![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଲଣ୍ଡନ: ଝିଅକୁ ନେଇ ଲଞ୍ଚ ଡ଼େଟ୍ରେ ଗଲେ କ୍ରିକେଟର ବିରାଟ କୋହଲି । ଲଣ୍ଡନରେ ବିରାଟ ଝିଅକୁ ନେଇ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ନଜର ଆସିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ ବି କରିଛନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ବିରାଟ ଝିଅ ଭାମିକାଙ୍କର ନେଉଛନ୍ତି ସମ୍ପୂର୍ଣ୍ଣ ଯତ୍ନ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଲଣ୍ଡନରେ ପୁଅ ଅକାୟଙ୍କୁ ଜନ୍ମ ଦେଇଛନ୍ତି । ଯେଉଁଠାରେ ତାଙ୍କର ସମସ୍ତ ପରିବାର ତାଙ୍କ ସହିତ ଅଛନ୍ତି । ଏହାକୁ ନେଇ ବିରାଟଙ୍କ ଘରେ ଖୁସିର ପରିବେଶ ରହିଛିି । ନିକଟରେ ଲଣ୍ଡନରୁ ବିରାଟ କୋହଲିଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା । ଏବେ ଆଉ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ବିରାଟ ଝିଅ ଭାମିକା ସହ ଲଞ୍ଚ ଡେଟ୍ରେ ଯାଇଛନ୍ତି । ରେଷ୍ଟୁରାଣ୍ଟରେ ଭାମିକା ଏବଂ ବିରାଟ ଖାଉଥିବାର ନଜର ଆସିଛନ୍ତି । ଅନୁଷ୍କା ପୁଅ ଅକାୟଙ୍କ ଯତ୍ନ ନେଉଥିବାବେଳେ ବିରାଟ ଝିଅ ଭାମିକାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖି ବହୁତ ଖୁସି ହୋଇଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)