ୟୁଟରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Middle post content

କ’ଣ ରହିଛି ନୂଆ କରୋନା ଭୂତାଣୁର ନାମ ?

ଏହି ଗବେଷଣାରେ ବିଭିନ୍ନ ମୂଷାଙ୍କ ମଳ ଓ ଗଳାରୁ ୬୮୨ଟି ନମୁନା ନିଆଯାଇଥିଲା । ୨୦୧୭ରୁ ୨୦୨୧ ମଧ୍ୟରେ ଏହି ଜୀବମାନଙ୍କୁ ହେନାନ୍ ଦ୍ୱୀପରୁ ଧରାଯାଇଥିଲା । ଏହାପରେ ଏହି ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା । ଏହି ବିଶ୍ଳେଷଣରେ ଅନେକ ନୂଆ ପ୍ରକାରର ଭୂତାଣୁ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ନୂଆ କରୋନା ଭୂତାଣୁ ଏବଂ ଏହାର ନାମ କୋଭ-ଏଚଏମୟୁ-୧ ରଖାଯାଇଛି । ବୈଜ୍ଞାନିକମାନଙ୍କ ଅନୁସାରେ ନୂଆ କରୋନା ଭାଇରସ୍ କେବଳ ଚିନ୍ତାର ବିଷୟ ନୁହେଁ । ୟେଲୋ ଫିଭର ଓ ଡେଙ୍ଗୁ ସହ ଅନ୍ୟ ଭୂତାଣୁ ମଧ୍ୟ ଚିନ୍ତାର କାରଣ ହୋଇଛନ୍ତି ।

ନୂଆ ଆବିଷ୍କାର ବଢାଇଲା ଦୁନିଆର ହୃଦସ୍ପନ୍ଦନ

ଏଥିରେ ଆଷ୍ଟ୍ରୋଭାଇରସ୍ ମଧ୍ୟ ରହିଛି ଯାହା ପେଟରେ ସଂକ୍ରମଣ ସୃଷ୍ଟି କରିପାରେ ବୋଲି ସେମାନେ ଦାବି କରିଛନ୍ତି । ଏମିତିକି ଏଭଳି ଏକ ଭୂତାଣୁ ଅଛି ଯାହା କ୍ୟାନସରକୁ ବଢାଇପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି । ଗବେଷକମାନେ କହିଛନ୍ତି ଯେ ଏହା ସମ୍ଭବ ଯେ ବିଶ୍ୱର ଦୁର୍ଗମ ଅଂଚଳରେ ଆହୁରି ଅନେକ ଅଜଣା ଭୂତାଣୁ ଲୁଚି ରହିଛି । ସେ କହିଛନ୍ତି ଯେ ଏହି ଫଳାଫଳ ଆମର ଭାଇରାଲ ବର୍ଗର ସୂଚନା କୁ ବଢାଇଥାଏ । ଏଥିରେ ଅଜଣା ଭୂତାଣୁ ବିଷୟରେ ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ମଧ୍ୟ କରୋନା ଭାଇରସ ବ୍ୟାପିଥିଲା ଏବଂ ଏହି ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏବେ ଏହି ନୂଆ ଆବିଷ୍କାର ଦୁନିଆର ହୃଦସ୍ପନ୍ଦନକୁ ବଢାଇଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami