![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଅଯୋଧ୍ୟା : ଆମେରିକାରେ ବୁଲିବ ରାମଲଲ୍ଲାଙ୍କ ରଥ । ତାହା ପୁଣି ୮ ହଜାର ମାଇଲ । ୬୦ ଦିନ ମଧ୍ୟରେ ଏହି ରଥ ୮୫୧ ମନ୍ଦିର ପରିଦର୍ଶନ କରିବ । ଆମେରିକାର ଶିକାଗୋରୁ ବାହାରିବାକୁ ଥିବା ରାମଲଲ୍ଲାଙ୍କ ରଥ ଦେଶର ୪୮ ରାଜ୍ୟ ଭ୍ରମଣ କରିବ । ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
୬୦ ଦିନରେ ବୁଲିବ ୮୫୧ ମନ୍ଦିର
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍ପିଏ) ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି, ଏକ ଟୋୟୋଟା ଭ୍ୟାନ୍ରେ ନିର୍ମିତ ଏହି ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତିକୁ ଅବସ୍ଥାପିତ କରାଯାଇଛି । ଅଯୋଧ୍ୟା ରାମମନ୍ଦିରରୁ ନିଆଯାଇଥିବା ସ୍ୱତନ୍ତ୍ର ପ୍ରସାଦ ଏବଂ ପ୍ରାଣ ପ୍ରତିଷ୍ଠା ପୂଜିତ ଅକ୍ଷତକୁ ମଧ୍ୟ ଏଥିରେ ରଖାଯାଇଛି । ରାମମନ୍ଦିର ପ୍ରତିଷ୍ଠା ପରେ ବିଶ୍ୱର ୧.୫ ବିଲିୟନ୍ ହିନ୍ଦୁଙ୍କ ମଧ୍ୟରେ ଆସ୍ଥା ଓ ଶକ୍ତିର ପୁନଃ ଅଭ୍ୟୁଦୟ ହୋଇଛି । ଏପ୍ରିଲ ୨୩ ହନୁମାନ ଜୟନ୍ତୀ ଅବସରରେ ଇଲିନୋଇସ୍ସ୍ଥିତ ସୁଗାର ଗ୍ରୋଭ୍ରେ ଏହି ଯାତ୍ରା ଶେଷ ହେବ । ୬୦ ଦିନ ମଧ୍ୟରେ ୮୫୧ ମନ୍ଦିର ବୁଲିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଐତିହାସିକ ଯାତ୍ରାରେ ଭିଏଚ୍ପିଏକୁ ସହଯୋଗ କରିବା ପାଇଁ ବହୁ ସ୍ୱେଚ୍ଛାସେବୀ ନିଜ ନାମ ପଞ୍ଜୀକରଣ କରିଥିବା ସେ ସୂଚନା ଦେଇଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)