ଇଡିର ଷଷ୍ଠ ସମନକୁ ବି ଏଡ଼ାଇଦେଲେ କେଜ୍ରିୱାଲ୍‌

Above Post Content

ନୂଆଦିଲ୍ଲୀ: ସୋମବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଏଡ଼େଇ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ୫ ଥର ତାଙ୍କୁ ଇଡି ଡାକିଥିବା ବେଳେ ସେ ହାଜର ହୋଇ ନ ଥିଲେ । ଏଥର ଷଷ୍ଠ ଥର ବି ସେ ଇଡି ଡାକରା ସତ୍ତ୍ୱେ୍ୱ ବି ଜେରା ପାଇଁ ପହଞ୍ଚି ନାହାନ୍ତି । ଏକ ବିବୃତିରେ ଆପ୍ ଦୋହରାଇଛି ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି । କେଜ୍ରିୱାଲ୍‌ଙ୍କ ଦଳ ପକ୍ଷରୁ ଶୁଣିବାକୁ ମିଳିଛି ଯେ ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ । ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ । ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା ।

Middle post content

ଇଡିର ସମସ୍ତ ସମନ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

After 2nd paragraph post ads

ଆପ୍ ସୁପ୍ରିମୋ ଏପର୍ଯ୍ୟନ୍ତ ସମସ୍ତ ଇଡି ସମନକୁ ଏଡ଼ାଇ ଦେଇଛନ୍ତି । ଇଡିର ସମସ୍ତ ସମନ୍ ଆଇନଗତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ୍‌ଙ୍କ ଟିମ୍ । ପୂର୍ବ ପାଞ୍ଚ ଥର ୨୦୨୪ ମସିହା ଫେବ୍ରୁଆରି ୨, ଜାନୁଆରି ୧୮, ଜାନୁଆରି ୩, ଏବଂ ୨୦୨୩ ମସିହା ଡିସେମ୍ବର ୨୨, ଓ ନଭେମ୍ବର ୨ରେ ଇଡିରେ ପହଞ୍ଚିବାକୁ କେଜ୍ରିୱାଲ୍‌ଙ୍କୁ ଡକା ଯାଇଥିଲା । ଗତ ଫେବ୍ରୁଆରି ୧୭ ତାରିଖରେ, ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ଅନୁମତି ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami