ତାଲିବାନ ପାକିସ୍ତାନକୁ ତା’ର ଔକାତ ଦେଖାଇଛି । ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ପାକିସ୍ତାନୀ ମୁଦ୍ରାକୁ ବ୍ୟବହାର କରିବା ଲାଗି ଜଣେ ପାକ୍ ମନ୍ତ୍ରୀଙ୍କ ପ୍ରସ୍ତାବକୁ ତାଲିବାନ ପ୍ରତ୍ୟାଖାନ କରି ଦେଇଛି । ପାକ୍ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ତାଲିବାନ କହିଛି ଯେ, ପାକିସ୍ତାନ ପ୍ରଥମ ନିଜ ରୂପୟାର ହାଲତ ଦେଖୁ ।
ଆଫଗାନିସ୍ତାନ କଲଚରାଲ କମିଶନ ସଦସ୍ୟ ଅହମଦୁଲ୍ଲା ବାସିକ କହିଛନ୍ତି ଯେ, ପାକିସ୍ତାନ ଭଳି ପଡୋଷୀ ଦେଶଙ୍କ ସହିତ ଲେଣ-ଦେଣ ପାଇଁ ଆଫାଗନୀ ମୁଦ୍ରା ହିଁ ବ୍ୟବହାର କରାଯିବ ।
ପାକ୍ ରୁପୟାରେ କାରବାର
ଏହି ବୟାନ ସେହି ଗୁଜବ ପରେ ଆସିଛି ଯେଉଁଥିରେ କୁହାଯାଉଥିଲା ଯେ, ପାକିସ୍ତାନ ଖୁବଶୀଘ୍ର ଆଫଗାନିସ୍ତାନ ସହିତ ରୁପୟା ମାଧ୍ୟମରେ ବାଣିଜ୍ୟ କରିବ । ଏହାଦ୍ୱାରା ଚାଲୁ ଖାତା କ୍ଷତି ( Current Account Deficit) କମ କରିବାରେ ସୁବିଧା ହେବ । ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାସିକ୍ କହିଛନ୍ତି ଯେ, ଏଭଳି ଖବରରେ କୌଣସି ସତ୍ୟତା ନାହିଁ । ଗତ ସପ୍ତାହରେ ପାକିସ୍ତାନୀ ଅର୍ଥମନ୍ତ୍ରୀ ଶୌକତ ତାରିନ୍ କହିଥିଲେ ଯେ, ସରକାର ଡଲାର ଭଣ୍ଡାର ଅକ୍ଷୁର୍ଣ୍ଣ ରଖିବାକୁ ଆଫଗାନିସ୍ତାନ ସହିତ ବାଣିଜ୍ୟ କାରବାରରେ ରୁପୟାର ପ୍ରୟୋଗ କରିବା ପାଇଁ ଚିନ୍ତା କରୁଛନ୍ତି ।
ପାକ୍ ଆଶାରେ ପାଣି
ପାକିସ୍ତାନୀ ବ୍ୟବସାୟୀ ଏହାକୁ ବ୍ୟବସାୟ ବୃଦ୍ଧି ଦିଗରେ ଉତ୍ତମ ପଦକ୍ଷେପ ବୋଲି କହିଥିଲେ । ତେବେ ଆଫଗାନିସ୍ତାନର ଏଭଳି ପ୍ରତିକ୍ରିୟା ଦ୍ୱାରା ସେମାନଙ୍କ ଆଶା ଫସର ଫାଟିଯାଇଛି । ବ୍ୟବସାୟୀଙ୍କ କହିବା ଥିଲା ଯେ, ଏଭଳି କରେନ୍ସି ସ୍ୱାପ୍ ଏଗ୍ରିମେଣ୍ଟ୍ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ଡଲାରର ଆବଶ୍ୟକତା ପଡିବ ନାହିଁ । ଏହାଫଳରେ ବୈଦେଶିକ ମୁଦ୍ରା ପାଣ୍ଠି ସଂଚୟ ହେବ ।
କରେନ୍ସି ସ୍ୱାପିଂ କ’ଣ ?
କରେନ୍ସି ସ୍ୱାପିଂର ଅର୍ଥ ହେଉଛି ମୁଦ୍ରା ଅଦଳ ବଦଳ । ଯେତେବେଳେ ଦୁଇଟି ଦେଶ ମଧ୍ୟରେ କିମ୍ବା ଦୁଇ ଜଣ ବ୍ୟକ୍ତି ବିନା କୌଣସି ଆର୍ଥିକ କ୍ଷତିରେ ନିଜ ଆର୍ଥିକ ଆବଶ୍ୟକତା ପୁରଣ କରିବା ପାଇଁ ମୁଦ୍ରା ଅଦଳ ବଦଳ ପାଇଁ ଚୁକ୍ତି କରନ୍ତି ସେତେବେଳେ ଏହାକୁ କରେନ୍ସି ସ୍ୱାପିଂ କୁହାଯାଏ । ଭାରତର ନେପାଳ ଓ ଭୁଟାନ ଭଳି ଦେଶଙ୍କ ସହିତ କରେନ୍ସି ସ୍ୱାପିଂ ଚୁକ୍ତି ରହିଛି । ନେପାଳର ୮ ଟଙ୍କା ଭାରତର ୫ ଟଙ୍କା ସହିତ ସମାନ ।
ଏକ୍ସଚେଂଜ୍ ରେଟ୍
ବିନିମୟ ଦର ବା ଏକ୍ସଚେଂଜ୍ ରେଟ୍ ମୁଦ୍ରାର ମୁଲ୍ୟରେ କୌଣସି ପ୍ରକାର ଉତ୍ଥାନ-ପତନ ଭଳି ଅନିଶ୍ଚିତ ସ୍ଥିତିରୁ ବଂଚିବା ପାଇଁ ଫିକ୍ସ ରେଟରେ କରେନ୍ସି ସ୍ୱାପିଂ ଚୁକ୍ତି ହୋଇଥାଏ । ବିନିମୟ ଦର ବା ଏକ୍ସଚେଂଜ୍ ରେଟର ଅର୍ଥ ହେଉଛି ଦୁଇଟି ଅଲଗା ଅଲଗା ମୁଦ୍ରାର ମୂଲ୍ୟ ନିର୍ଧାରଣ କରିବା । ଡଲାର ଓ ରୁପୟା ମୁଲ୍ୟରେ ଆପଣ ସବୁଦିନ ଫରକ ଦେଖୁଥିବେ ।