ମିଆମାରରେ ଏକ ହଜାରରୁ ଅଧିକ ଭାରତୀୟ IT ପ୍ରଫେସନାଲ ବନ୍ଧକ ପଡିଛନ୍ତି । ମିଆଁମାର ଓ ଚୀନର ମାଫିଆ ଏହି ଭାରତୀୟ ଆଇଟି ପ୍ରଫେସନାଲ ମାନଙ୍କୁ ମୋଟା ଅଙ୍କର ଦରମା ଲୋଭ ଦେଖାଇ ଫସେଇଥିଲା । ଏବେ ସେଠାରେ ଏମାନଙ୍କୁ ସାଇବର କ୍ରାଇମ ଲାଗି ବ୍ୟବହାର କରାଯାଉଛି । ଦିନକୁ ୧୮ ଘଣ୍ଟାରୁ ଅଧିକ ଖଟାଯାଉଛି । ଜେଲରେ କଏଦୀ ଭଳି ରହୁଥିବା ଏହି ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ସାଇବର କ୍ରାଇମ୍ ପାଇଁ ବ୍ୟବହାର କରାଯାଉଛି । ବନ୍ଧକ ଥିବା ଭାରତୀୟଙ୍କ ମଧ୍ୟରେ ୧୦ରୁ ୧୨ ଜଣ ଯୁବତୀ ମଧ୍ୟ ରହିଛନ୍ତି । ଭାରତୀୟଙ୍କୁ ବାଦଦଲେ ଆହୁରି ୧୦ ହଜାର ଯୁବକ ଯୁବତୀଙ୍କୁ ସାଇବର ମାଫିଆ ବନ୍ଧକ ରଖିଛି । ପାକିସ୍ତାନ, ବାଂଲାଦେଶ, ଚୀନ, ନେପାଳ, ଶ୍ରୀଲଙ୍କା, ଏବଂ ମିଡିଲ ଇଷ୍ଟ ଦେଶର ଲୋକମାନେ ବନ୍ଧା ପଡିଛନ୍ତି ।
ମିଆଁମାର ସୀମାରେ ଯେଉଁଠି ସେଠାକାର ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ସେଠାରେ ମାଫିଆ ଛୋଟ ସହର ତିଆରି କରିଛି । ଯେଉଁଠି ବନ୍ଧକଙ୍କୁ ରଖି ବେଠି ଖଟା ଯାଉଛି । ଚୀନର କିଛି କମ୍ପାନୀ ଏହା ପଛରେ ଥିବା କୁହାଯାଉଛି । ମାନବ ଚାଲଣର ଶିକାର ହୋଇଥିବା ପାଖାପାଖି ୧୦୦ ଲୋକ ବିଦେଶ ମନ୍ତ୍ରାଳୟର ସହଯୋଗରେ ଭାରତ ଫେରି ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୩୨ ବର୍ଷୀୟ ଯୁବକ ରାଜେଶ ମଧ୍ୟ ସାମିଲ ଥିଲେ । ୟିଏ ମ୍ୟାମାରରେ ୮ ମାସ ରହିବା ପରେ ସ୍ୱଦେଶ ଫେରି ଆସିଛନ୍ତି ।
କଥା ମାନ,ନହେଲେ କିଡ଼ନୀ କାଢିନେବୁ
ସାଇବର ମାଫିଆ କବଳରୁ ଫେରିଥିବା ରାକେଶଙ୍କ ଅନୁସାରେ ସେଠାରେ ପହଂଚିବା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ମାଫିଆ କବଳରେ ପଡ଼ିଛନ୍ତି । ବନ୍ଧକ ମାନଙ୍କଠାରୁ ସେମାନଙ୍କ ପାସପୋର୍ଟ,ଭିସା ଛଡାଇ ନିଆଯାଇଥିଲା । ଦିନକୁ ବକ୍ତେ ଖାଇବାକୁ ଦେଇ ସାଇବର ଦୁନିଆରେ ଠକେଇ କରିବାକୁ ବାଧ୍ୟ କରାଯାଇଥିଲା । ଯେଉଁମାନେ କାମ କରିବାକୁ ମନା କରୁଥିଲେ ବା କରୁନଥିଲେ ସେମାନଙ୍କୁ ମାରି ତାଙ୍କ ଅଙ୍ଗ ବିକ୍ରି କରିବାର ଧମକ ଦେଉଥିଲା ମାଫିଆ । ରାଜେଶଙ୍କ ଅନୁସାରେ ତାଙ୍କୁ ମଧ୍ୟ ୪ ଦିନ ଧରି ନିର୍ଯାତନା ଦିଆଯାଇଥିଲା । ତାଙ୍କୁ ଏମିତି ଗୋଟିଏ କ ଜେଲରେ ରଖା ହୋଇଥିଲା ଯେଉଁଠି ବସି ହୁଏ ନାହିଁ । ଦିନ ରାତି କେବଳ ଠିଆ ହୋଇ ରହିବାକୁ ପଡ଼େ । କାଠର ଏକ ବାଡିରେ ହାତକୁ ବାନ୍ଧିଦେଇଥିଲେ । ତାଙ୍କ ସହ ୧୧ଜଣ ଚାଇନିଜ ମଧ୍ୟ ବନ୍ଦୀ ଭାବେ ଜୀବନ କାଟୁଥିଲେ । ସେଠାରେ ଠିଆ ଶୋଇବାକୁ ହୁଏ । ଗୋଟିଏ ଦିନରେ ତିନିଥର କେବଳ ବିଫ୍ ଖାଇବାକୁ ଦେଇଥାନ୍ତି । ଖାଇବାକୁ ମନା କଲେ ବଡ଼ ବାଡିରେ ପିଟନ୍ତି । ନଚେତ ଇଲେକ୍ଟ୍ରିକ୍ ସକ ଦିଅନ୍ତି ।
ଚାକିରୀ ଏବଂ ଫ୍ରୀ ଏୟାର ଟିକେଟ ଦେଇ ନେଉଛନ୍ତି ଏଜେଣ୍ଟ
ଦୁବାଇରେ ବୁଲୁଛନ୍ତି ଶହ ଶହ ଏଜେଣ୍ଟ । ଏହି ରାେକଟର ଶିକାର ହୋଇଛନ୍ତି କନ୍ୟାକୁମାରୀରର ପ୍ରଶାନ୍ତ ଯାଦବ । ପେସାରେ ମେକାନିକାଲ ଇଂଜିନୟର ଥିବା ପ୍ରଶାନ୍ତଙ୍କର ଏକ ଟ୍ରାଭେଲ ଏଜେନ୍ସି ସହ ଭେଟ ହୁଏ । ୨୦୨୧ ମସିହାରେ ଦୁବାଇରେ ଏକ ଭଲ ନିଯୁକ୍ତି ଦେବାକୁ କଥା ହୁଅନ୍ତି । ଏବଂ ପ୍ରଶାନ୍ତଙ୍କର ସମସ୍ତ ଡକୁମେଣ୍ଟକୁ ନିଅନ୍ତି । ଏହାପରେ ମସୁରରେ ତିନିମାସ ପର୍ଯ୍ୟନ୍ତ ତାଙ୍କୁ ନିଯୁକ୍ତି ନଦେଇ ଧୋକା ଦିଏ । ପରେ ନାସିର ନାମକ ଏକ ଏଜେଣ୍ଟ ସହ ପ୍ରଶାନ୍ତଙ୍କ ଦେଖାହୁଏ । ନାସିର ମଧ୍ୟ ନିଯୁକ୍ତି ନଦେଇ ଦୁଇ ମାସ ପକାଇକି ରଖେ । ଏହି ସମୟ ମଧ୍ୟରେ ପ୍ରଶାନ୍ତଙ୍କ ପାଖରୁ ଅର୍ଥ ସରିଆସୁଥାଏ । ଆଉ ସେ କନ୍ୟାକୁମାରୀ ଫେରି ଆସିବାକୁ ପ୍ରସ୍ତୁତ ହେଇଥାନ୍ତି । ଠିକ ଏହି ସମୟରେ ନାସିର ପ୍ରଶାନ୍ତଙ୍କ ପାଖରେ ପହଁଚେ । ଥାଇଲ୍ୟାଣ୍ଡର ଏକ IT କମ୍ପାନୀରେ କାମ ଦେବା ନେଇ ଅଫର ଦିଏ । ପ୍ରଶାନ୍ତ ଅଫରକୁ ସ୍ୱୀକାର କରନ୍ତି । ଇଣ୍ଟରଭ୍ୟୁ କ୍ଲିୟର କରିବା ପରେ୨୦୨୨ ଜୁଲାଇ ୮ରେ ଚାକିରୀରେ ଜୟନ କରନ୍ତି । ପ୍ରଶାନ୍ତଙ୍କ ସହ ଅନ୍ୟ ୬ଜଣ ମଧ୍ୟ ଥାଇଲ୍ୟାଣ୍ଡରେ ପହଁଚନ୍ତି । ଆଉ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନର ଶିକାର ହେବାକୁ ପଡେ । ପ୍ରଶାନ୍ତଙ୍କ ଅନୁସାରେ ଥାଇଲାଣ୍ଡରେ ପହଂଚିବା ପରେ ବ୍ଯାଙ୍କକର ସ୍ୱର୍ଣ୍ଣଭୂମୀ ଏୟାରପୋର୍ଟରେ ଜଣେ ମହିଳା ଆସି ଭେଟନ୍ତି । ମହିଳାଙ୍କ ସହିତ ସେମାନେ ୬୦୦ କିଲୋମିଟର ଯାତ୍ରା ଆଉ ୭ ଘଣ୍ଟା ସମୟ ପରେ ଏକ ହୋଟଲରେ ପହଁଚାନ୍ତି । ଉକ୍ତ ବେନାମୀ ହୋଟଲରେ ନା ଥାଏ ନେଟୱାର୍କ ନା ଇଣ୍ଟରନେଟ । ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଅ । ସେହି ସମୟରେ ହିଁ ମୋତେ ଲାଗିଥିଲା ଯେ, ଆମ ଭୁଲ ରାସ୍ତାରେ ପାଦ ଦେଇଛୁ । କିଛି ସମୟ ଭିତରେ ଏକ ପିକ୍ଅପ ଭ୍ୟାନ ଆସି ପହଁଚେ । ଆମର ଜିନିଷପତ୍ରକୁ ଗାଡିରେ ଲୋଡ କରିଦିଆଯାଏ । ଦୁଇଟି ଗାଡିରେ ଆମକୁ ବସାଇ ଏକ ଘଞ୍ଚ ଜଙ୍ଗଲକୁ ନିଆଯାଏ । ଗାଡିରୁ ଓହ୍ଲାଇଲା ବେଳକୁ ସାମ୍ନାରେ ବିରାଟ ନଦୀ । ୩୦୦ ମିଟର ପ୍ରସ୍ଥ ଏହି ନଦୀରେ ଥିବା ଏକ ଡଙ୍ଗାରେ ବସାଇ ଆମକୁ ନଦୀ ପାର କରାଯାଏ । ପରେ ୨ ଜଣ ବନ୍ଧୁକଧାରୀ ଆମକୁ ଆସି ତନ୍ନ ତନ୍ନ ଯାଞ୍ଚ କରନ୍ତି । କମ୍ପାନୀର ଏକ ବଡ ଗାଡିରେ ଆମକୁ ବସାଇ ଦିଆଯାଏ । ପୁଣିଥରେ ନେଇ ଏକ ଷ୍ଟାଡିୟମ ପାଖରେ ପହଁଚାଇ ଦିଆଯାଏ । ସେଠାରେ ପ୍ରବେଶ କରିବା ମାତ୍ରେ ଏକ ଗେଟ ରହିଥିଲା । ଭିତରେ ପୁରା ଗୋଟେ ସହର ତିଆରି ହୋଇଥାଏ । ତା ଭିତରେ ନିର୍ମାଣ ହୋଇଥିବା ଅଧିକାଂଶ ଘର ଦେଖିବାକୁ ଏକା ଭଳି ।
ଯୁରୋପିୟନ କଷ୍ଟମରକୁ ଫସାଇବାକୁ ନିର୍ଦ୍ଦେଶ
ଚାକିରୀର ପ୍ରଥମ ଦିନ ସଧ୍ୟା ୬ଟାରେ ଡାକରା ଆସିଲା । ଏକ କମ୍ପୁଟର ସାଙ୍ଗକୁ ୪ଟି ଫୋନ ଧରେଇ ଦେଇଥିଲେ । ଆଫ ପ୍ରଥମ ଦିନରୁ ନିର୍ଦ୍ଦେଶ ଦିଅନ୍ତି, ୟୁରୋପିୟନ କଷ୍ଟମରକୁ ଫସାଇବାକୁ । ଗୋଟିଏ ସିମ କାର୍ଡ ମଧ୍ୟ ଦେଇଥିବା କୁହନ୍ତି ପ୍ରଶାନ୍ତ । ଯେଉଁ ସିମ କାର୍ଡରେ କେବଳ ୟୁରୋପିୟନ ଦେଶ ଗୁଡିକୁ କଲ ହୋଇପାରିବ । ସବୁ ଫୋନରେ କ୍ୟାମେରା ଲଗାଯାଇଛି । କେବଳ କଲ କରାଯାଏ, ରିସିଭ କରାଯାଏନି । ସେଠାରେ କୁହାଯାଇଥିଲା କି, ଏହି ଫୋନ ଗୁଡିକୁ ହ୍ୟାକ କରାଯାଇଛି । କାର୍ଯ୍ୟରତ ଲୋକଙ୍କ ସବୁ ଆକ୍ଟିଭିଟ ଟ୍ରାକ କରାଯାଉଛି ।
ଟଙ୍କା ନଦେଲେ ଅଙ୍ଗ କାଢିନେବାର ଧମକ
ଯେଉଁମାନେ କାମ କରିବାକୁ ମନା କରନ୍ତି ସେମାନଙ୍କ ଅଙ୍ଗ କାଢି ନେବାକୁ ଧମକ ମଧ୍ୟ ଦିଏ ମାଫଆ । ଯେଉଁମାନେ ଘରକୁ ଫେରିବାକୁ ଚାହୁଁଥିଲେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ଦାବି କରାଯାଉଛି । ପଂଜାବର ଜଣେ ବ୍ୟକ୍ତି ନିଜ ଦୁଇ ପୁଅଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପୈଠ କରିବା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । ଏହି ବ୍ୟକ୍ତି ଜଣକ ବାକି ଭାରତୀୟ ପିଲାଙ୍କ ମୁକ୍ତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ସେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିବା ସହିତ ନିଜସ୍ୱ ସ୍ତରରେ ଉଦ୍ୟମ କରି ମିଆଁମାର ସେନାମୁଖ୍ୟଙ୍କୁ ଯୋଗାଯୋଗ କରିଥିଲେ । ମିଆଁମାର ସେନାମୁଖ୍ୟଙ୍କ ହ୍ୱାଟସଅପ୍ ନମ୍ବର ଯୋଗାଡ କରି ତାଙ୍କୁ ମେସେଜ୍ କରିଥିଲେ । ସେନାମୁଖ୍ୟ ତାଙ୍କୁ ସହଯୋଗର ଆଶ୍ୱାସନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶରେ ମିଆଁମାର ସେନା ଉକ୍ତ ସ୍ଥାନ ଉପରେ ଚଢାଉ କରି କିଛି ଭାରତୀୟ ଯୁବକଙ୍କୁ ମୁକ୍ତ କରିପାରିଛି ।