ବିକାଶର ଚିଠା ଦେଲେ ପାଣ୍ଡିଆନ

Above Post Content

ସମ୍ବଲପୁର : ଆସନ୍ତା ୨୫ ତାରିଖରେ ସମ୍ୱଲପୁର ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳଗୁଡିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା ବାମରାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏହି ଅବସରରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବିକାଶର ଚିଠା ଦେଇଛନ୍ତି । କୁଚିଣ୍ଡା ନିର୍ବାଚନମଣ୍ଡଳିର ବିକାଶ ପାଇଁ ୨୯ କୋଟି ଟଙ୍କା ଦିଆଯାଇଛି । ୫୦ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ମିଳୁଥିବାବେଳେ ୨ ହଜାର ୪ ଶହ ମିଶନଶକ୍ତି ମା’ ୧୩୫କୋଟି ଟଙ୍କା ପାଇଛନ୍ତି । ୭୦ ହଜାର ୫ଶହ ପରିବାର ବିଏସକେୱାଇରେ ସାମିଲ ହୋଇଛନ୍ତି । କୁଚିଣ୍ଡାର ୫୦ ପଞ୍ଚାୟତରେ ଗଡୁଛି ୧୩ ଲକ୍ଷ୍ମୀ ବସ୍ ।

ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ପାଣ୍ଡିଆନ

After 2nd paragraph post ads
Middle post content

ନିର୍ବାଚନମଣ୍ଡଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ନେତାଙ୍କୁ ପଠାଇଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ପାଣ୍ଡିଆନ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମାଗଣା ବିଜୁଳି ନେଇ ପ୍ରଥମେ ଦସ୍ତଖତ କରିବେ । ସମସ୍ତେ ବିଏସକେୱାଇରେ ସାମିଲ ହେବା ନେଇ ଦ୍ୱିତୀୟ ଦସ୍ତଖତ ସହ ତୃତୀୟ ଦସ୍ତଖତ ମିଶନଶକ୍ତି ମା’ଙ୍କୁ ପେନସନ ପାଇଁ କରିବେ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି । ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏଠାରେ ଛିଡା ହୋଇଥିଲେ ମଧ୍ୟ ସେ କିଛି କାମ କରିବେନି । ୧୦ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ବି ବିକାଶ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଦରଦାମ ବୃଦ୍ଧି କମାଇବାକୁ ପ୍ରତିଶୃତି ଦେଇ ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍‌ଯାସ ଦର ବୃଦ୍ଧି କରିବାରେ ଲାଗିଛି । ବିଜେପିର ନୀତି ହେଉଛି କାମ କରିବନି କି କରାଇଦେବନି । ଏଣୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି

ସ୍ଥାନୀୟ ଅଞ୍ଚଳରେ ଲଙ୍କା ଚାଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ । ପ୍ରଚାର ସଭାରେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହି ବିଶାଳ ଜନସଭାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଅଭିଭାଷଣରେ ବିକାଶର ଚିତ୍ର ରଖିଛନ୍ତି ପ୍ରଣବ । ପ୍ରଣବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ବିଜୁଳି ଦର ବୃଦ୍ଧି ନେଇ ଲୋକ ହଇରାଣ ହେଉଥିବାବେଳେ ୧୦୦ ୟୁନିଟ ମାଗଣା ବିଜୁଳି ଦେବାକୁ ମୁଖ୍‌୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁଲାଇମାସରୁ ବିଜୁଳି ବିଲରୁ ମୁକ୍ତି ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami