ତାଲିବାନ ପ୍ରମୁଖ ଆଖୁଁଦଜାଦା କ’ଣ ପାଇଁ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ?

Above Post Content

କାବୁଲ ଉପରେ ତାଲିବାନର କବଜା ପରଠାରୁ ଏହାର ବଡ଼ବଡ଼ ନେତା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛନ୍ତି । ନିର୍ବାସନ, ଆତ୍ମଗୋପନ କରିଥିବା ତାଲିବାନ ନେତା ସବୁ ୨୦ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିଜ କଥା ରଖୁଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ପରଦା ଆଢୁଆଳରୁ ବାହାରି ନାହାନ୍ତି । ସେ ହେଉଛନ୍ତି ତାଲିବାନର ସୁପ୍ରିମ କମାଣ୍ଡର ହିବାତୁଲ୍ଲାହ ଆଖୁଁଦଜାଦା । ଅଖୁଁଯାଦା ପାକିସ୍ତାନରୁ ଆସି ଆଫଗାନିସ୍ତାନରେ ପହଂଚି ସାରିଲେଣି । କିନ୍ତୁ ସାର୍ବଜନୀକ ଭାବେ ତାଙ୍କୁ ଦେଖିବାକୁ ମିଳିନାହିଁ । ୨୧ ବର୍ଷର ସଂଘର୍ଷ ପରେ କ୍ଷମତା ଦଖଲ କରିଥିବା ଆଖୁଁଦଜାଦା କ’ଣ ପାଇଁ ନଜର ଆଢୁଆଳରେ ଅଛନ୍ତି ?

ଆଖୁଁଦଜାଦା କେଉଁଠି ?

After 2nd paragraph post ads

ଆଖୁଁଦଜାଦା ଏବେ କାନ୍ଦାହାରରେ ଥିବା କଥା କହୁଛି ତାଲିବାନ । ତାଲିବାନର ମୁଖପାତ୍ର ଜବିନୁଲ୍ଲାହ ମୁଜାହିଦ ଅନୁସାରେ ଆଖୁଁଦଜାଦା ମୁଳରୁ ହିଁ କାନ୍ଦାହାରରେ ରହି ଆସୁଛନ୍ତି । ଠିକ୍ ସମୟରେ ସେ ଲୋକଙ୍କ ସାମ୍ନାକୁ ଆସିବେ । ଆଖୁଁଦଜାଦା ହେଉଛି ତାଲିବାନର ସୁପ୍ରିମ କମାଣ୍ଡର । ୨୦୧୬ ମସିହାରେ ସେ ତାଲିବାନର ଡୋର ଧରିଥିଲା । ତା’ର ପୂର୍ବବର୍ତ୍ତି କମାଣ୍ଡର ଆମେରିକାନ ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇବା ପରେ ଆଖୁଁଦଜାଦା ଉପରେ ତାଲିବାନକୁ ପୁଣି ସଂଗଠିତ କରିବା ଦାୟିତ୍ୱ ପଡିଥିଲା । ଆଉ ଆଖୁଁଦଜାଦା ଏଥିରେ ନିଶ୍ଚିୟ ସଫଳ ହୋଇଛି ।

ରହସ୍ୟମୟ ଆଖୁଁଦଜାଦା

Middle post content

ଆଖୁଁଦଜାଦା କିଏ ? ତା’ର ଅତିତ କଣ ? ଏ ବାବଦରେ ଖୁବ ତଥ୍ୟ ରହିଛି । ଖୁବ କମ ଲୋକ ତାକୁ ଦେଖିଛନ୍ତି ଓ ତା’ଠାରୁ କମ ଲୋକ ତା’ବାବଦରେ ଜାଣିଛନ୍ତି । ଆଖୁଁଦଜାଦାର ସାର୍ବଜନୀକ ଜୀବନ ବହୁତ ସୀମିତ । ତାଲିବାନ ତରଫରୁ ବେଳେ ବେଳେ କୌଣସି ପ୍ରେସ ବକ୍ତବ୍ୟ ଜାରି ବେଳେ ଆଖୁଁଦଜାଦାର ଛୋଟ ଫଟୋଟି ଜାରି କରାଯାଇଥାଏ । ସେ କେବେ ମଧ୍ୟ ଲୋକଙ୍କ ସାମ୍ନାକୁ ଆସେ ନାହିଁ । ଏପରିକି ଅଗଷ୍ଟ ୧୫ ତାରିଖ ଦିନ କାବୁଲ ଉପରେ କବଜା ପରେ ମଧ୍ୟ ଆଖୁଁଦଜାଦା ଲୋକଙ୍କ ଗହଣକୁ ଆସିନଥିଲା । ତାଲିବାନର ଅନ୍ୟ ନେତା ମିଡିଆ ସାମ୍ନାରେ ନିଜ ବକ୍ତବ୍ୟ ରଖିଥିବା ବେଳେ ଆଖୁଁଦଜାଦା ଏବେ ମଧ୍ୟ ମିଡିଆଠାରୁ ବହୁତ ଦୁରରେ ।

ରହସ୍ୟମୟ ଇତିହାସ ?

ତାଲିବାନ ତା’ର ନେତାଙ୍କୁ ନେଇ ରହସ୍ୟମୟ ଆବରଣ ତିଆରି କରିଥାଏ । ତାଲିବାନର ପ୍ରଥମ ନେତା ମୁଲ୍ଲା ମହମ୍ମଦ ଓମାରକୁ ଏକ ଉଦାହରଣ ଭାବେ ନିଆଯାଇପାରେ । ଓମାର ନିଜ ନିଃସଙ୍ଗ ଜୀବନ ପାଇଁ କୁଖ୍ୟାତ ଥିଲା । ଆଫଗାନିସ୍ତାନ ଉପରେ କବଜା ପରେ ସେ କେବେ ମଧ୍ୟ କାବୁଲ ବାହାରକୁ ଯାଇନଥିଲା । ମିଡିଆ ପାଖରେ ତା’ର ଗୋଟିଏ ପୁରୁଣା ଷ୍ଟାମ୍ପ ସାଇଜ୍ ଫଟୋ ଥିଲା । କାନ୍ଦାହାରରୁ ନିଜ ଅଭିଯାନ ଆରମ୍ଭ କରିଥିବା ମୁଲ୍ଲା ଓମାର ବିଦେଶୀ ପ୍ରତିନିଧିଙ୍କୁ ମଧ୍ୟ ସହଜରେ ସାକ୍ଷାତ ଦେଉନଥିଲା । ଏବେ ବି ତାଲିବାନର ବଡ ନେତା ହେଉଛି ମୁଲ୍ଲା ଓମାର । ମୁଲ୍ଲା ମରିବା ପରେ ମଧ୍ୟ ତା’ରି ଶବ୍ଦ ହିଁ ତାଲିବାନର ସମ୍ବିଧାନ ।

ଓମାର ରାସ୍ତାରେ ଅଖୁଁଯାଦା

ଓମାର ଭଳି ମୁଲ୍ଲା ମଧ୍ୟ ଅଦୃଷ୍ୟ ରହି ସବୁକିଛି ନିୟନ୍ତ୍ରଣ କରିବାରେ ବିଶ୍ୱାସ କରେ ବୋଲି ରାଜନୈତିକ ବିଶେଷଜ୍ଞ ଲରେଲ ମିଲର କୁହନ୍ତି । ମିଲରଙ୍କ ଅନୁସାରେ ମୁଲ୍ଲା ଓମାର ଭଳି ଆଖୁଁଦଜାଦା ବୈରାଗୀର ଜୀବନ ଯିଉଁଛି । ଏହା ସହିତ ନିଜ ପୂର୍ବବର୍ତ୍ତି କମାଣ୍ଡର ଯେଉଁଭଳି ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିଲା ,ତାକୁ ଦୃଷ୍ଟିରେ ରଖି ତାଲିବାନ ନିଜ ସୁପ୍ରିମ କମାଣ୍ଡରକୁ ସର୍ବସାଧାରଣକୁ ଆଣୁନାହିଁ । ଆଉ ଯଦି ବି ଆଖୁଁଦଜାଦା କେବେ ସାର୍ବଜନୀନ ଭାବେ ଆତ୍ମପ୍ରକାଶ କରେ ତେବେ ଖୁବ ଅଳ୍ପଦିନ ପାଇଁ କି ଅଳ୍ପ ସମୟ ପାଇଁ ସେଭଳି ହେବ । ସେ ଜୀବିତ ବୋଲି ପ୍ରମାଣ ଦେବା ପରେ ଆଖୁଁଦଜାଦା ପୁଣିଥରେ ସମସ୍ତଙ୍କ ନଜର ଆଢୁଆଳରୁ ଦୁରକୁ ଚାଲିଯିବ ବୋଲି ମିଲର କୁହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami