ହେମନ୍ତ ସୋରେନଙ୍କ ପରେ କିଏ ହେବେ ଗିରଫ ? ଇଡି ସ୍କାନରରେ ଆଉ ୪ ମୁଖ୍ୟମନ୍ତ୍ରୀ

Above Post Content

ନୂଆଦିଲ୍ଲୀ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚୌକି ଇଡି ପାଇଁ ଯାଇଛି । ଅର୍ଥ ହେରଫେର ମାମଲାରେ ଇଡିର ଜେରା ଓ ପରେ ଗିରଫଦାରୀ କାରଣରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ବିରୋଧୀ ମହାମେଣ୍ଟ-ଇଣ୍ଡିଆର ବଡ଼ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେମନ୍ତ । ହେମନ୍ତଙ୍କ ଗିରଫଦାରୀ ଇଣ୍ଡିଆ ମେଣ୍ଟ ଭିତରେ ନିଶ୍ଚିତ ଭାବେ ହଇଚଇ ସୃଷ୍ଟି କରିଛି । କାରଣ କୁହାଯାଉଛି ଯେ, ହେମନ୍ତ ଗିରଫଦାରୀ ସହିତ ଇଡିର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଗକୁ ଆଉ ୪ ଜଣ ମୁଖ୍ୟମନ୍ତ୍ରୀ ଗିରଫ ହୋଇ ପାରନ୍ତି । ସେହି ୪ ଜଣଙ୍କର ଇଣ୍ଡିଆ ମେଣ୍ଟ ସହିତ ସମ୍ପର୍କ ରହିଛି । ହେମନ୍ତ ଏକମାତ୍ର ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଇଡି ସ୍କାନରରେ ଥିଲେ । ହେମନ୍ତ ସୋରେନଙ୍କ ବ୍ୟତୀତ ଇଡି ମଧ୍ୟ ଆଉ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରୁଛି । ଇଡି ତାଲିକାରେ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେହି ୪ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯେଉଁମାନେ ଇଡି ତାଲିକାରେ ଅଛନ୍ତି ।

ଦିଲ୍ଲୀ ସିଏମ କେଜ୍ରିୱାଲ

After 2nd paragraph post ads

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଇଡି ସ୍କାନରରେ ଅଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନିତୀ ତଦନ୍ତ ମାମଲାରେ ପଚରାଉଚରା ପାଇଁ ଇଡି ଏପର୍ଯ୍ୟନ୍ତ ତାଙ୍କୁ ୫ ଟି ସମନ ପଠାଇଛି । କିନ୍ତୁ କେଜରିୱାଲ ଥରୁଟିଏ ମଧ୍ୟ ହାଜର ହୋଇ ନାହାନ୍ତି । ସମୟ ସମୟରେ କେଜ୍ରିୱାଲଙ୍କ ଗିରଫଦାରୀ ବିଷୟରେ ଗୁଜବର ବଜାର ମଧ୍ୟ ଗରମ ହୋଇଯାଏ । କୁହାଯାଉଛି ଯେ, ସାଧାରଣ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫ ହେବା ଥୟ ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ

Middle post content

ଏଥି ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ବିରୋଧରେ ଅର୍ଥ ହେରଫେର ମାମଲାର ମଧ୍ୟ ଇଡି ତଦନ୍ତ କରୁଛି । ୧୯୯୫ ମସିହାରେ ବିଜୟଙ୍କ ବିରୋଧରେ ହୋଇଥିବା ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଇଡି ଅନୁସନ୍ଧାନ କରୁଛି । ସେ ମଧ୍ୟ ଗିରଫ ହେବାର ଆଶଙ୍କା କରାଯାଉଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ YS ଜଗନମୋହନ ରେଡ୍ଡୀ ମଧ୍ୟ ଇଡି ସ୍କାନରରେ ଅଛନ୍ତି । ଭାରତୀ ସିମେଣ୍ଟର ଆର୍ôଥକ ମାମଲା ପ୍ରସଙ୍ଗରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ତଦନ୍ତ ଚାଲିଛି । କୁହାଯାଉଛି ଯେ, ଜଗନମୋହନଙ୍କୁ ଏନଡିଏ ବିରୋଧୀ ମେଣ୍ଟରୁ ଦୁରେଇ ରଖିବା ପାଇଁ ଏହା ହେଉଛି ପ୍ରେସର ଟାକ୍ଟିସ୍ ।

ଇଡି ରାଡାରରେ ରେବାନ୍ତ ରେଡ୍ଡୀ

ନିକଟରେ ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ସରକାର ଗଠନ କରିଛି । ରେବନ୍ତା ରେଡ୍ଡୀ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କ ବିରୋଧରେ ତଦନ୍ତ କରୁଛି । ବିଧାନସଭାରେ ଟିଡିପିର ତତ୍କାଳୀନ ନେତା ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ୨୦୧୫ ରେ ଏମଏଲସି ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ,ରେଡି ଜଣେ ମନୋନୀତ ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଟିଡିପି ନେତା ଅଭିଯୋଗ କରିଥିଲେ । ତେଣୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେତେବେଳେ ଇଡି ଦ୍ୱାରା ଗିରଫ ହୋଇପାରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami