ଜ୍ଞାନବାପି ମସଜିଦରୁ ମିଳିଲେ ‘ବାବା’, ଭାରତୀୟ ରାଜନୀତିରେ ଆଉ ଏକ ବାବ୍ରି ?

Above Post Content

ଜ୍ଞାନବାପୀ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିବା ଦାବି ପରେ ଅଦାଲତ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଦେଇଛନ୍ତି । ଶିବଲିଙ୍ଗ ମିଳିଥିବା ସ୍ଥାନକୁ ତୁରନ୍ତ ସିଲ୍ କରିବା ସହିତ ସେଠାକୁ କାହାରିକି ପ୍ରବେଶ କରିବାକୁ ନଦେବା ପାଇଁ ଅଦାଲତ କହିଛନ୍ତି । ଉକ୍ତ ସ୍ଥାନକୁ ସୁରକ୍ଷିତ କରିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ସିଆରପିଏଫକୁ ଦିଆଯାଇଛି । ଏହା ସହିତ ଭାରତୀୟ ରାଜନୀତିର ଅଯୋଧ୍ୟ ପାର୍ଟ୍ ଟୁ ଆରମ୍ଭ ହୋଇଛି କହିଲେ ଭୁଲ ହେବ ନାହିଁ । କାରଣ ହିନ୍ଦୁତ୍ୱ ରାଜନୀତିରେ ଅଯୋଧ୍ୟ ଅଧ୍ୟାୟ ପରେ କାଶୀ ଓ ମଥୁରା ରହିଥିବା ସମସ୍ତେ ଜାଣନ୍ତି । ହିନ୍ଦୁତ୍ୱ ବିଗ୍ରେଡ୍ ଯଦି ମସଜିଦ୍ ମଧ୍ୟରୁ ଶିବଲିଙ୍ଗ ମିଳିବା ନେଇ ଆହ୍ଲାଦିତ ଅଛି ତେବେ ଅସଉଦ୍ଦିନ ଓଏସି ଏହାକୁ ନେଇ ତାଙ୍କ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଏସୀଙ୍କ ଅନୁସାରେ ଏହା ହେଉଛି ବାବ୍ରିକାଣ୍ଡ ୧୯୪୯ର ରିପିଟ୍ । ଯେମିତି ୧୯୪୯ରେ ବାବ୍ରି ମସଜିଦରେ ରାମଲାଲାଙ୍କ ଅବିର୍ଭାବ ହୋଇଥିଲା ସେମିତି ଜ୍ଞାନବାପି ମସଜିଦରେ ଶିବଲିଙ୍ଗଙ୍କ ଅବିର୍ଭାବ ହୋଇଛି ବୋଲି ସେ କହିଛନ୍ତି ।

ହିନ୍ଦୁ ବିଗ୍ରେଡ୍ ଖୁସ୍, ଓଏସୀ ଦୁଃଖୀ

After 2nd paragraph post ads

ଜ୍ଞାନବାପି ମସଜିଦରୁ ଶିବଲିଙ୍ଗ ଅବିର୍ଭାବକୁ ନେଇ ହିନ୍ଦୁ ବିଗ୍ରେଡ୍ ଖୁସୀ ଅଛି । ସୋମବାର ଦିନ ମସଜିଦ ମଧ୍ୟରେ ଥିବା କୁଅର ପାଣି ଶୁଖାଇବା ପରେ ୧୨ଫୁଟ ୮ ଇଂଚ ଲମ୍ବର ଶିବଲିଙ୍ଗ ଦୃଷ୍ୟମାନ ହୋଇଥିଲେ । ଏହା ସହ ଆରମ୍ଭ ହୋଇଥିଲା ହରହର ମହଦେବର ନାରା । ଟ୍ୱିଟରରେ#mahadevreturns #nandiwaitover ଭଳି ହ୍ୟାସଟାଗ୍ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲା । ହିନ୍ଦୁତ୍ୱାବାଦୀଙ୍କ କହିବା ଥିଲା ଯେ, ଆମେ ଯାହା କହିଥିଲୁ ତାହା ସତ୍ୟ ବୋଲି ପ୍ରମାଣିତ ହେଲା । ଏହାଭିତରେ ଓଏସୀଙ୍କ ପଟୁ କଡ଼ା ପ୍ରତିକ୍ରିୟା ଆସିଥିଲା । ଓଏସୀ ଟ୍ୱିଟ୍ କରିବା ସହିତ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ, ତାଙ୍କ ଆଶଙ୍କା ସତ୍ୟ ହୋଇଛି । ୧୯୪୯ରେ ଅଯୋଧ୍ୟାରେ ଯାହା ଘଟିଥିଲା ତାହା ନିଜକୁ ଦୋହରାଇଛି । ସେ ଜ୍ଞାନବାପି ମସଜିଦକୁ ବାବ୍ରି ସହିତ ତୁଳନା କରି କହିଥିଲେ ଯେ, ’ଏହା ବାବ୍ରି ୧୯୪୯ର ଟେକ୍ସଟ ବୁକ୍ ରିପିଟ୍ । ଏହି ଆଦେଶ ମସଜିଦର ଧାର୍ମିକ ସ୍ୱରୁପକୁ ବଦଳାଇ ଦେଇଛି । ଏହା ୧୯୯୧ର ଆଇନର ଉଲ୍ଲଂଘନ । ସେ କହିଛନ୍ତି ଯେ, ମୁଁ ଯାହା ଆଶଙ୍କା କରଥିଲି ତାହା ସତ ହୋଇଛି । ଏହା ସହ ସେ ଦୋହରାଇଛନ୍ତି ଯେ, ଜ୍ଞାନବାପି ମସଜିଦ୍ ଥିଲା ଓ ପ୍ରଳୟ ପର୍ଯ୍ୟନ୍ତ ମସଜିଦ ରହିବ ।

AIMIM Chief Asaduddin Owaisi Tweet

ଏଣେ ବିଜେପି ନେତା ତାଙ୍କୁ ଉତ୍ତର ଦେବା ଆରମ୍ଭ କରିଛନ୍ତି । ଗିରିରାଜ ସିଂହ ଓଏସିଙ୍କ ଟ୍ୱିଟକୁ ଟାଗ୍ କରି ଲେଖିଛନ୍ତି ଯେ, ଦେଶ ସମ୍ବିଧାନ ଅନୁସାରେ ଚାଲେ, ତୁଶ୍ଟିକରଣ ଦ୍ୱାରା ନୁହେଁ ସ୍ୱାଧିନତା ପରେ ନେହେରୁଙ୍କୁ ଏହି କାର୍ଯ୍ୟ ଆରମ୍ଭ କରିବାର ଥିଲା ।

Shandilya Giriraj Singh Tweet

ବଜୁ ଉପରେ ପ୍ରତିବନ୍ଧକ

ମସଜିଦ ପରିସରରେ ଥିବା କୁଅରୁ ଶିବଲିଙ୍ଗ ମିଳିଥିବା ଦାବି ଉପରେ କିଛି କହିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଳ ରାଜ ମନା କରିଦେଇଥିବା ବେଳେ ହିନ୍ଦୁ ପକ୍ଷ ତୁରନ୍ତ ଅଦାଲତରେ ପହଂଚିଥିଲେ । ଅଦାଲତ ଉକ୍ତ ସ୍ଥାନକୁ ସିଲ କରିବାକୁ ପ୍ରଥମେ ଆଦେଶ ଦେଇଥିଲେ । ପରେ ସେଠାରେ ବଜୁ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିଥିଲେ ।

ସୂଚନାଯୋଗ୍ୟ ଯେ, ସୋମବାର ଅନ୍ତିମ ସର୍ଭେ ଦିନରେ ମସଜିଦ୍ ପରିସରରେ ଥିବା କୂଅରୁ ଶିବଲିଙ୍ଗ ମିଳିଥିବା ଦାବି ହିନ୍ଦୁ ପକ୍ଷ କରିଥିଲେ । ଏହା ସହିତ ସେମାନେ ଶିବଲିଙ୍ଗର ସୁରକ୍ଷା ପାଇଁ ତୁରନ୍ତ ଅଦାଲତ ଯିବେ ବୋଲି କହିଥିଲେ । ଏଭଳି ଦାବି ପରେ ପରେ ହିନ୍ଦୁ ପକ୍ଷ ତୁରନ୍ତ ଅଦାଲତରେ ପହଂଚିଥିଲେ ।

Middle post content

ଅନ୍ତିମ ଦିନ ଦୁଇ ଘଣ୍ଟା ଧରି ମସଜିଦ ପରିସରରେ ସର୍ଭେ ଚାଲିଥିଲା । ସର୍ଭେ ପରେ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ଯେ, ଯେତିକି ଭାବିଥିଲୁ ତା’ଠାରୁ ଅଧିକ ମିଳିଛି । ହିନ୍ଦୁ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ସୋହନଲାଲ କହିଛନ୍ତି ଯେ, ‘ବାବା ମିଳିଗଲେ’ । ତେବେ ‘ବାବା’ କେଉଁଠାରୁ ମିଳିଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହା ପଚାରନି । ସେ ସନ୍ଥ କବିରଙ୍କ ଦୋହା ‘ ଜିନ୍ ଖୋଜା ତିନ୍ ପାଇଆ,ଗହରେ ପାନି ପୈଠ୍, ମୈ ବପୁରା ବୁଡନ ଡରା, ରହା କିନାରେ ବୈଠ’ ଶୁଣାଇ କହିଥିଲେ ଯେ, ମସଜିଦ ପରିସରରେ ଥିବା କୁଅରୁ ବାବା ମିଳିଛନ୍ତି । ମସଜିଦ କୁଅରୁ କଳା ରଙ୍ଗର ପଥର ମିଳିଥିବା ଦାବି ହେଉଛି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, କୁଅ ଭିତରୁ ଶିବଲିଙ୍ଗ ମିଳିଛି । ଶିବଲିଙ୍ଗଙ୍କ ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

ବାବା ମିଳିଗଲେ ବୋଲି ସୋହନ ଲାଲ କହିବା ପରେ ସମବେତ ଜନତା ଏକା ସ୍ୱରରେ ହର ହର ମହାଦେବର ନାରା ଲଗାଇଥିଲେ । ୧୨ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଶିବଲିଙ୍ଗ ମିଳିଥିବା କୁହାଯାଉଛି ।

ପମ୍ପ ଲଗାଇ ପାଣି କଢାଯାଇଥିଲା

ହିନ୍ଦୁ ବିଶ୍ୱାସ ଅନୁସାରେ ବାରଣାସୀ ମନ୍ଦିର ଉପରେ ଆକ୍ରମଣ କାଳରେ ଶିବଲିଙ୍ଗର ସୁରକ୍ଷା ପାଇଁ ଜଣେ ପୂଜକ ଲିଙ୍ଗ ସହିତ କୁଅ ମଧ୍ୟକୁ ଡେଇଁ ପଡିଥିଲେ । ମନ୍ଦିର ଭାଙ୍ଗିବା ପରେ ମନ୍ଦିର ସ୍ଥାନରେ ମସଜିଦ ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥ ଉପରେ ମସଜିଦ ତିଆରି ହୋଇଥିବାରୁ ତାହା ଏବେ ମଧ୍ୟ ଦେଖାଯାଇଥାଏ । ପମ୍ପ ଲଗାଇ ପାଣି ଶୁଖାଇବା ପରେ ଏହା ମଧ୍ୟକୁ ୱାଟର ରେସିଷ୍ଟାନ୍ସ କ୍ୟାମେରା ପଠାଇ ଭିଡିଓଗ୍ରାଫି କରାଯାଇଥିଲା । ୧୭ ତାରିଖରେ ଟିମ୍ ତାଙ୍କ ରିପୋର୍ଟକୁ ଅଦାଲତରେ ରଖିବେ ।

ମୁସଲିମ୍ ପକ୍ଷର ଦାବିକୁ ଖଣ୍ଡନ

ଅନ୍ୟପକ୍ଷରେ ମସଜିଦ ମଧ୍ୟରୁ ଶିବଲିଙ୍ଗ ମିଳିବା ଦାବିକୁ ମୁସଲିମ୍ ପକ୍ଷ ଖଣ୍ଡନ କରିଛି । ସେମାନଙ୍କ କହିବା ହେଉଛି ସର୍ଭେରୁ ସେଭଳି କିଛି ମିଳନାହିଁ । ଏହାପୂର୍ବରୁ ସର୍ଭେ ସରିବା ପରେ ହିନ୍ଦୁ ପକ୍ଷ ସେହି ବାବା ମିଳିଗଲେ ଯାହାଙ୍କୁ ନନ୍ଦି ପ୍ରତିକ୍ଷା କରୁଥିଲେ ବୋଲି ଦାବି କରିଥିଲେ ।

ପ୍ରଶାସନର ଅପିଲ

ଏଣେ ପ୍ରଶାସନ ପକ୍ଷରୁ କୌଣସି ଅସମର୍ଥିତ ଦାବିରେ ବିଶ୍ୱାସ ନକରିବାକୁ କୁହାଯାଇଛି । ପ୍ରଶାସନ କେବଳ ଆଧିକାରିକ ବୟାନକୁ ବିଶ୍ୱାସ କରିବାକୁ କହିଛି । ସର୍ଭେ କାଳରେ ଦୁଇ ପକ୍ଷ ସହଯୋଗ କରିଥିଲେ ବୋଲି ପ୍ରଶାସନ କହିଛି ।

କେମିତି କୁଅକୁ ଗଲେ ଶିବଲିଙ୍ଗ ?

ଔରଙ୍ଗଜେବ୍ କାଶୀ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିବାକୁ ରାଜକୀୟ ଆଦେଶ ଜାରି କରିଥିଲା । ଏହା ପରେ ପ୍ରଥମଥର ପାଇଁ କାଶୀ ବିଶ୍ୱନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ତେବେ ନାଗା ସାଧୁ ଓ ହିନ୍ଦୁ ଭକ୍ତ ମୋଗଲ ଆକ୍ରମଣକୁ ବିଫଳ କରିଦେଇଥିଲେ । ଏହି ବିଫଳତାର ପାଂଚ ବର୍ଷ ପରେ ମୋଗଲ ସେନା ପୁଣିଥରେ କାଶୀ ଉପରେ ଆକ୍ରମଣ କରିଥିଲା । ଦ୍ୱିତୀୟ ଆକ୍ରମଣରେ ହିନ୍ଦୁ ପ୍ରତିରୋଧ ମୋଗଲ ସେନା ଆଗରେ ତିଷ୍ଟି ପାରିନଥିଲା । ମନ୍ଦିରର ପତନ ଅବଶ୍ୟମ୍ଭାବୀ ଜାଣିପାରି ମୁଖ୍ୟ ପୂଜାରୀ ଶିବଲିଙ୍ଗ ସହିତ କୂଅ ମଧ୍ୟକୁ ଲମ୍ଫ ପ୍ରଦାନ କରିଥିଲେ । ଏହାପରେ ଔରଙ୍ଗଜେବ ମନ୍ଦିରର ଶିଖର କଳସ ଭାଙ୍ଗି ଗୁମ୍ବଜ ତିଆରି କରିବାକୁ ଆଦେଶ ଦେଇଥିଲା । ବିଶାଳ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗିବା ଅସମ୍ଭବ ଥିବାରୁ ଏଭଳି କରାଯାଇଥିବା ଅନୁମାନ କରାଯାଏ । ମସଜିଦ ପଟକୁ ମୁହଁ କରି ଥିବା ନନ୍ଦିଙ୍କୁ ମଧ୍ୟ ହିନ୍ଦୁ ପ୍ରମାଣ ଭାବେ ଉପସ୍ଥାପନ କରନ୍ତି । କାରଣ ଶିବ ମନ୍ଦିରରେ ନନ୍ଦି ସର୍ବଦା ଶିବଲିଙ୍ଗଙ୍କ ଆଡ଼କୁ ମୁହଁ କରି ରହିଥାନ୍ତି । କୂଅ ମଧ୍ୟରୁ ଶିବଲିଙ୍ଗ ମିଳିବା ପରେ ଏବେ କୁହାଯାଉଛି ଯେ, ନନ୍ଦିଙ୍କର ୩୪୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami