ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

Above Post Content

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି ବା ଟିକିଲିକୁ ନେଇ ଚାଲିଛି ସୋସିଆଲ ୱାର ।

ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଟିକିଲି ମିଳୁନି ବୋଲି ଭାରତୀୟ ମାନବାଧିକାର କର୍ମୀ ସୋନମ ମହାଜନ ଟ୍ୱିଟ୍ କରିଥିଲେ । ଏହାକୁ କିଛି ପାକିସ୍ତାନୀ ନାପସନ୍ଦ କରିଥିଲେ । ଇସଲାମାବାଦରେ ଟିକିଲି ମିଳୁନି କହି ସୋନମ ଜାଣିଶୁଣି ପାକିସ୍ତାନକୁ ବଦନାମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରି ସୋନମଙ୍କୁ ଠିକରେ ଟିକିଲି ଖୋଜିଲେ ମିଳିବ ବୋଲି କହୁଛନ୍ତି । ସୋନମଙ୍କ କଥାକୁ ଅପମାନ ଭାବେ ପାକିସ୍ତାନୀ ଗ୍ରହଣ କରିବାର କାରଣ ହେଉଛି ଯେ, ଟିକିଲି ହିନ୍ଦୁ ମହିଳାଙ୍କ ପରିଧାନ । ପାକିସ୍ତାନରେ ଟିକିଲି ମିଳୁନି କହି ସୋନମ ଏକ ପ୍ରକାର ପାକିସ୍ତାନକୁ ଏହା କହିବାକୁ ଚାହୁଁଛନ୍ତି ଯେ, ଏହା ହିନ୍ଦୁ ମହିଳାଙ୍କ ପରିଧାନ ହୋଇଥିବାରୁ ମୁସଲିମ ରାଷ୍ଟ୍ର ପାକିସ୍ତାନରେ ମିଳୁନାହିଁ ।

After 2nd paragraph post ads

ପାକିସ୍ତାନୀ ଦେଲେ ଉତ୍ତର

ଇସଲାମାବାଦରେ ଟିକିଲି ନମିଳିବାକୁ ପାକିସ୍ତାନୀ ନିଜ ଦେଶର ଧର୍ମାନ୍ଧ ଚରିତ୍ର ସହିତ ଯୋଡି ଦେଖୁଛନ୍ତି । ସେମାନେ ଭାବୁଛନ୍ତି ଯେ, ଏମିତି କହି ସୋନମ ପାକିସ୍ତାନକୁ ନିଚା ଦେଖାଇବାକୁ ଚାହିଁଛନ୍ତି । ତେଣୁ ପାକିସ୍ତାନୀ ଉତ୍ତର ଦେଇ କହୁଛନ୍ତି ଯେ, ଇସଲାମାବାଦରେ କମ ହିନ୍ଦୁ ରହୁଛନ୍ତି । ତେଣୁ ସେଠାରେ ଟିକିଲି ମିଳୁନାହିଁ । କିନ୍ତୁ ସିନ୍ଧ ପ୍ରଦେଶର କରାଚିରେ ଟିକିଲି ମିଳିବ କାରଣ ସେଠାରେ ହିନ୍ଦୁ ଅଧିକ ସଂଖ୍ୟାରେ ରହୁଛନ୍ତି ।

ଟିକିଲିର ଇତିହାସ

Middle post content

ଟିକିଲିର ଇତିହାସକୁ ନେଇ ସେମିତି କିଛି ତଥ୍ୟ ନାହିଁ । ତେବେ କୁହାଯାଏ ଯେ, ତିଳକରୁ ହିଁ ଟିକିଲି ଆସିଛି । ହିନ୍ଦୁ ମହିଳା ମଥାରେ ସିନ୍ଦୁର, ତିଳକ ଲଗାଉଥିଲେ । ଅତିତରେ ପୁରୁଷ ମଧ୍ୟ ତିଳକ ଲଗାଉଥିଲେ । ତେବେ ପୁରୁଷଙ୍କ ତିଳକ ଲମ୍ବା ଥିବା ବେଳେ ମହିଳାଙ୍କ ତିଳକ ଗୋଲ ଓ ଛୋଟ ଥିଲା । ଏହି ତିଳକରୁ ହିଁ ଟିକିଲି ଆସିଛି ବୋଲି ବିଶ୍ୱାସ କରାଯାଏ । ତେବେ ଏହା କେବଳ ହିନ୍ଦୁ ଧର୍ମର ମହିଳା ଲଗାଇଥାନ୍ତି । ଇସଲାମକୁ ମାନୁଥିବା ମହିଳା ଟିକିଲି ଲଗାଇ ନଥାନ୍ତି ।

ବଲିଉଡ ଟିକିଲିର ଆକାର ବଦଳାଇ ଦେଇଥିଲା

ବଲିଉଡ ଟିକିଲିକୁ ଗ୍ଲାମରସ୍ କରିଥିଲା । ଟିକିଲିର ଆକାର ପ୍ରକାର ବଦଳିଥିଲା । ୧୯୭୦ ଦଶକ ପରେ ଟିକିଲି ଅନେକ ପ୍ରକାରର ଆସିଥିଲା । କେତେବେଳେ ଗୋଲ ତ’ କେତେବେଳେ ତୀର ଭଳି ଟିକିଲି । ତେବେ ଶିଳ୍ପା ବ୍ରାଣ୍ଡ୍ ଟିକିଲି ଭାରତରେ ଗୋଟିଏ ସମୟରେ ମହିଳାଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା । ୧୯୮୬ ମସିହାରେ ଏହି ବ୍ରାଣ୍ଡ ତା’ର ପ୍ରଥମ ଟିକିଲି ବଜାରକୁ ଛାଡିଥିଲା । ଏହି ଟିକିଲି ଅଠା ସହିତ ଆସୁଥିଲା । ଆଉ ଏହାକୁ ଲଗାଇଲେ ମଧ୍ୟ ମଥାରେ ଦାଗ ପଡୁନଥିଲା । ଆଗରୁ ଆସୁଥିବା ଟିକିଲିରେ ଅଠା ଲଗାଇବାକୁ ପଡୁଥିଲା

ଗାୟତ୍ରୀ ଦେବି ଦେଇଥିଲେ ଟିକିଲିକୁ ଅନ୍ତର୍ଜାତୀୟ ଷ୍ଟାଇଲ ମାନ୍ୟତା

ଜୟପୁରର ମହାରାଣୀ ଗାୟତ୍ରୀ ଦେବୀ ଟିକିଲିକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିୟ ଦେଇଥିଲେ । 1930 ଦଶକରେ ମହାରାଣୀ ଗାୟତ୍ରୀ ଦେବୀ ନିଜ ଫେସନ ଓ ସୌନ୍ଦର୍ଯ୍ୟ ପାଇଁ ବିଦେଶରେ ବେସ ପରିଚିତ ଥିଲେ । ଏହି ସମୟରେ ସେ ଯେତେବେଳେ ବି କୌଣସି ବିଦେଶୀ ଅତିଥିଙ୍କୁ ସାକ୍ଷାତ କରୁଥିଲେ ସେତେବେଳେ ସେ ମଥାରେ ବିଭିନ୍ନ ଷ୍ଟାଇଲର ଟିକିଲି ଲଗାଉଥିଲେ । ଏହିଭଳି ଭାବେ ସେ ଟିକିଲିକୁ ବିଦେଶରେ ପରିଚିତ କରାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami