ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି

Above Post Content

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଆପଣଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ପୋଷ୍ଟର ଉପରେ ନିଶ୍ଚିତ ଭାବେ ପଡିଥିବ ଯେଉଁଥିରେ ଉଜ୍ୱଳା ଗ୍ୟାସ କେମିତି ମା’ମାନଙ୍କ ଆଖିରୁ ଲୁହ ପୋଛିଛି ସେ କଥା କୁହାଯାଇଛି । ଗୋଟିଏ ସମୟରେ ଉଜ୍ୱଳା ସ୍କିମକୁ ମୋଦି ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଓ ସଫଳ ଯୋଜନା ବୋଲି କୁହାଯାଉଥିଲା । ଏପରିକି ୨୦୧୯ରେ ମୋଦି ସରକାର ପାର୍ଟ-ଟୁ କେବଳ ଗ୍ୟାସ୍ ସିଲିଣ୍ଡର ପାଇଁ ସମ୍ଭବ ହୋଇଥିଲା ବୋଲି ମଧ୍ୟ କୁହାଗଲା । ସେତେବଳେ ଓଡ଼ିଶାର ଜଣେ ମନ୍ତ୍ରୀ ଏହି ଯୋଜନା ପାଇଁ ସବୁ କ୍ରେଡିଟ୍ ନିଜେ ନେଇଥିଲେ । ତାଙ୍କ କଠିନ ପରିଶ୍ରମ ପାଇଁ ଉଜ୍ୱଳା ମହିଳାଙ୍କ ଜୀବନରେ ଉଜାଲା ଆଣିବା ସହିତ ଭୋଟ୍ ଆଣିଛି ବୋଲି ତାଙ୍କ ଚେଲା ଚାମଣ୍ଡା ବୁଲେଇ ବଙ୍କେଇ ପ୍ରଚାର କରୁଥିଲେ । ଅବଶ୍ୟ ପୋଷ୍ଟରରେ ବଡ଼ ବଡ଼ ଛବି ପ୍ରଧାନମନ୍ତ୍ରୀଙ୍କର ଥିଲା । ମନେ ପକାନ୍ତୁ ୨୦୧୪ ପରେ ଅନେକ ସବସିଡ୍ ଗ୍ୟାସ୍ ମଧ୍ୟ ଛାଡି ଦେଇଥିଲେ । କାରଣ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଏମିତି କରିବାକୁ ଆହ୍ୱାନ କରିଥିଲେ । ସେମାନେ ସବସିଡି ଗ୍ୟାସ୍ ଛାଡିଲେ ଜଣେ ଗରିବ ମହିଳାଙ୍କୁ ଚୁଲିର ଧୁଆଁରେ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ଅନେକ ଭଲ ନାଗରିକ ନିଜ ଇଛାରେ ସବସିଡି ଯୁକ୍ତ ଗ୍ୟାସ ଟାଙ୍କି ସରେଣ୍ଡର ମଧ୍ୟ କରିଥିଲେ । କିନ୍ତୁ ୭ ବର୍ଷ ପରେ ଲାଗୁଛି ଉଜ୍ୱଳା ଫେଲ ମାରିଛି ।

ବିଫଳତାର ଉଦାହରଣ କେନ୍ଦ୍ରର ଉଜ୍ଜ୍ୱଳା ଯୋଜନା

After 2nd paragraph post ads

ଆକାଶଛୁଆଁ ଗ୍ୟାସ୍ ଦର ଯୋଗୁଁ ଏବେ ଗରିବ ମହିଳା ଗ୍ୟାସ୍ ଜାଳିବାକୁ ନାପସନ୍ଦ କଲେଣି । ପୁଣି ସେହି ଚୂଲି ଉପରେ ଭରସା କରୁଛନ୍ତି । ଦୁଃସ୍ୱପ୍ନ ପାଲଟିଛି କେନ୍ଦ୍ରର ଅଚ୍ଛେଦିନ୍ ପ୍ରତିଶ୍ରୁତି । ମଧ୍ୟବିତ୍ତଙ୍କ ବଜେଟ୍ ବିଗାଡ଼ିଲାଣି ଗ୍ୟାସ ଦର ବୃଦ୍ଧି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ର ସରକାର ।

ତେଜ ହରାଇଲାଣି ଉଜ୍ଜ୍ୱଳା ଯୋଜନା । ଘରେ ପଡ଼ି ପଡ଼ି ଗ୍ୟାସ୍ ଟାଙ୍କିରେ ଲାଗିଲାଣି କଳଙ୍କି । ବର୍ଦ୍ଧିତ ଗ୍ୟାସ୍ ଦର ଦେଖି ପୁଣି ଚୂଲି ଜାଳିଲେଣି ମହିଳା । ଚୁଲି ଧୁଆଁରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଉଜ୍ଜଳା ଯୋଜନା ଆଜି ସଙ୍କଟ ପାଲଟିଗଲାଣି । ଦୁଃସ୍ବପ୍ନ ପାଲଟିଛି କେନ୍ଦ୍ରର ଅଚ୍ଛେଦିନ୍ ପ୍ରତିଶ୍ରୁତି । ମଧ୍ୟବିତ୍ତଙ୍କ ବଜେଟ୍ ବିଗାଡ଼ିଲାଣି ଗ୍ୟାସ ଦର ବୃଦ୍ଧି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛିଥରେ ଗ୍ୟାସ ସରିଲେ, ରିଫିଲି ପାଇଁ ମଧ୍ୟବିତ୍ତ ପରିବାରରେ ବଜେଟ୍ ନାହିଁ ।

ଗାଁ ମହିଳାଙ୍କ ଭରସା ଚୁଲି

Middle post content

ଗାଁରେ ଅନେକ ଉଜ୍ୱଳା ସ୍କିମରେ ଗ୍ୟାସ ପାଇଥିଲେ । ଦୁଃଖକଷ୍ଟରେ ସେମାନେ ଗ୍ୟାସ୍ ରିଫିଲିଂ ମଧ୍ୟ କରୁଥିଲେ । କିନ୍ତୁ ଏବେ ଯେଉଁଭଳି ଭାବେ କେନ୍ଦ୍ର ସରକାର ଗ୍ୟାସ ଦର ବଢାଇ ଚାଲିଛନ୍ତି ସେଥିରେ ଗାଁ ଗହଳିରେ ରହୁଥିବା ଉଜ୍ୱଳା ଧାରକଙ୍କ ଅବସ୍ଥା କହିଲେ ନସରେ । କାଠ ଚୁଲିରେ ରୋଷେଇ କରି ଆଖିରୁ ଯେତିକି ଲୁହ ବାହାରୁ ନଥିଲା ସେତିକି ଲୁହ ଗ୍ୟାସ୍ ରିଫିଲିଂ ବେଳେ ବାହାରୁଛି । ତେଣୁ ଅନେକଙ୍କ ଗ୍ୟାସ୍ ଏବେ ଭାଡିକୁ ଉଠିଯାଇଛି । ଗ୍ୟାସ ଚୁଲାର ଯାଗା ନେଇଛି ପୁରୁଣା ଚୁଲି ।

ବାଲେଶ୍ବର ଜିଲ୍ଲା ଅଙ୍ଗାଗଡ଼ିଆ ଗାଁ ବାସିନ୍ଦା ପାର୍ବତୀ ସୋରେନଙ୍କ ଉଦାହରଣ ନିଅନ୍ତୁ । ଛୋଟ ବଡ଼ ହୋଇ 15 ଜଣିଆ ପରିବାର । 2 ବର୍ଷ ପୂର୍ବରୁ ତାଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଟାଙ୍କି ଓ ଷ୍ଟୋଭ୍ ମିଳିଥିଲା । ସେତେବେଳେ 650 ଟଙ୍କାରେ ଗ୍ୟାସ୍ ପୂରାଇ 15 ଦିନ ରୋଷେଇ କରୁଥିଲେ । ହେଲେ ଏବେ ହଜାରେ ଟଙ୍କା ଦେଇ ଗ୍ୟାସ୍ ପୂରାଇବାକୁ ସକ୍ଷମ ନୁହଁନ୍ତି । ଦୁଇ ତିନି ମାସ ହେଲାଣି ଗ୍ୟାସ୍ ଟାଙ୍କିକୁ ବସ୍ତାରେ ପୂରାଇ ରଖି ଦେଇଛନ୍ତି କାଠ ଚୁଲି ହିଁ ଏକ ମାତ୍ର ଭରସା ।

ସୋନପୁରରେ ମଧ୍ୟ ଘରେ ଘରେ ସମାନ ସ୍ଥିତି । କେନ୍ଦ୍ର ସରକାରଙ୍କର ଏହି ମହତ୍ବାକାଂକ୍ଷୀ ଯୋଜନା ଲୋକଙ୍କ କାମରେ ଆସୁନି । କାହାର ଗ୍ୟାସ ଟାଙ୍କି ଖତ ଗଦାରେ ପଡିଥିବା ବେଳେ କାହାର ଘରେ ନାମକୁ ମାତ୍ର ଶୋଭାବର୍ଦ୍ଧନ କରୁଛି ସଲିଣ୍ଡର । କେନ୍ଦ୍ର ସରକାରଙ୍କର ଏହି ଖାଉଟି ମାରଣ ନୀତିକୁ ତିବ୍ର ବିରୋଧ କରିଛନ୍ତି ଉପଭୋକ୍ତା ।

ଯାଜପୁର ଜିଲ୍ଲାରେ ବି ଉଜ୍ଜଲା ଯୋଜନାର ବିଫଳତା କିଛି କମ୍ ନୁହେଁ । ଗ୍ୟାସ୍ ଛାଡି କେବେଠୁ ମହିଳା ମାନେ ଚୁଲିକୁ ଆଦରି ସାରିଲେଣି । ଗ୍ୟାସ୍ ଦର ବୃଦ୍ଧି ଆଉ ମଧ୍ୟବିତ୍ତ ପରିବାରକୁ ସୁହାଉନି ବୋଲି ଗୃହିଣୀ କହିଛନ୍ତି ।

ଗରିବ ମହିଳାଙ୍କ ମୁହଁରେ ଖୁସି ଆଣିବାକୁ ୨୦୧୬ ମେ ପହିଲାରେ ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ବିଫଳତାର ଲମ୍ବା ତାଲିକାରେ କେନ୍ଦ୍ର ସରକାରଙ୍କ ଆଉ ଏକ ଯୋଜନା ବି ଯୋଡି ହୋଇଯାଇଛି । ଉଜ୍ୱଳା ଗ୍ୟାସ୍ ଜାଳିବାକୁ ହେଲେ ଗରିବଙ୍କୁ କେତେଦିନର ପେଟର ଭୋକ ମାରିବାକୁ ହେବ ତା’ର ହିସାବ ଚାଲିଛି । ଚାଉଳ, ଡାଲିରେ କାଟଛାଣ୍ଟ କଲେ ମଧ୍ୟ ଉଜ୍ୱଳା ଗ୍ୟାସ ଚିଲିକା ମାଛ ଆକାଶ କଇଁଆ ହୋଇଯାଇଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami