ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

Above Post Content

ଭୁବନେଶ୍ୱର : ରାଜ୍ୟରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗକରି ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟକରି ବର୍ଷିଛି ପ୍ରମୁଖ ବିରୋଧୀ ଦଳ ବିଜେଡି । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସେଚେତକ ପ୍ରମିଳା ମଲ୍ଲିକ ଏବଂ ବିଜେଡିନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛି ଶାସକଦଳ । ସାଧାରଣ ଲୋକ ଆଶା କରୁଛନ୍ତି , ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ଏଭଳି ଏକ ପ୍ରସଙ୍ଗରେ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀମତୀ ମଲ୍ଲିକ । ସାଧାରଣଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।

Middle post content

ଅନ୍ୟପଟେ ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତାହେଲେ ଯେଉଁ ଓଡିଶାବାସୀଙ୍କ ଭୋଟରେ ଜିତିଛନ୍ତି ସେହି ଓଡ଼ିଶାବାସୀଙ୍କ ହିତକଥା ଚିନ୍ତା କରନ୍ତୁ ବୋଲି କହି ଶାସକ ଦଳକୁ କଟାକ୍ଷ କରିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଦରଦାମ ହୁ ହୁ ହୋଇ ବଢୁଛି, ଆଉ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ସରକାରଙ୍କ ଦାୟିତ୍ୱ ହେଉଛି, ଦରଦାମ ନିୟନ୍ତ୍ରଣରେ ରଖିବା । ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରି ପାରିବେ । କିନ୍ତୁ ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ ବୋଲି ଲେଖାଶ୍ରୀ କହିଛନ୍ତି ।

After 2nd paragraph post ads

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରୀ ଅସହାୟତା ପ୍ରକାଶ କରିଛନ୍ତି । ବାହାର ରାଜ୍ୟରୁ ପରିବା ଆସୁଛି, ସେଠି ଦର ବଢିଛି ବୋଲି ଏଠି ବଢୁଛି ବୋଲି ମନ୍ତ୍ରୀ କହୁଛନ୍ତି, ଯାହାକି ସତ୍ୟ ନୁହେଁ । ବ୍ୟବସାୟୀ ସଂଘ କହୁଛି ହୋର୍ଡିଂ ଯୋଗୁଁ ଦର ବଢୁଛି । ଅନ୍ୟପଟେ ଓଡ଼ିଶା ଚାଉଳ ବଳକା ରାଜ୍ୟ, ତାହେଲେ ଏଠି ଚାଉଳ ଦର କେମିତି ବଢୁଛି ? ଏଠି ଚାଉଳ ହୋର୍ଡିଙ୍ଗ ହେଉଛି, ମିଡ ଡେ ମିଲ ଵି ପ୍ରଭାବିତ ହେଉଛି । ଖାଲି ସେତିକି ନୁହେଁ, ଦରଦାମ ନିୟନ୍ତ୍ରଣକୁ ନ ଆସିଲେ ଲୋକ ବୋଝରେ ରହିବେ । ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ କଣ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିନିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami