୨୬ ମାଓବାଦୀଙ୍କୁ ନିପାତ କରିଥିବା C-60 ଫୋର୍ସ ବାବଦରେ ଜାଣନ୍ତୁ

Above Post Content

ମହାରାଷ୍ଟ୍ରର ଗଡ଼ଚିରୋଲିରେ ଶନିବାର ଦିନ ସୁରକ୍ଷାବଳଙ୍କ ସହିତ ସଂଘର୍ଷରେ ୨୬ ମାଓବାଦୀ ନିପାତ ହୋଇଛନ୍ତି । ସର୍ବହରାଙ୍କ ସରକାର କଥା କହି ସାଧାରଣ ଲୋକଙ୍କ ହତ୍ୟା କରୁଥିବା ମାଓବାଦୀଙ୍କୁ ଶନିବାର ବଡ଼ ଝଟକା ଲାଗିଛି କାରଣ ନିହତଙ୍କ ମଧ୍ୟରେ ଅଛନ୍ତି ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓ କମାଣ୍ଡର । ମହାରାଷ୍ଟ୍ରର ଗଡ଼ଚିରୋଲିରେ ସକ୍ରିୟ ଥିବା ମାଓବାଦୀଙ୍କ ପାଇଁ କାଳ ହେଉଛନ୍ତି ଏହି ସି-ସିକ୍ଟିଟି କମାଣ୍ଡୋ ଫୋର୍ସ । ତେବେ କ’ଣ ପାଇଁ ମାଓବାଦୀ ସେମାନଙ୍କୁ ଭୟ କରନ୍ତି ? ଏହି କମାଣ୍ଡୋ କେମିତି ଅପରେଟ୍ କରନ୍ତି ? ସବୁଠୁ ବଡ଼ କଥା ହେଲା ଏମାନେ କେମିତି ମାଓବାଦୀଙ୍କୁ ସେମାନଙ୍କ ଗଡ଼ ଭିତରେ ମାତ୍ ଦେବାରେ ସଫଳ ହେଉଛନ୍ତି ? ଆସନ୍ତୁ ଜାଣିବା କମାଣ୍ଡୋ ସି-ସିକ୍ଟିଟି ଫୋର୍ସ ବାବଦରେ ସବୁକିଛି…

C-60 ଫୋର୍ସ ଓ ମାଓବାଦୀଙ୍କ ମଧ୍ୟରେ ଟକ୍କର ଢେର ପୁରୁଣା

After 2nd paragraph post ads

C-60 ୟୁନିଟ ଓ ମାଓବାଦୀଙ୍କ ଲଢ଼େଇ କିଛି ନୂଆ କଥା ନୁହେଁ । ମାଓବାଦୀଙ୍କ ମୁକାବିଲା ଓ ନିପାତ ପାଇଁ ହିଁ ଗଡ଼ଚିରୋଲି ଜିଲ୍ଲା ପ୍ରଶାସନ ୧୯୯୨ରେ ଏହି ୟୁନିଟ୍ ଗଠନ କରିଥିଲା । ୨୦୧୮ରେ C-60 ୟୁନିଟ ୩୯ ମାଓବାଦୀଙ୍କୁ ନିପାତ କରିଥିଲେ । C-60 ୟୁନିଟର ୧୫ ଯବାନଙ୍କ ଜୀବନ ନେଇ ମାଓବାଦୀମାନେ ଏହାର ପ୍ରତିଶୋଧ ୨୦୧୯ରେ ନେଇଥିଲେ । ଗତକାଲି ପୁଣି ଥରେ ୨୬ ମାଓବାଦୀଙ୍କୁ ଗୁଳି କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି C-60 ୟୁନିଟ । ଛକାପଞ୍ଝା ଏମିତି ଯେ ମାଓବାଦୀ C-60 ୟୁନିଟକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ଭାବିଥାନ୍ତି ।

କେବେ ହୋଇଥିଲା ସ୍ଥାପନା

ମାଓବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୨ରେ C-60 ଫୋର୍ସ ସ୍ଥାପନ ହୋଇଥିଲା । ଏହି ପୋଲିସ ଫୋର୍ସରେ ୬୦ ଯବାନଙ୍କୁ ନିଆଯାଇଥାଏ । ତତ୍କାଳୀନ ଗଡ଼ଚିରୋଲି ଏପସି କେପି ରଘୁବଂଶୀ ଏହାର ସ୍ଥାପନ କରିଥିଲେ । ଏଥିରେ ସାମିଲ ପୋଲିସ ଅଧିକାରୀଙ୍କୁ ଗରିଲା ଯୁଦ୍ଧର ଟ୍ରେନିଂ ଦିଆଯାଇଥାଏ । ଜଙ୍ଗଲ ଭିତରେ ଏମାନେ ଲୁଚିଛପି ଯୁଦ୍ଧ କରିବାରେ ଧୁରନ୍ଦର ଏମାନଙ୍କୁ ଟ୍ରେନିଂ ହାଇଦ୍ରାବାଦ, ବିହାର ଓ ନାଗପୁରରେ ଦିଆଯାଏ ।

୧୫ କେଜିର ଭାର ବୋହି ୨୫ କିମି ପେଟ୍ରୋଲିଂ କରନ୍ତି !

Middle post content

C-60 ୟୁନିଟକୁ ମହାରାଷ୍ଟ୍ର ପୋଲିସର ସବୁଠାରୁ ଦକ୍ଷ ଫୋର୍ସ କୁହାଯାଇଥାଏ । ପ୍ରତିଦିନ ଗୁଇନ୍ଦା ସୂଚନାକୁ ଆଧାର କରି ଏମାନେ କାମ ଆରମ୍ଭ କରିଦିଅନ୍ତି ଓ ଆଖପାଖରେ ନିଜ ଟାର୍ଗେଟ ପୂରଣ କରିଥାନ୍ତି । C-60 ୟୁନିଟ ଯବାନ ନିଜ ସହ ୧୫ କେଜି ଓଜନର ଜିନିଷପତ୍ର ନେଇଥାନ୍ତି । ଏଥିରେ ଅସ୍ତ୍ରଶସ୍ତ୍ର, ଖାଇବା, ପାଣି, ଔଷଧ ଓ ଅନ୍ୟ ଜିନିଷ ଥାଏ ।

କେବଳ ଆଦିବାସୀ କମାଣ୍ଡର

C-60 ୟୁନିଟ ହେଉଛି ଦେଶର ଏକମାତ୍ର ପୋଲିସ ଫୋର୍ସ ଯାହା ଜିଲ୍ଲାସ୍ତରରେ ସ୍ଥାପନ ହୋଇଛି । ଏଥିପାଇଁ ଜିଲ୍ଲାର ଆଦିବାସୀ ଲୋକଙ୍କୁ କେବଳ ଏଥିରେ ସାମିଲ କରାଯାଇଥାଏ । କାରଣ, ମାଓବାଦୀଙ୍କ ପରି ସେମାନେ ମଧ୍ୟ ନିଜ ଅଞ୍ଚଳ ସମ୍ପର୍କରେ ସବୁକିଛି ଜାଣିଥାନ୍ତି । ଏହି କାରଣରୁ ଦୁର୍ଗମ ଅଞ୍ଚଳର ଗାଉଁଲି ଲୋକଙ୍କୁ ହିଁ କମାଣ୍ଡର ପଦରେ ନିଯୁକ୍ତି ମିଳିଥାଏ । ‘ବୀର ଭୋଗ୍ୟ ବଶୁଂଧରା’ ଏମାନଙ୍କ ଟ୍ୟାଗଲାଇନ୍ । ପ୍ରଥମେ ୧୫ଟି ଟିମକୁ ନେଇ ଆରମ୍ଭ ହୋଇଥିବା ୟୁନିଟ ଏବେ ବଢ଼ି ୨୪ରେ ପହଞ୍ଚିଛି । ପ୍ରତି ଟିମରେ ୬୦ ଯବାନଙ୍କୁ ନିଯୁକ୍ତି ମିଳିଥାଏ

C-60 ଫୋର୍ସରେ ନିଜ ତରଫରୁ ଏଥିରେ ସାମିଲ ହୋଇଥାନ୍ତି ସ୍ଥାନୀୟ ଲୋକ । ବିଶେଷ କରି ମାଓବାଦୀଙ୍କ ଦମନର ଶିକାର ଲୋକେ, ମାଓବାଦୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ଲୋକଙ୍କ ପରିଜନ ଏଥିରେ ସାମିଲ ହୋଇଥାନ୍ତି । ଏମାନଙ୍କ ପାଖରେ ମାଓବାଦୀଙ୍କ ବିରୋଧରେ ଲଢ଼ିବାକୁ ଓ ସେମାନଙ୍କୁ ନିପାତ କରି ନିଜ ପରିବାରକୁ ନ୍ୟାୟ ଦେବାକୁ ଥାଏ ଦୃଢ଼ ମନୋବଳ । ଏମାନେ ମାଓବାଦୀଙ୍କ ପରି ସ୍ଥାନୀୟ ଭାଷା ଯେମିତି ଗୋଣ୍ଡି ଓ ମରାଠୀ କହିଥାନ୍ତି । ଏହି କାରଣରୁ ବେଳେ ବେଳେ ଏମାନେ ମାଓବାଦୀଙ୍କ ସହ ମିଶି ସେମାନଙ୍କ ପାଖରୁ ଗୁପ୍ତତଥ୍ୟ ବି ବାହାର କରିବାକୁ ସକ୍ଷମ ହୋଇଥାନ୍ତି

କମାଣ୍ଡର ନାଁ ନେଇ ଟିମ୍

କଠିନ ମାନସିକ ଓ ଶାରୀରିକ ପରିକ୍ଷଣ ପରେ ଏହି ଟିମରେ ଯବାନ ସାମିଲ ହୋଇଥାନ୍ତି । ଏହା ଏମିତି ଏକମାତ୍ର ଫୋର୍ସ, ଯାଉଁଥିରେ ଟିମକୁ ତାଙ୍କ କମାଣ୍ଡରଙ୍କ ନାଁରେ ଜଣାଯାଇଥାଏ C-60 ୟୁନିଟର ମୁଖିଆ ମଧ୍ୟ ଆଦିବାସୀ ହୋଇଥାନ୍ତିଫଳରେ ଯବାନମାନଙ୍କୁ କମାଣ୍ଡରଙ୍କ ସହ ଭାବ ବିନିମୟ ସହଜ ହୋଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami