ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ରଣନୀତି

Above Post Content

ନୂଆଦିଲ୍ଲୀ: ଫୋକସରେ ଲୋକସଭା ନିର୍ବାଚନ । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାର ରଣନୀତି ଆରମ୍ଭ କଲାଣି ଭାଜପା । ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି । ସୋମବାର ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଅୱଧ ଅଞ୍ଚଳରୁ ଭାଜପାରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବିଦ୍ରୋହୀଙ୍କୁ ଫେରାଇ ଅଣାଯିବ ।

Middle post content

ପୁଣି ବିଜେପିକୁ ଫେରିବେ ୫ ହଜାରରୁ ଅଧିକ ବିଦ୍ରୋହୀ ନେତା

After 2nd paragraph post ads

ଅନ୍ୟ ଅଞ୍ଚଳର ବିଦ୍ରୋହୀମାନେ ମଧ୍ୟ ଘରକୁ ବାହୁଡିବେ । ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫ ହଜାରରୁ ଅଧିକ ପଦାଧିକାରୀଙ୍କୁ ବହିଷ୍କୃତ କରାଯାଇଥିଲା । କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାର ରଣନୀତି ହେଉଛି ବିଦ୍ରୋହୀଙ୍କ ପ୍ରତ୍ୟାବର୍ତ୍ତନ ନିର୍ବାଚନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ । ଏଥିସହିତ ଏହା ପାର୍ଟି ସପକ୍ଷରେ ଏକ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ । ବାସ୍ତବରେ ଦଳର ସର୍ଭେରୁ ଜଣାପଡିଛି ଅନେକ ବିଦ୍ରୋହୀ ପୌରପରିଷଦ ନିର୍ବାଚନରେ ଜିତିଛନ୍ତି । ସେମାନେ ଏପର୍ଯ୍ୟନ୍ତ କୌଣସି ପାର୍ଟିକୁ ଯାଇ ନାହାନ୍ତି । ତେଣୁ ସେମାନଙ୍କୁ ଦଳକୁ ଫେରାଇ ଆଣିବା ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆହୁରି ଦୃଢ଼ ହୋଇପାରିବ । ସୋମବାର ଡେପୁଟି ସିଏମ ବ୍ରଜେଶ ପାଠକ ଏବଂ ଅୱଧ ଅଞ୍ଚଳର ସଭାପତି କମଲେଶ ମିଶ୍ରଙ୍କ ଉପସ୍ଥିତିରେ ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ୩୫ ବିଦ୍ରୋହୀଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯିବ । କୁହାଯାଉଛି ଏହି ସମୟ ମଧ୍ୟରେ ଅନ୍ୟ ଦଳର ଅନେକ କର୍ମୀ ମଧ୍ୟ ଭାଜପାରେ ଯୋଗଦେବେ । ୩୫ ବିଦ୍ରୋହୀଙ୍କ ମଧ୍ୟରେ ବହୁ ପୂର୍ବତନ କାଉନସିଲର, ୱାର୍ଡ ସଭାପତି ଏବଂ ଡିଭିଜନ ସଭାପତିଙ୍କ ବ୍ୟତୀତ ମୈଥିଲି ଶରଣ ଗୁପ୍ତା ୱାର୍ଡର ପୂର୍ବତନ କାଉନସିଲର ଦିଲୀପ ଶ୍ରୀବାସ୍ତବ, ପୂର୍ବତନ କାର୍ଯ୍ୟକାରୀ ମେୟର ସୁରେଶ ଅୱସ୍ତି ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami