![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନ ଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତକାରି ବିଜ୍ଞାପନକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି କୋର୍ଟ ବାବା ରାମଦେବଙ୍କୁ ପଚାରିଛନ୍ତି?
କୋର୍ଟରେ ବି ହାଜର ହେବେ ଆଚାର୍ଯ୍ୟ ବାଲକ୍ରିଷ୍ଣା
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
କୋର୍ଟରେ ଶୁଣାଣି ସମୟରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଉତ୍ତର ଦାଖଲ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ । ବର୍ତ୍ତମାନ ମାମଲାର ଶୁଣାଣି ସ୍ଥଗିତ ହେବ ନାହିଁ ବୋଲି କୋର୍ଟ କଡା ଆଭିମୁଖ୍ୟତାର ସହ ସ୍ପଷ୍ଟ ଭାବେ କହିଛନ୍ତି । ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ କମ୍ପାନୀ ତଥା ଏହାର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଏକ କାରଣ ଦର୍ଶାଇ ନୋଟିସ ଜାରି କରି କହିଛନ୍ତି ଯେ, ସମଗ୍ର ଦେଶକୁ ପ୍ରତାରଣା କରାଯାଉଛି । ବାସ୍ତବରେ, ସୁପ୍ରିମକୋର୍ଟ ପୂର୍ବରୁ ପତଞ୍ଜଳି ଆୟୁର୍ବେଦ ଔଷଧୀୟ ଚିକିତ୍ସା ବିଷୟରେ ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରକାଶନ ଜାରି ରଖିଥିବାରୁ ତାଙ୍କୁ ଅବମାନନା ନୋଟିସ୍ ଜାରି କରିଥିଲେ । ଆଜି ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବାରୁ ଦିଆଯାଇଥିଲା ଚେତାବନୀ
ପତଞ୍ଜଳୀ ନିଜର ପ୍ରଡକ୍ଟ ବିକ୍ରି ପାଇଁ ମିଛ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବାରୁ ସୁପ୍ରିମକୋର୍ଟ ପୂର୍ବରୁ ଏନେଇ ଚେତାବନୀ ଦେଇଥିଲେ । ଏଥିସହ ଏପରି କାମ ଆଗକୁ ଜାରି ରଖିଲେ ପତଞ୍ଜଳୀ ଉପରେ ଫାଇନ ଲଗାଯିବ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ଉଭୟ ଆୟୁଷ ମନ୍ତ୍ରଣାଳୟ ଏବଂ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ ମଧୁମେହ, ମେଦବହୁଳତା, ଥାଇରଏଡ ଏବଂ ହୃଦରୋଗ ପାଇଁ ଏହାର ଔଷଧର ବିଭ୍ରାନ୍ତିକର ବିଜ୍ଞାପନ ଉପରେ ପତଞ୍ଜଳି ଆୟୁର୍ବେଦର ବିରୋଧ କରୁଥିଲେ । ୨୦୨୩ ନଭେମ୍ବର ୨୯ରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନ ଉପରେ ପତଞ୍ଜଳି ଉପରେ କଡ଼ା ଆକ୍ଷେପ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ଆଲୋପାଥିକୁ ନେଇ ପତଞ୍ଜଳି ପକ୍ଷରୁ ବିଭିନ୍ନ ବୟାନ ସହ ଟିକା ବ୍ୟବସ୍ଥାକୁ ସମାଲୋଚନା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିନ୍ଦା କରିଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)