ଓସ୍କାର ଫିଲ୍ମ ପୁରସ୍କାରର ଇତିହାସ : କିଏ ଓ କେବେ ପାଇଥିଲେ ପ୍ରଥମ ଓସ୍କାର ?

Above Post Content

ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ୯୪ ତମ ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ଟି ଆୱାର୍ଡ। ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ, ଶ୍ରେଷ୍ଠ ସାଉଣ୍ଡ, ଶ୍ରେଷ୍ଠ ପ୍ରଡକସନ ଡିଜାଇନ, ଶ୍ରେଷ୍ଠ ଏଡିଟିଂ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଓ ଅରିଜିନାଲ ସ୍କୋର୍ ଲାଗି ଡ୍ୟୁନ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ।

ଶ୍ରେଷ୍ଠ ଅଭିନେତା ରୂପେ ଓସ୍କାର ଆୱାର୍ଡ ହାତେଇଛନ୍ତି ୱିଲ୍ ସ୍ମିଥ। ତାଙ୍କୁ ଫିଲ୍ମ ‘King Richard’ ପାଇଁ ଏହି ପୁରସ୍କାର ମିଳିଛି। ସେହିପରି ଫିଲ୍ମ ‘The Eyes of Tammy Faye’ ପାଇଁ ଜେସିକା ଚଷ୍ଟେନ ହୋତେଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର‘ଦି ପାୱାର୍ ଅଫ୍ ଡଗ୍’ ପାଇଁ ଜେନ କାମ୍ପିୟନକୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକର ଓସ୍କାର ଆୱାର୍ଡ। ଏବଂ ଶ୍ରେଷ୍ଠ ଫିଲ୍ମ ଭାବେ ଓସ୍କାର ପାଇଛି CODA

After 2nd paragraph post ads

ଆଜି ଏକବିଂଶ ଶତାବ୍ଦୀରେ ବି ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରେ ଏକାଡେମୀ ପୁରସ୍କାର / ଓସ୍କାରକୁ ଗଣାଯାଉଛି । କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଓସ୍କାର କିଏ ପାଇଥିଲା ଓ କେବେ? ଏହି ପୁରସ୍କାର କେଉଁଠାରେ ଏବଂ କିପରି ଆରମ୍ଭ ହେଲା? ଆସନ୍ତୁ ଜାଣିବା ଏ ସମ୍ପର୍କରେ….

୧୯୨୯ ମସିହା ମେ ୧୬ରେ, କାଲିଫର୍ଣ୍ଣିଆ ସ୍ଥିତ ଲସ୍ ଆଞ୍ଜେଲ୍ସର ‘ଦ ହଲିଉଡ୍ ରୁଜଭେଲ୍ଟ ହୋଟେଲ’ରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଓସ୍କାର ଆୱାର୍ଡ। ଏହି ଆୱାର୍ଡ଼ ଇଭେଣ୍ଟ କିନ୍ତୁ ଆଜି ପରି ଏକ ବିରାଟ ସମାରୋହ ନଥିଲା, ବରଂ ଏକ ପ୍ରାଇଭେଟ ଡିନର୍ ଯେଉଁଥିରେ ୨୭୦ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ୧୫ ମିନିଟର ଏହି କାର୍ଯ୍ୟକ୍ରମରେ, ୧୫ ଜଣଙ୍କୁ ଓସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ (AMPAS)ର ନିର୍ଦ୍ଦେଶକ ଫେୟାରବ୍ୟାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | 1927 ଏବଂ 1928ର ଫିଲ୍ମଗୁଡିକୁ ଏହି ଇଭେଣ୍ଟରେ ସମ୍ମାନିତ କରାଯାଇଥିଲା

ଏକାଡେମୀ ପୁରସ୍କାର ଇଭେଣ୍ଟ ପାଇଁ ଟିକେଟ୍ ମୂଲ୍ୟ ଥିଲା ୩୮୧ ଟଙ୍କା:

Middle post content

ସେତେବେଳେ ଇଭେଣ୍ଟ ପାଇଁ ଟିକେଟ୍ ମୂଲ୍ୟ ୫ ଆମେରିକୀୟ ଡଲାର ଥିଲା। ଏହି ଭାରତୀୟ ମୁଦ୍ରା ଅନୁଯାୟୀ, ୩୮୧ ଟଙ୍କା, ଯାହାକି ବର୍ତ୍ତମାନ ସମୟରେ ୫୭୨୧ ଟଙ୍କାଓସ୍କାର ଆୱାର୍ଡ଼ରେ ଏହି ପ୍ରଥମ ଏବଂ ସବୁଠାରୁ ବିଶେଷ ଆରମ୍ଭ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରାଯାଇଛି । କିନ୍ତୁ ଏକମାତ୍ର ଦୁଃଖର କଥା ଯେ ଏହି ସମାରୋହ ରେଡିଓରେ କିମ୍ବା ଟିଭିରେ ପ୍ରସାରିତ ହୋଇନଥିଲା | ଦ୍ୱିତୀୟ ଏକାଡେମୀ ପୁରସ୍କାର ବେଳକୁ ରେଡିଓ ପ୍ରସାରଣ ସୁବିଧା ଆରମ୍ଭ ହେଲା।

ଚାର୍ଲି ଚାପଲିନ୍ ଏବଂ ୱାର୍ଣ୍ଣର ବ୍ରଦର୍ସଙ୍କୁ ସ୍ୱତନ୍ତ୍ର ପୁରସ୍କାର:

ତିନି ମାସ ପୂର୍ବେ ଏକାଡେମୀ ପୁରସ୍କାରର ବିଜେତା ଘୋଷିତ ହୋଇସାରିଥିଲା । ଶ୍ରେଷ୍ଠ ଅଭିନେତାର ପୁରସ୍କାର ଏମିଲ ଜାନ୍ନିଙ୍ଗ୍ସଙ୍କୁ ‘ଦି ୱେ ଅଫ୍ ଅଲ୍ ଫ୍ଲେସ୍’ ଏବଂ ‘ଦ ଲାଷ୍ଟ କମାଣ୍ଡ’। ଜାନେଟ୍ ଗେନୋରଙ୍କୁ 7th Heaven, Street Angel ଏବଂ Sunrise: A song of Two Humans ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା । ଫିଲ୍ମ ‘ୱିଙ୍ଗ୍ସ’କୁ ମିଳିଥିଲା ଶ୍ରେଷ୍ଠ ଚଳଚିତ୍ରର ପୁରସ୍କାର। ଏହି ଫିଲ୍ମଟି ସେହି ସମୟର ସବୁଠାରୁ ମହଙ୍ଗା ଫିଲ୍ମ ଥିଲା। ଏହା ବ୍ୟତୀତ ଦୁଇଟି ସ୍ୱତନ୍ତ୍ର ସମ୍ମାନଜନକ ପୁରସ୍କାର ମଧ୍ୟ ମିଳିଥିଲା। ‘ଦି ସର୍କସ’ ପାଇଁ ଚାର୍ଲି ଚାପଲିନଙ୍କୁ ଓ ଅନ୍ୟଟି ୱାର୍ନର ବ୍ରଦର୍ସଙ୍କୁ ‘The Jazz Singer’ ପ୍ରଯୋଜନା କରିବାରୁ ପ୍ରଦାନ କରାଯାଇଥିଲା।

ଏକାଡେମୀ ପୁରସ୍କାର ଜିତିଥିବା ପ୍ରଥମ ଜର୍ମାନ ଅଭିନେତା ଏମିଲ ଜାନ୍ନିଙ୍ଗ୍ସ:

ପ୍ରଥମ ଓସ୍କାର ଆୱର୍ଡ଼ରେ ଶ୍ରେଷ୍ଠ ଅଭିନେତାର ପୁରଷ୍କାର ଜିତିଥିବା ଏମିଲ ଜାନ୍ନିଙ୍ଗ୍ସ ହେଉଛନ୍ତି ଏକମାତ୍ର ଜର୍ମାନ ଅଭିନେତା ଯିଏକି ଶ୍ରେଷ୍ଠ ଅଭିନେତା ବର୍ଗରେ ଏକାଡେମୀ ପୁରସ୍କାର ଜିତିଛନ୍ତି । ସେ ୧୯୨୦ ଦଶକରେ ହଲିଉଡରେ ବେଶ ଲୋକପ୍ରିୟଥିଲେ। କିଛି ସମୟ ପରେ, ନାଜିବାଦକୁ ସୁହାଇଲା ଭଳି ଫିଲ୍ମରେ କାମ କରିବା ହେତୁ ତାଙ୍କୁ ଅନ୍ୟ ଫିଲ୍ମ ମିଳିବା ବନ୍ଦ ହୋଇଗଲା। ଏମିଲ୍ ୧୯୧୪ ରୁ ୧୯୪୫ ପର୍ଯ୍ୟନ୍ତ ଫିଲ୍ମରେ କାମ କରିଥିଲେ । ୧୯୫୦ ମସିହାରେ ଯକୃତ କର୍କଟ ହେତୁ ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami