ଶ୍ରୀଲଙ୍କା ଆର୍ଥିକ ସଂକଟର ସେହି ୫ ଖଳନାୟକଙ୍କୁ ଜାଣନ୍ତୁ ଯେଉଁମାନଙ୍କୁ ଦୋଷ ଦେଉଛି ଦେଶ

Above Post Content

ବିକଟ ଆର୍ଥିକ ସଂକଟରେ ଶ୍ରୀଲଙ୍କା । ଗଲା କେଇ ସପ୍ତାହ ଧରି ଶ୍ରୀଲଙ୍କାରେ ସ୍ଥିତି ସଂଗୀନ ରହିଛି । ଶ୍ରୀଲଙ୍କା ସଂକଟ ଅନେକ ଦେଶଙ୍କୁ ଶଙ୍କିତ କରିଛି । ଗୋଟିଏ ଦେଶ କେମିତି ଦୁର୍ବଳ ଶାସନ ଓ ସଠିକ ଆର୍ଥିକ ପରିଚାଳନା ଅଭାବରେ ବରବାଦ ହୋଇଯାଏ ତା’ର ବଡ଼ ଉଦାହରଣ ହେଉଛି ଶ୍ରୀଲଙ୍କା । ୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଧନୀ ନହେଲେ ମଧ୍ୟ ଗରିବ ରାଷ୍ଟ୍ର ନଥିଲା । ଏହା ମଧ୍ୟ ଅନେକ ମାମଲାରେ ଭାରତଠାରୁ ଆଗରେ ଥିଲା, ଯେମିତିକି ମୁଣ୍ଡପିଛା ଆୟ,ଖୁସୀ ସୂଚକାଙ୍କ ଓ ଗଣମାଧ୍ୟମ ସ୍ୱାଧିନତା । କିନ୍ତୁ ଶାସକଙ୍କ ଭୂଲ ନୀତି ପାଇଁ ଦେଶରେ ଏବେ ଶୁଭୁଛି ହା’ଅନ୍ନର ଚିତ୍କାର । ତେବେ ଶ୍ରୀଲଙ୍କାରେ ଏମିତି କାହିଁକି ହେଲେ ? କୋଭିଡ୍ ମହାମାରୀ ଓ ଆତଙ୍କବାଦୀ ଆକ୍ରମଣ ସହିତ ଏଥିପାଇଁ ଶ୍ରୀଲଙ୍କାର ୫ ଜଣ ନେତାଙ୍କୁ ଦାୟୀ କରାଯାଉଛି । ଆସନ୍ତୁ ଜାଣିବା ଶ୍ରୀଲଙ୍କା ସଂକଟର ସେହି ୫ ଖଳନାୟକ କିଏ ସବୁ ?

କୁହାଯାଉଛି ଯେ ଶ୍ରୀଲଙ୍କାର ଏ ଅବସ୍ଥା ସେଠାକାର ୨ଟି ବଡ଼ ରାଜନୈତିକ ପରିବାର କରିଥିବା ଭ୍ରଷ୍ଟାଚାର ପାଇଁ ହୋଇଛି । ଶ୍ରୀଲଙ୍କାରେ ୨ଟି ବଡ଼ ରାଜନୈତିକ ପାର୍ଟି ରହିଛି । ଗୋଟିଏ ‘ଶ୍ରୀଲଙ୍କା ଫ୍ରିଡମ ପାର୍ଟି’ ଯାହାର ମୁଖିଆ ହେଉଛନ୍ତି ମୈତ୍ରିପାଲା ସିରିନାମା୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ସିରିନାମାଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଲାଗିଥିଲା । ତାଙ୍କ ଅଧୀକାରୀମାନଙ୍କୁ ଲାଞ୍ଚ ନେବା ଅଭିଯୋଗରେ ମଧ୍ୟ ଗିରଫ କରାଯାଇଥିଲା।

After 2nd paragraph post ads

ସେହିପରି ଦ୍ୱିତୀୟଟି ହେଉଛି ଶ୍ରୀଲଙ୍କା ପୋଡୁଜାନା ପେରାମୁନା ପାର୍ଟି। ଯହାର ମୁଖିଆ ହେଉଛନ୍ତି ମହିନ୍ଦା ରାଜପକ୍ଷେ। ସିରିନାମା ଅନେକ ଥର ରାଜପକ୍ଷ ପରିବାର ଉପରେ ଅଭିଯୋଗ ଲଗାଇଛନ୍ତି। ରାଜପକ୍ଷ ପରିବାରର ଭ୍ରଷ୍ଟାଚାର ଓ ଦୁର୍ନିତୀ ଶ୍ରୀଲଙ୍କାର ଅବସ୍ଥା ଆହୁରି ଖରାପ କରିଦେଇଛି । ଗତ ଦୁଇ ଦଶନ୍ଧି ଧରି ଶ୍ରୀଲଙ୍କାରେ ଏହି ଶକ୍ତିଶାଳୀ ରାଜନୈତିକ ପରିବାର ଦବଦବା ରହିଆସୁଛି। ରବିବାର ସାମୂହିକ ଇସ୍ତଫା ଦେବା ପୂର୍ବରୁ ରାଜପକ୍ଷ ପରିବାରର ୫ ଜଣ ସଦସ୍ୟ ଶ୍ରୀଲଙ୍କା ରାଜନୀତିରେ ସକ୍ରିୟ ଥିଲେ । ସେମାନେ ହେଲେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ, ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ, ଜଳସେଚନ ମନ୍ତ୍ରୀ ଚାମଲ ରାଜପକ୍ଷ ଓ ଖେଳମନ୍ତ୍ରୀ ନାମଲ ରାଜପକ୍ଷ । ଏମାନଙ୍କୁ ହିଁ ହେଉଛନ୍ତି ଶ୍ରୀଲଙ୍କାର ସଙ୍କଟାପନ୍ନ ଅବସ୍ଥାର ୫ ଭିଲେନ୍ ।

୧) ମହିନ୍ଦା ରାଜପକ୍ଷ:

୭୬ ବର୍ଷର ମହିନ୍ଦା ରାଜପକ୍ସ ଦଳର ମୁଖ୍ୟ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ । ୨୦୦୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସେ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ମହିନ୍ଦାଙ୍କ ଶାସନ କାଳରେ ଶ୍ରୀଲଙ୍କା ଏବଂ ଚୀନ୍ ନିକଟତର ହୋଇଥିଲେ ଏବଂ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସେ ଚୀନ୍ ଠାରୁ ୭ ବିଲିୟନ ଡଲାର୍ ଋଣ ନେଇଥିଲେ। ଏହିଭଳି ପ୍ରକଳ୍ପ ନାଁରେ ପ୍ରବଳ ଦୁର୍ନୀତି ହେଉଥିଲା।

୨) ଗୋଟାବାୟା ରାଜପକ୍ଷ:

Middle post content

ପୂର୍ବତନ ସାମରିକ ଅଧିକାରୀ ଗୋଟାବାୟା ୨୦୨୯ ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ହୋଇଥିଲେ। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସଚିବଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହସାରିଛନ୍ତି। ଟିକସ ହ୍ରାସ ଠାରୁ ଆରମ୍ଭ କରି କୃଷିରେ ରାସାୟନିକ ସାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଗୋଟାବାୟାଙ୍କ ନୀତି ସବୁ ବର୍ତ୍ତମାନର ସଙ୍କଟର କାରଣ ବୋଲି କୁହାଯାଉଛି।

୩) ବାସିଲ୍ ରାଜପକ୍ଷ:

୭୧ ବର୍ଷିୟ ବାସିଲ୍ ରାଜପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଥିଲେସରକାରୀ କାମରେ ସେ କମିଶନ ନେଉଥିବାରୁ ତାଙ୍କୁ ‘ମିନିଷ୍ଟର ୧୦ ପର୍ସେଣ୍ଟ’ ବୋଲି କୁହାଯାଏ । ସେ ଶ୍ରୀଲଙ୍କାର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହରଣଚାଲ କରିଥିବା ଅଭିଯୋଗ ବି ହୋଇଥିଲା। କିନ୍ତୁ ଗୋଟାବାୟା ରାଷ୍ଟ୍ରପତି ହେବା ମାତ୍ରେ ସମସ୍ତ ମାମଲା ରଫାଦଫା କରିଦିଆଗଲା

୪) ଚାମଲ ରାଜପକ୍ଷ:

୭୯ ବର୍ଷିୟ ଚାମଲ, ମହିନ୍ଦା ରାଜପକ୍ଷଙ୍କ ବଡ ଭାଇ। ସେ ଯାହାଜ ଏବଂ ବିମାନ ଚଳାଚଳ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ଇସ୍ତଫା ପୂର୍ବରୁ ସେ ଜଳସେଚନ ବିଭାଗ ମଧ୍ୟ ପରିଚାଳନା କରୁଥିଲେଚାମଲ ଦୁନିଆର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସିରିମାଭୋ ଭଣ୍ଡାରନାୟକେଙ୍କ ଅଙ୍ଗରକ୍ଷୀ ଥିଲେ।

୫) ଚାମଲ ମହିନ୍ଦା:

୩୫ ବର୍ଷିୟ ଚାମଲ, ମହିନ୍ଦା ରାଜପକ୍ଷଙ୍କ ବଡ ପୁଅମାତ୍ର ୨୪ ବର୍ଷ ବୟଷରେ ସେ ସାଂସଦ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ସେ କ୍ରୀଡା ଏବଂ ଯୁବ ମନ୍ତ୍ରଣାଳୟର ପରିଚାଳନା କରୁଥିଲେ। ତାଙ୍କ ନାଁ ମନି ଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି, ଯାହାକୁ ନାମଲ ସବୁବେଳେ ଅସ୍ୱୀକାର କରିଆସିଛନ୍ତି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami