![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ ଅନୁସାରେ ମୃତ୍ୟୁର ଉପତ୍ୟକା ଭାବେ ପରିଚିତ ପଂଜଶୀରରେ ଏବେ ମଧ୍ୟ ଯୁଦ୍ଧ ବାକି ଅଛି । କାରଣ ପଂଜଶୀରକୁ ଜିତିବା ସହଜ ନୁହେଁ । ଏହାକୁ ମୃତ୍ୟୁର ଘାଟି ବୋଲି ଏମିତି ଖାଲିରେ କୁହାଯାଏ ନାହିଁ ।
କ’ଣ ପାଇଁ ପଂଜଶୀରକୁ ଅଧିକାର କରିବା ଏତେ ସହଜ ନୁହେଁ ସେବାବଦରେ ନତିକ ମଲିକଜାଦା କୁହନ୍ତି । ତାଙ୍କ ଅନୁସାରେ ପଂଜଶୀର ଗୋଟିଏ ଘାଟି ନୁହେଁ । ଏହାର ଅନେକ ଉପଘାଟି ରହିଛି । ମୁଖ୍ୟଘାଟିକୁ ମାତ୍ର ଗୋଟିଏ ରାସ୍ତା ରହିଛି । ଏହି ରାସ୍ତା ଘାଟିର ଶେଷ ପର୍ଯ୍ୟନ୍ତ ଯାଇଥାଏ, ଯାହା ଅତ୍ୟନ୍ତ ସଂକୀର୍ଣ୍ଣ । ସେ ଗୋଟିଏ ମ୍ୟାପ୍ ଟ୍ୱିଟ୍ କରି ପଂଜଶୀର ଘାଟିକୁ ଦେଖାଇଛନ୍ତି । ଆଉ ବୁଝାଇଛନ୍ତି କେମିତି ଏହି ଘାଟି ଦେଇ ଯାଇଥିବା ସଡ଼କର ଦୁଇ ପଟୁ ଏକ ଡଜନରୁ ଅଧିକ ଘାଟି ବାହାରିଛି । ମ୍ୟାପରେ ଏହି ମୁଖ୍ୟ ଘାଟି ରାସ୍ତାରୁ ବାହାରିଥିବା ଉପଘାଟି କୌଣସି ଗଛ ଭଳି ଲାଗିଥାଏ ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
![](http://risingodisha.in/wp-content/uploads/2021/09/Panjshir-Death-Valley-1024x576.jpg)
ସେ କହିଛନ୍ତି ଯେ, ଯେଉଁ ଗଭର୍ଣ୍ଣର ଅଫିସକୁ ତାଲିବାନ କବଜା କରିଥିବା ଦାବି କରୁଛି ତାହା ମୁଖ୍ୟ ରାସ୍ତା ଉପରେ ଆରମ୍ଭରେ ଅଛି । ଏହା ଖାଲି ପଡିଥିଲା । ଯାହା ଉପରେ ତାଲିବାନ କବଜା କରିଛି । ମୁଖ୍ୟରାସ୍ତାରୁ ବାହାରିଥିବା ବାକି ଘାଟିକୁ ଏପର୍ଯ୍ୟନ୍ତ ତାଲିବାନ ଯାଇନାହିଁ । ସେଠାରେ ବିଦ୍ରୋହୀ ଲୁଚି ରହିଛନ୍ତି । ତାଲିବାନ କେବଳ ଗୋଟିଏ ସଡ଼କ ଓ ଖାଲି ଅଫିସକୁ ଅଧିକାର କରିବା ଅର୍ଥ ପୁରା ପଂଜଶୀର ଉପରେ ଅଧିକାର ନୁହେଁ । ଏହାକୁ ବିଜୟ ବୋଲି କହିବା ସେମାନଙ୍କ ମୁର୍ଖାମୀ ।
ମଲିକଜାଦାଙ୍କ କହିବା ହେଉଛି ଯେ, ତାଲିବାନକୁ ପଂଜଶୀର ଅଧିକାର କରିବାକୁ ହେଲେ ସବୁ ଘାଟିକୁ ଅଧିକାର କରିବାକୁ ପଡିବ । ଯାହାର ଅର୍ଥ ହେଉଛି ତାକୁ ୧୨ରୁ ଅଧିକ ଯୁଦ୍ଧ ଲଢିବାକୁ ପଡିବ । ତାଙ୍କ ଅନୁସାରେ ସୋଭିଏସ ସଂଘ ମଧ୍ୟ ଏହି ମୁଖ୍ୟ ରାସ୍ତାକୁ ୯ ବର୍ଷରେ ୯ ଥର ଅଧିକାର କରି ବିଜୟର ଭ୍ରମରେ ରହିଥିଲା । କାରଣ ବାକି ଘାଟିରୁ ହୋଇଥିବା ଆକ୍ରମଣରେ ସୋଭିଏସ ସୈନିକ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ୯ ଥର ମୁଖ୍ୟ ରାସ୍ତାକୁ ଜିତିଥିଲେ ମଧ୍ୟ ଶେଷରେ ସୋଭିଏତ ସେନାକୁ ଖାଲି ହାତରେ ଫେରିବାକୁ ପଡିଥିଲା । ତାଙ୍କ ଅନୁସାରେ ତାଲିବାନ ରେଜିଷ୍ଟାନ୍ସ ଫୋର୍ସର ଅଫରକୁ ଗ୍ରହଣ କରି ପଂଜଶୀରରୁ ଫେରି ଆସିବାର ଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)