ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

Above Post Content

ଜୟପୁର: ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ସମସ୍ତଙ୍କୁ ଚମକାଇଲା ଭଳି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ମନୋନୀତ କରାଯାଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ସାଙ୍ଗାନେର ବିଧାୟକ ଭଜନଲାଲ ଶର୍ମାଙ୍କ ନାମ ଘୋଷଣା କରାଯାଇଛି । ଭାଜପା ଶୀର୍ଷ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ବିନୋଦ ତାବଡେ ଏବଂ ସରୋଜ ପାଣ୍ଡେୟଙ୍କୁ ରାଜସ୍ଥାନ ପର୍ଯ୍ୟବେକ୍ଷକ ଭାବେ ପଠାଇଥିଲେ । ଆଜି ଦ୍ୱୀପହରରେ ବୈଠକ ପରେ ରାଜନାଥ ସିଂ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ଆଲୋଚନା କରିଥିଲେ । ଏପଟେ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜନାଥ ସିଂହଙ୍କ ସହ ଯୋଗାଯୋଗରେ ଥିଲେ ।

Middle post content

ବିଜେପି ପ୍ରଥମ ଥର କରିଥିଲା ପ୍ରାର୍ଥୀ

After 2nd paragraph post ads

ପରେ ବିଧାୟକ ଦଳ ବୈଠକରେ ସହମତି ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ଭଜନଲାଲଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବାଛିବା ବିଜେପି ପାଇଁ ଏକ ଚାଲେଞ୍ଜ ଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଥିଲେ । ସବୁଠାରୁ ଆଗରେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନାଁ ଥିଲା । କାରଣ ସେ ପୂର୍ବରୁ ବି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାବ୍ୟତୀତ ରାଜସ୍ଥାନରେ ହିନ୍ଦୁତ୍ୱର ପୋଷ୍ଟର ବୟ ବାବା ବାଲକନାଥଙ୍କ ନାମକୁ ବି ନେଇ ଚର୍ଚ୍ଚା ଜୋର ଧରିଥିଲା । ସେପଟେ, ଗଜେନ୍ଦ୍ର ଶେଖାବତ, ସିପି ଯୋଶୀ, ଦୀୟା କୁମାରୀ ଏବଂ ରାଜବର୍ଦ୍ଧନ ରାଠୋରଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ଯାହା ବି ହେଉ, ବିଜେପି କେନ୍ଦ୍ର ନେତୃତ୍ୱଙ୍କର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି । ଭରତପୁର ବାସିନ୍ଦା ଭଜନଲାଲ ଶର୍ମା ଦୀର୍ଘ ବର୍ଷ ଧରି ଦଳରେ କାର୍ଯ୍ୟ କରି ଆସୁଛନ୍ତି । ବିଜେପି ପ୍ରଥମ ଥର ପାଇଁ ତାଙ୍କୁ ଜୟପୁରର ସିଙ୍ଗାନେର ପରି ସୁରକ୍ଷିତ ସ୍ଥାନରୁ ନିର୍ବାଚନ ଲଢିବା ପାଇଁ ଛିଡା କରାଇଥିଲା । ଆଉ ପ୍ରଥମ ଥରରେ ହିଁ ସେ ମୁଖ୍ୟମନ୍ତ୍ରୀ ହୋଇଗଲେ । ସେଠାରେ ପୂର୍ବରୁ ଥିବା ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ କାଟି ଦଳ ଭଜନଲାଲଙ୍କୁ ସଙ୍ଗାନେର ଆସନର ଟିକେଟ ଦେଇଥିଲା । ଭଜନଲାଲ ଶର୍ମା ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮, ୦୮୧ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami