ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ

Above Post Content

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଚାଲିଛି ଭୋଟ ଗଣତି । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଥିବା ବେଳେ ଏବେ ଯାଏଁ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବି ଆସିବାରେ ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବିଜେପି ଅଗ୍ରଣୀ ହାସଲ କରିଛି । ୧୯୯ଟି ଆସନ ମଧ୍ୟରୁ ୧୧୭ରେ ଆଗରେ ରହିଛି ବିଜେପି । କଂଗ୍ରେସ ୬୬ ଆସନରେ ଅଗ୍ରଣୀ ରହିଛି । ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଆଗୁଆ ରହିଛି । ଦଳ ୨୩୦ ଆସନ ମଧ୍ୟରୁ ୧୪୦ ଆସନରେ ବିଜେପି ଅଗ୍ରଣୀ ରହିଥିବାବେଳେ କଂଗ୍ରେସ ୮୭ଟି ଆସନରେ ଆଗରେ ରହିଛି । ଛତିଶଗଡର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ବଡ଼ ଅଗ୍ରଣୀ ଆଡ଼କୁ ପ୍ରଥମେ ଯାଉଥିବା ବେଳେ ଏବେ ପୁଣି ପଛକୁ ଆସିଛି । ବିଜେପି କଂଗ୍ରେସକୁ ପଛରେ ପକାଇ ଆଗକୁ ଯାଇଛି । ୯୦ ଆସନ ମଧ୍ୟରୁ ବିଜେପି ୪୯ଟି ଏବଂ କଂଗ୍ରେସ ୩୯ଟି ଆସନ ଆଗୁଆ ରହିଛି ।

Middle post content

ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ ପଛରେ ପକାଇଛି କଂଗ୍ରେସ । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସକୁ ୬୬ ସିଟରେ ଅଗ୍ରଣୀ ରହିଥିବା ବେଳେ ବିଆରଏସ୍ ୪୨ଟି ସିଟରେ ଆଗେଇ ଚାଲିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami