ନିଶାରେ ଆସିଥିଲା ଟ୍ୱିଟର ଆଇଡିଆ, ଟ୍ୱିଟର କାହାଣୀରେ ଅଛି ଡ୍ରାମା ଓ ସସପେନ୍ସ

Above Post Content

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କୁ ନେଇ ଢେର ଚର୍ଚ୍ଚା ହେଉଛି । ମସ୍କ ଟ୍ୱିଟର ମାଲିକ ହେବା ପରେ ଟ୍ୱିଟର ସତରେ ନିରପେକ୍ଷ ହେବ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ମସ୍କଙ୍କ ମାଲିକାନାକୁ ଆସିବା ପରେ ଟ୍ୱିଟର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଚାଲୁ କରିଦେବେ । ଟ୍ୱିଟର ବିରୋଧରେ ବିଶ୍ୱର ସବୁ ଦକ୍ଷୀଣପନ୍ଥୀଙ୍କ ଅଭିଯୋଗ ଯେ,ଏହା ଲିବେରାଲଙ୍କ କବଜାରେ ଅଛି । ତେଣୁ ବିରୋଧ ମତ ପାଇଁ ଟ୍ୱିଟରରେ ସ୍ପେସ ନାହିଁ । ଏବେ ମସ୍କ, ଯିଏ କିଛି ମାତ୍ରାରେ ଦକ୍ଷୀଣପନ୍ଥୀ ବୋଲି କୁହାଯାଏ- ତାଙ୍କ ଅଧିନକୁ ଟ୍ୱିଟର ଆସିବା ପରେ ଲିବରାଲଙ୍କ ପାଇଁ ଖରାପ ବେଳା ଆସିବ କି ? ନା ମସ୍କ ସମସ୍ତଙ୍କୁ ସମାନ ନଜରରେ ଦେଖିବେ ? ଏହି ପ୍ରଶ୍ନର ଉତ୍ତର ଭବିଷ୍ୟତ ପାଖରେ ଅଛି । ତେବେ ଆସନ୍ତୁ ଜାଣିବା ଯେଉଁ ଟ୍ୱିଟରକୁ ମସ୍କ ଏତେ ଲକ୍ଷ କୋଟି ଦେଇ କିଣିଛନ୍ତି ତା’ର ଆରମ୍ଭ କେମିତି ହୋଇଥିଲା ?

ମଦନିଶାରୁ ଟ୍ୱିଟରର ଜନ୍ମ

After 2nd paragraph post ads

୨୦୦୬ । ଆମେରିକାର ସାନଫ୍ରାନସିସ୍କୋ ସହରର ଏକ ବାରରୁ ଦୁଇ ଜଣ ବ୍ୟକ୍ତି ବାହାରକୁ ଆସିଲେମଦନିଶାରେ ଚୁର ଥିବା ଏହି ଦୁଇ ବ୍ୟକ୍ତି କାରରେ ବସି ନିଜ ଭବିଷ୍ୟତ ବାବଦରେ କଥା ହେବାକୁ ଲାଗିଲେ । ଜଣେ ଥିଲେ ଜନ୍ ଡୋର୍ସି, ଅନ୍ୟ ଜଣକ ଥିଲେ ନୋଆ ଗ୍ଲାସ । ଉଭୟ ଓଡିଓ ନାମକ କମ୍ପାନୀ ପାଇଁ କାମ କରୁଥିଲେ । ଜନ୍ ଡୋର୍ସି ଓଡିଓର ୱେବ୍ ଡେଭଲପର ଥିଲେଗ୍ଲାସ କମ୍ପାନୀର କୋ-ଫାଉଣ୍ଡର(ସହ ପ୍ରତିଷ୍ଠାତା) । ଉଭୟଙ୍କ ପାଇଁ ୨୦୦୬ ଥିଲା ଖରାପ ବର୍ଷ । ସେହି ବର୍ଷ ଆପଲ କମ୍ପାନୀ ତା’ର ଆଇପୋଡ୍ ଲଂଚ୍ କରିଥାଏ । ଆଇପୋଡ୍ ପାଇଁ ଓଡିଓର ବ୍ୟବସାୟ ଧ୍ୱଂସ ହୋଇଯାଇଥିଲା । ଏମିତିରେ ଦୁଇଜଣଙ୍କ ପାଇଁ ଏହି ସମୟ ଥିଲା ଖରାପ ବେଳା । ଜ୍ୟାକ୍ ଡର୍ସି ମଦ ନିଶାରେ କହିଲେ ମୁଁ କମ୍ପାନୀ ଛାଡିଦେବି । ଗ୍ଲାସ ପଚାରିଲେ କମ୍ପାନୀ ଛାଡି କ’ଣ କରିବ ? ଡୋର୍ସିଙ୍କ ଉତ୍ତର ଥିଲା ଗୋଟିଏ ୱେବସାଇଟ୍ ତିଆରି କରିବି । ଯେଉଁଥିରେ ୟୁଜର୍ସ ନିଜ କରେଣ୍ଟ୍ ଷ୍ଟାଟସ ସେୟାର କରିବେ, ସେମାନେ କ’ଣ କରୁଛନ୍ତି ଓ କ’ଣ ଭାବୁଛନ୍ତି ସେ ବାବଦରେ ଅନ୍ୟମାନଙ୍କୁ ଜଣାଇବେ । ଗ୍ଲାସଙ୍କୁ ଆଇଡିଆ ଭଲ ଲାଗିଥିଲା । ସେ କହିଥିଲେ ଏହି ଆଇଡିଆ ଉପରେ କାମ କରାଯାଇପାରେ ।

ଆଉ ଜନ୍ମ ହେଲା ଟ୍ୱିଟର…

ଏହାର କିଛି ଦିନ ପରେ ଓଡିଓ ଅଫିସରେ ଗୋଟିଏ ମିଟିଂ ହୋଇଥିଲା । ସେହି ମିଟିଂରେ ସମସ୍ତଙ୍କୁ ନିଜ ନିଜ ଆଇଡିଆ ବାବଦରେ କହିବାକୁ କୁହାଯାଇଥିଲା । ଡୋର୍ସି ଏକ କାଗଜରେ ଟ୍ୱିଟରର ବ୍ଲୁପ୍ରିଣ୍ଟ୍ ଦେଇଇଥିଲେ । ଲେଖିଥିଲେ ଗୋଟିଏ ନମ୍ବରରୁ ମେସେଜ କରାଯିବ । ମେସେଜ୍ ସବୁ ବନ୍ଧୁଙ୍କ ପାଖରେ ପହଂଚିବ । ଏହି ମିଟିଂରେ ହିଁ ଟ୍ୱିଟରର ନାମ ପଡିଥିଲା ।

Middle post content

ଗ୍ଲାସ୍ ଦେଇଥିଲେ ନାମ କିନ୍ତୁ କମ୍ପାନୀ ତାଙ୍କୁ ବିଦା କରିଥିଲା…

ଗ୍ଲାସ ପ୍ରଥମ ମିଟିଂରେ ଟ୍ୱିଟରର ନାମ କରଣ କରିଥିଲେ । ଟ୍ୱିଟରର ନାମ ସେତେବେଳେ ଥିଲା twttr, twitter ନୁହେଁ । ୨୨ ମାର୍ଚ୍ଚ ୨୦୦୬ରେ ଡୋର୍ସି ପ୍ରଥମ ଟ୍ୱିଟ୍ କରିଥିଲେ.. just setting up my twttr.. । କିନ୍ତୁ ଟ୍ୱିଟରର ଏହି କାହାଣୀ ଏତେ ସିଧା ନଥିଲା । ଏଥିରେ ଡ୍ରାମା ଥିଲା । ଅଫିସ ପଲିଟିକ୍ସ ବି ଥିଲା । ସସପେନ୍ସ ବି ଥିଲା । ଯେଉଁ ଗ୍ଲାସ୍ ଓଡିଓର କୋ-ଫାଉଣ୍ଡର ଥିଲେ , ଯିଏ ଟ୍ୱିଟର ଜନ୍ମର ସାକ୍ଷୀଥିଲେ ତାଙ୍କୁ ଶେଷକୁ କମ୍ପାନୀରୁ ବିଦା ହେବାକୁ ପଡିଥିଲା । ଓଡ଼ିଓର ପ୍ରତିଷ୍ଠାତା ଏଭନ ୱିଲିୟମ ଜ୍ୟାକ୍ ଡୋର୍ସିଙ୍କୁ ଗ୍ଲାସଙ୍କୁ ବିଦା କରିବାକୁ କହିଥିଲେ ।

ଟ୍ୱିଟର ଆରମ୍ବ ପୂର୍ବରୁ ଜ୍ୟାକ୍ ବେକାର ଥିଲେ । ସେ ନିଜ ରେଜ୍ୟୁମ ଏଭନଙ୍କ ପାଖକୁ ପଠାଇଥିଲେ । ଏଭନ ବ୍ଲଗର ଡଟ୍ କମର ପ୍ରତିଷ୍ଠାତା ଥିଲେ । ଯାହାକୁ ପରେ ଗୁଗଲ କିଣିନେଇଥିଲା । ଏଭନଙ୍କ ଜରିଆରେ ଡୋର୍ସି ଗ୍ଲାସଙ୍କୁ ଭେଟିଥିଲେ । ତେବେ ପେଶାଗତ ମତଭେଦ ପାଇଁ ଗ୍ଲାସଙ୍କୁ କମ୍ପାନୀ ଛାଡିବାକୁ ପଡିଥିଲା । ଗ୍ଲାସଙ୍କୁ ୬ ମାସ ମଧ୍ୟରେ ମନକୁ ମନ କମ୍ପାନୀ ଛାଡିବାକୁ କୁହାଯାଇଥିଲା । ଯଦି ସେ ନିଜେ କମ୍ପାନୀ ନଛାଡନ୍ତି ତେବେ ତାଙ୍କୁ ବିଦା କରାଯିବ ବୋଲି ଡୋର୍ସିଙ୍କ ଜରିଆରେ ଏଭନ କହିଥିଲେ । ଏମିତି ଟ୍ୱିଟରର ସହପ୍ରତିଷ୍ଠାତା ଗ୍ଲାସ ପ୍ରଛଦପଟ୍ଟକୁ ଚାଲିଯାଇଥିଲା ।

ସେୟାର ହୋଲ୍ଡରଙ୍କ କ୍ଷତି

୧୫ ଜୁଲାଇ ୨୦୦୬ରେ ଟ୍ୱିଟର ଅଫିସିଆଲି ଲଂଚ୍ ହୋଇଥିଲାଅଫିସିଆଲି ଲଂଚ୍ ହେବା ପରେ ଏହାର ନାମ ଟ୍ୱିଟର ହୋଇଥିଲା । ଲଂଚ ହେବା ପରେ ଏଥିରେ କୌଣସି ଭବିଷ୍ୟତ ଅଛି ବୋଲି କଂପାନୀ ସେୟାର ହୋଲ୍ଡରଙ୍କ ମନେ ହୋଇଥିଲା । ଫଳରେ ଏଭନ ସେୟାର ହୋଲ୍ଡରଙ୍କଠାରୁ ୫ ମିଲିୟନ ଡଲାରରେ ସବୁ ସେୟାର କିଣିନେଇଥିଲେ । ଆଜି ସେହି କମ୍ପାନୀ ୩ ଲକ୍ଷ ୫୨ ହଜାର କୋଟି ଟଙ୍କାରେ ବିକ୍ରି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami