ଭାଜପା ଉପରେ ବର୍ଷିଲେ ରାହୁଲ, ଆଦିବାସୀ ଜଙ୍ଗଲରେ ସୀମିତ ରୁହନ୍ତୁ ଚାହୁଁଛି ଭାଜପା

Above Post Content

ନୂଆଦିଲ୍ଲୀ,: ଭାଜପା ଉପରେ ବର୍ଷିଲେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ । ସବୁ ଆଦିବାସୀ ଜଙ୍ଗଲ ଭିତରେ ସୀମିତ ରୁହନ୍ତୁ ବୋଲି ଚାହୁଛି ଭାଜପା । ଆଦିବାସୀଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ ଭାଜପା ଚାହୁଁଥିବା ରାହୁଲ କହିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର ମଜୁଲିରେ ଆଦିବାସୀମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଏପରି କହିଛନ୍ତି ।

ଆଦିବାସୀଙ୍କୁ ଅଧିକାର ଦେଇଥିଲା କଂଗ୍ରେସ

After 2nd paragraph post ads
Middle post content

ରାଜ୍ୟ ଭାଜପା ସରକାରଙ୍କୁ ଦୋଷାରୋପ କରି ରାହୁଲ ଆହୁରି କହିଛନ୍ତି ଯେ, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇଥିଲା । ଆମେ ଆପଣଙ୍କୁ ଆଦିବାସୀ ବୋଲି କହୁଛୁ, ଏହାର ଅର୍ଥ ମୂଳ ନିବାସୀ । ଭାଜପା ଆପଣଙ୍କୁ ବନବାସୀ ବୋଲି କହିଥାଏ, ଅର୍ଥାତ୍ ଜଙ୍ଗଲରେ ରହୁଥିବା ଲୋକ । ଭାଜପା ଆଦିବାସୀମାନଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି । ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଏବଂ କଲେଜ ଯିବା, ଇଂରାଜୀ ଶିଖିବା ଏବଂ ବ୍ୟବସାୟ କରିବାର ସୁଯୋଗରୁ ବଞ୍ଚିତ ରଖିବାକୁ ଚାହୁଁଛି । ଆମେ ଚାହୁଁଛୁ ଆପଣଙ୍କର ଜଳ, ଜମି ଏବଂ ଜଙ୍ଗଲ ଫେରାଇ ଦିଆଯାଉ ।

୬୭୧୩ କିଲୋମିଟର ଯାତ୍ରା କରିବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶୁକ୍ରବାର ସକାଳେ ଡଙ୍ଗାରେ ଜୋରହାଟରୁ ମଜୁଲିରେ ପହଞ୍ଚିଥିଲେ । ରାହୁଲ ଗାନ୍ଧୀଙ୍କ ସହ ସାଧାରଣ ସଚିବ ଜୟରାମ ରମେଶ, ରାଜ୍ୟ ସଭାପତି ଭୁପେନ କୁମାର ବୋରା ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ଦେବବ୍ରତ ସୌକିଆଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛି । ଏହି ଯାତ୍ରା ୬୭୧୩ କିଲୋମିଟର ଯାତ୍ରା କରିବ । ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା । ଏହା ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami