ଏବେ GSTରେ ରହିବ ତିନି ସ୍ଲାବ୍ ! ୧୨ ଓ ୧୮ ପ୍ରତିଶତକୁ ମିଶାଇ ହେବ ୧୬ ପ୍ରତିଶତ ସ୍ଲାବ୍ !

Above Post Content

ଜିଏସଟିକୁ ନେଇ ଗୋଟିଏ ବଡ଼ ଖବର ଆସୁଛିସିଏନବିସି ରିରୋର୍ଟ ଅନୁସାରେ ସରକାର ଜିଏସଟିର ୪ ସ୍ଲାବ୍ ବଦଳରେ ୩ ସ୍ଲାବ୍ ରଖିବାକୁ ବିଚାର କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏବେ ଗୁଡ୍ସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ-ଜିଏସଟି (ଦ୍ରବ୍ୟ ଓ ସେବା କର)ରେ ୪ ସ୍ଲାବ୍ ରହିଛି । ୫ ପ୍ରତିଶତ,୧୨ ପ୍ରତିଶତ,୧୮ ପ୍ରତିଶତ ଓ ୨୮ ପ୍ରତିଶତ ।

ସରକାର ୧୨ ଓ ୧୮ ପ୍ରତିଶତ ସ୍ଲାବକୁ ମିଶାଇ ସିଙ୍ଗଲ ସ୍ଲାବ୍ କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ନଭେମ୍ବର ୨୭ ତାରିଖ ଦିନ ଗ୍ରୁପ୍ ଅଫ୍ ମିନିଷ୍ଟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ନୂଆ ଟ୍ୟା୍କ୍ସ ରେଟ୍ ୧୫ କିମ୍ବ ୧୬ ପ୍ରତିଶତ ହୋଇପାରେ ରିପୋର୍ଟ ଅନୁସାରେ ସରକାର ଯଦି କର ଦରକୁ ୧୫ ପ୍ରତିଶତ ରଖନ୍ତି ତେବେ ରାଜସ୍ୱ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଯଦିଓ ଟୋଟାଲ ଜିଏସଟି ଦର ହ୍ରାସ ପାଇ ୧୧.୬ ପ୍ରତିଶତକୁ ଆସିଯାଇଛି । ଯାହାଦ୍ୱାରା ସରକାରଙ୍କ ଆୟ ଉପରେ ପ୍ରଭାବ ପଡିବ । ଏହି କାରଣରୁ ଜିଏସଟିର ନୂଆ ସ୍ଲାବ ରେଟ୍ ୧୬ ପ୍ରତିଶତ ହୋଇପାରେ ।

After 2nd paragraph post ads

୬୦ ପ୍ରତିଶତ ସାମଗ୍ରୀ ପାଇଁ ଟ୍ୟାକ୍ସ ଦର ବଦଳିବ !

୧୨ ଓ ୧୮ ପ୍ରତିଶତ ଟ୍ୟାକ୍ସ ସ୍ଲାବ୍ କଥା ଯଦି କହିବା ତେବେ ଜିଏସଟି ବାସ୍କେଟରେ ଯେତେସବୁ ଦ୍ରବ୍ୟ ଓ ସେବା ଆସନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଏହି କର ଦର ପରିଧି ମଧ୍ୟରେ ଆସିଥାନ୍ତି । ଜିଏସଟି କାଉନସିଲର ଆଗାମୀ ବୈଠକ ଡିସେମ୍ବର ମାସରେ ହେବାର ଅଛି । ସେହି ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିବ ବୋଲି ଆଶା କରାଯାଉଛି । ଏହା ସହିତ କିଛି ଅନ୍ୟ ଉତ୍ପାଦକୁ ମଧ୍ୟ ସରକାର ଜିଏସଟି ମଧ୍ୟକୁ ଆଣିବାକୁ ଚିନ୍ତା କରୁଛନ୍ତି ।

ଜୁଲାଇ ୨୦୨୨ରେ କ୍ଷତିପୁରଣ ସମୟସୀମା ସରୁଛି

ଜୁଲାଇ ୧ ,୨୦୧୭ରେ ପୁରା ଦେଶରେ ଜିଏସଟି ଲାଗୁ ହୋଇଥିଲା । ଆସନ୍ତା ବର୍ଷ ଜୁଲାଇରେ ଏହାକୁ ୫ ବର୍ଷ ପୁରିବ ।ଏହା ପୂର୍ବରୁ ଏହି ଟ୍ୟକ୍ସ ସିଷ୍ଟମରେ ଆମୁଳଚୁଳ ପରିବର୍ତ୍ତନ ଆସିପାରେ । ଯେତେବେଳେ ଜିଏସଟି ଲାଗୁ ହୋଇଥିଲା ସେତେବେଳେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ରାଜ୍ୟଙ୍କ ରାଜଶ୍ୱରେ ହେଉଥିବା କ୍ଷତିର ଭରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏହି ଅବଧି ଆସନ୍ତା ବର୍ଷ ଜୁଲାଇ ମାସରେ ପୁରିବ

Middle post content

ଦୁଇ ମାସରେ ଜାରି ହୁଏ କ୍ଷତିପୁରଣ

ଏବେ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ରାଜସ୍ୱହାନୀ ଜନିତ କ୍ଷତିପୁରଣ ପ୍ରଦାନ କରୁଛି । ଏହା ପ୍ରତି ଦୁଇ ମାସରେ ଥରେ ଦିଆଯାଉଛି । ରାଜ୍ୟ ଗୁଡିକଙ୍କର ଯୁକ୍ତି ହେଉଛି ଯେ, ଯଦି ନୂଆ ମଡେଲ ଉପରେ ବିଚାର ନହୁଏ ତେବେ ୨୦୨୨ ପରେ ସେମାନଙ୍କ କ୍ଷତିର ଭରଣ ହୋଇ ପାରିବ ନାହିଁ ।

ଜିଏସଟିରେ ନୂଆ ଦ୍ରବ୍ୟ ସାମିଲ ହୋଇପାରେ

କିଛିଦିନ ତଳେ ଅର୍ଥମନ୍ତ୍ରୀ ସୀତାରମଣ କହିଥିଲେ ଯେ, ଜିଏସଟିର ପ୍ରଭାବୀ କର ହାର ହ୍ରାସ ପାଇ ୧୧.୬ ପ୍ରତିଶତକୁ ଖସିଲାଣି । ମୁଳ ରାଜସ୍ୱ ନିୟୁଟ୍ରଲ ରେଟ୍ ୧୫.୫ ପ୍ରତିଶତ ଥିଲା । ଏଥିରୁ ଜଣା ପଡୁଛି ଯେ, ସରକାରଙ୍କ ଆୟ ହ୍ରାସ ପାଇଛି । ସରକାର କିଛି ନୂଆ ଦ୍ରବ୍ୟ ଓ ଉତ୍ପାଦଙ୍କୁ ଜିଏସଟି ମଧ୍ୟକୁ ଆଣିବାକୁ ବିଚାର କରୁଛନ୍ତି । ଏହେ ୧୫୦ ଦ୍ରବ୍ୟ ଓ ୮୦ ସେବା ଉପରେ ଜିଏସଟି ଲାଗୁ ହେଉନାହିଁ । ତେଣୁ ଆଗାମୀ ଦିନରେ ଏହି ସବୁ ଦ୍ରବ୍ୟ ଓ ସେବା ଉପରେ ସରକାର ଜିଏସଟି ଲାଗୁ କରିପାରନ୍ତି ।

ଚଳିତ ଆର୍ଥିକ ବର୍ଷରେ କ୍ଷତିପୁରଣ ଭାବେ ସରକାର ୬୦ ହଜାର କୋଟି ଟଙ୍କା ଜାରି କରିଛନ୍ତି

ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ରାଜ୍ୟଙ୍କୁ କେନ୍ଦ୍ର କ୍ଷତିପୁରଣ ଭାବେ ୬୦ ହଜାର କୋଟି ଟଙ୍କା ଦେଇଛି । ଜିଏସଟି କାଉନସିଲ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ବ୍ୟାକ୍ ଟୁ ବ୍ୟାକ୍ ଲୋନ୍ ସୁବିଧା ଅନ୍ତର୍ଗତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ୧.୫୯ ଲକ୍ଷ କୋଟି ଜାରି କରାଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଲକ୍ଷ୍ୟ ହାସଲ ହୋଇ ସାରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami