ପଶ୍ଚିମବଙ୍ଗରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

Above Post Content

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ବିରୋଧ ପ୍ରଦର୍ଶନ କଲା ଟିଏମସି । ପଶ୍ଚିମବଙ୍ଗ କୁଚବିହାରଠାରେ ତୃଣମୂଳ କଂଗ୍ରେସ ପାର୍ଟି କର୍ମୀମାନେ ପୋଷ୍ଟର ପ୍ରଦର୍ଶନ କରି ବିରୋଧ କରିଛନ୍ତି । ଆଜି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । ଏହି ପ୍ରବେଶ ସହିତ ରାହୁଲ ଗାନ୍ଧୀ ବାର୍ତ୍ତା ଦେଇଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟସହଯୋଗୀ ତୃଣମୂଳ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ପାଇଁ ନୁହେଁ ବରଂ ସେମାନଙ୍କ ସହ ଛିଡା ହେବା ପାଇଁ ଏଠାକୁ ଆସିଛନ୍ତି । ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆମେ ଆପଣଙ୍କ କଥା ଶୁଣିବାକୁ ଆସିଛୁ । ଦେଶରେ ଅନ୍ୟାୟ ଘଟୁଛି, ତେଣୁ ଆମେ ଆମର ଯାତ୍ରାରେ ନ୍ୟାୟ ଶବ୍ଦ ଯୋଡିଛୁ । ଅନ୍ୟାୟ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟଏକତ୍ର ଲଢ଼ିବାକୁ ଯାଉଛି ।

Middle post content

ପଶ୍ଚିମବଙ୍ଗରେ ଦିଦି ହିଁ ଯଥେଷ୍ଟ

After 2nd paragraph post ads

ତେବେ ଇଣ୍ଡିଆ ମେଣ୍ଟ ସହ ଜଡିତ ଥିବା ଟିଏମସି କଂଗ୍ରେସ ମୁଖ୍ୟ ସ୍ୱାଗତ କରିନାହିଁ । ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିବା ପରେ କୁଚବିହାରଠାରେ ତୃଣମୂଳ କଂଗ୍ରେସ ପାର୍ଟି କର୍ମୀମାନେ ପୋଷ୍ଟର ପ୍ରଦର୍ଶନ କରି ବିରୋଧ କରିଛନ୍ତି । ପୋଷ୍ଟରରେ ଲେଖାଥିଲା ଯେ ପଶ୍ଚିମବଙ୍ଗରେ ଦିଦି ହିଁ ଯଥେଷ୍ଟ । ଉଲ୍ଲେଖ ଥାଉ କି ଗତକାଲି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ । ମମତା କହିଥିଲେ, ଦଳ ପଶ୍ଚିମବଙ୍ଗରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ । କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଛି । ରାଜ୍ୟରେ ମେଣ୍ଟହେବନାହିଁ ବୋଲି ମମତାଙ୍କ ଘୋଷଣା ପରେ କଂଗ୍ରେସ ଚିନ୍ତାରେ ପଡିଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami