ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଧାୟକ ନିଲମ୍ବିତ

Above Post Content

ଶିମଲା: ନିଲମ୍ବିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକ । ଏହି ସମସ୍ତଙ୍କୁ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ନିଲମ୍ବିତ କରିଛନ୍ତି । ଏବେ ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି । ଏହି ସମୟରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ୧୫ ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି । କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି । ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି । ଯାହା ପରେ ଏହି ସବୁ ଘଟଣା ଆରମ୍ଭ ହୋଇଛି ।

Middle post content

ସଦସ୍ୟମାନଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯାଉ

After 2nd paragraph post ads

ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ୧୫ ଜଣ ବିଧାୟକଙ୍କୁ ନିଲମ୍ବିତ କରି କହିଛନ୍ତି, ସେମାନଙ୍କ କାର୍ଯ୍ୟ ଅସଂସଦୀୟ । ଯାହା ଏହି ଗୃହ ଏବଂ ବିଧାନସଭାର ସମ୍ମାନକୁ କ୍ଷତି ପହଞ୍ଚାଇଛି । ଏହି ପରିସ୍ଥିତିରେ ଗୃହ ଚଳାଇବା ସମ୍ଭବ ନୁହେଁ । ସେ କହିଛନ୍ତି ମୁଁ ପ୍ରସ୍ତାବ ଦେଉଛି ଯେ ନିମ୍ନଲିଖିତ ସଦସ୍ୟମାନଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯାଉ, ଯାହାଫଳରେ ଏହି ସମ୍ମାନଜନକ ଗୃହର ପ୍ରକ୍ରିୟା ସୁରୁଖୁରୁରେ ସଞ୍ଚାଳନ ହୋଇପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami