ଟି-ଟେଣ୍ଟିି ସିରିଜ୍‌ର ତୃତୀୟ ମ୍ୟାଚ୍ ରେ ବାଜି ମାରିଲା ଅଷ୍ଟ୍ରେଲିଆ

Above Post Content

ଗୌହାଟୀ ରେ ଖେଳାଯାଇଥିବା ଟି-ଟେଣ୍ଟି ସିରିଜ୍ ର ତୃତୀୟ ମ୍ୟାଚ୍ କୁ ଭାରତ ହାତରୁ ଛଡାଇ ନେଇଛି କଙ୍ଗାରୁ ଟିମ୍ । ମ୍ୟାଚ୍ ରୋମାଞ୍ଚକର ରହିଥିବା ବେଳେ ଶେଷ ବଲ୍ ରେ ଚୌକା ମାରି ନିଜ ଟିମ୍ କୁ ବିଜୟ କରାଇଥିଲେ ମାକ୍ସୱେଲ୍ । ଏଥିସହ ସିରିଜ୍ ରେ ୨-୧ ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅପରାଜିତ ଶତକ ଆଧାରରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜର ତୃତୀୟ ମ୍ୟାଚରେ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଗୌହାଟୀର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ।

Middle post content

ସିରିଜ୍ ରେ ୨-୧ ରେ ଆଗୁଆ ରହିଛି ଭାରତ

After 2nd paragraph post ads

ଋତୁରାଜ ଗାଇକୱାଡଙ୍କ ଇନିଂସ ଆଧାରରେ ୨୨୨ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୨୨୩ ରନ୍ ର ଟାର୍ଗେଟ୍ ଦେଇଥିଲା ଭାରତ । ଏହାର ଜବାବରେ ଗ୍ଲେନ ମାକ୍ସୱେଲ୍ ଙ୍କ ୪୮ ବଲରେ ୧୦୪ ରନ ସଂଗ୍ରହ ଆଧାରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା କଙ୍ଗାରୁ ଦଳ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟତୀତ ଅଧିନାୟକ ମାଥ୍ୟୁ ୱେଡ ୨୮ ରନ୍ ସଂଗ୍ରହ କରିଥିଲେ ଏବଂ ଓପନର୍ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପାଇଁ ୩୫ ରନ୍ ସଂଗ୍ରହ କରିଥିଲେ । ରବି ବିଷ୍ଣଇ ଭାରତ ପାଇଁ ୨ଟି ୱିକେଟ୍ ନେଇଥିଲେ । ସେହିପରି ଭାରତ ପାଇଁ ରିତୁରାଜ ଗାଇକୱାଡ ୫୭ ବଲରେ ଅପରାଜିତ ୧୨୩ ରନ୍ ସଂଗ୍ରହ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୯ ରନ ସ୍କୋର କରିଥିବା ବେଳେ ତିଲକ ଭର୍ମା ୩୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ରହିଛି । ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami