ନୀତିଶ ଦେବେ ଇସ୍ତଫା, ଗଢିବେ ନୂଆ ସରକାର

Above Post Content

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛି ଦିନ ଧରି ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଅନିଶ୍ଚିତତାର ଅବସାନ ଘଟିବାକୁ ଯାଉଛି । ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟକୁ ଶେଷ କରି ବିଜେପି ସହ ପୁଣି ମେଣ୍ଟ କରିବା ଲାଗି ନୀତିଶ ସ୍ଥିର କରିଛନ୍ତି । ଆଜି ସେ ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ୱ ନେଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Middle post content

ବିଜେପିର ନେତାମାନଙ୍କୁ କରିବେ ମନ୍ତ୍ରୀ

After 2nd paragraph post ads

ବିହାର ରାଜନୀତିକୁ ନେଇ ପରିବେଶ ସରଗରମ ରହିଛି । ଜେଡିୟୁ, ବିଜେପି, କଂଗ୍ରେସ ଓ ଆରେଜେଡି ନେତାମାନଙ୍କର ଦିନ ତମାମ ବୈଠକ ବସି ପରିବର୍ତ୍ତିତ ପରିସ୍ଥିତି ନେଇ ବିଚାରବିମର୍ଶ ଜାରି ରହିଥିଲା । ବିଜେପି ବିଧାୟକମାନେ ପାଟନାରେ ଏକାଠି ହୋଇ ନୀତିଶଙ୍କ ସମର୍ଥନରେ ଦସ୍ତଖତପତ୍ର ପ୍ରସ୍ତୁତ କରିଛନ୍ତି । ମଧ୍ୟାହ୍ନ ଭୋଜନ ପରେ ସେମାନେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ନୀତୀଶଙ୍କ ସପକ୍ଷରେ ସମର୍ଥନପତ୍ର ପ୍ରଦାନ କରିବେ । ନୀତୀଶ ସେଠାରେ ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଜଣାଇବେ । ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ତେବେ ଆଉ ଏକ ସୂତ୍ରରୁ ପ୍ରକାଶ ଯେ ନୀତିଶ ନିଜେ ଇସ୍ତଫା ନଦେଇ ଆରଜେଡି, କଂଗ୍ରେସ ଓ ମେଣ୍ଟର ମନ୍ତ୍ରୀମାନଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବେ । ସେମାନଙ୍କ ସ୍ଥାନରେ ବିଜେପିର ନେତାମାନଙ୍କୁ ମନ୍ତ୍ରୀ କରାଯିବ । ସେ ତାଙ୍କ ନୂଆ ସରକାରରେ ବିଜେପି ନେତା ସୁଶୀଲ ମୋଦୀଙ୍କୁ ପୁଣି ଉପମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୁଶୀଲ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । କେବଳ ଏତିକି ୨୦୨୫ ପର୍ଯ୍ୟନ୍ତ ନୀତିଶ ମୁଖ୍ୟମନ୍ତ୍ରୀ ରହିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami