ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ

Above Post Content

ଖୋର୍ଦ୍ଧା: ଖୋର୍ଦ୍ଧାରେ ରୋଡ଼ ଶୋ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ । ପୁରା ସହର ପୁଷ୍ପମୟ ହୋଇଥିବାବେଳେ ଆତସବାଜିର ଝିଲିମିଲି ଲାଇଟରେ ସହର ସୌନ୍ଦର୍ଯ୍ୟମୟ ହୋଇ ଉଠିଥିଲା । ଯୋଡି ଶଙ୍ଖ ନାଦକୁ ଘୋଡାନାଚ ଓ ଦୁଲୁଦୁଲି ବାଦ୍ୟରେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କମ୍ପିଥିଲା ସହର । ସହରର ଛକ ଛକରେ ନବୀନ ନାରା ଶୁଭୁଥିଲା । ସବୁଠାରେ ବିଜେଡି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଓ ଅଜସ୍ର ଭଲପାଇବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠଥର ଲାଗି ଆର୍ଶିବାଦ କରିବାକୁ ସାଧାରଣ ଜନତା ସମବେତ ହୋଇଥିବା ଦେଖାଯାଇଥିଲା । ବିଜେଡି ପକ୍ଷରୁ ଆୟୋଜିତ ରୋଡ ଶୋ ରେ ପାଣ୍ଡିଆନ ବିଜେଡିର ଦୁଇ ପ୍ରାର୍ଥୀଙ୍କ ଲାଗି ଭୋଟଭିକ୍ଷା କରିଥିଲେ ।

Middle post content

ରୋଡ ଶୋରେ ହଜାର ହଜାର ଲୋକଙ୍କ ସମାଗମ

After 2nd paragraph post ads

ସହରର ପ୍ରତି ଛକରେ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ମୁକୁନ୍ଦପ୍ରସାଦ ଜଟଣୀ ଓଭରବ୍ରିଜ ନିକଟରୁ ଆରମ୍ଭ ହୋଇଥିବା ଏହି ରୋଡଶୋ ମୁକୁନ୍ଦପ୍ରସାଦ ଛକ, ଗୋଡିପୋଖରୀ ଛକ, ଟ୍ରାଫେିକ ଛକ, ସମବାୟ ବ୍ୟାଙ୍କ ଛକ, ବ୍ୟାଙ୍କ ଛକ, ଭେଟେନାରୀ ଛକ, ନୂଆବସଷ୍ଟାଣ୍ଡ ଛକ ଆଦି ଅଂଚଳ ପରିକ୍ରମା କରିଥିଲା । ଏହି ସମୟରେ ସବୁ ଛକରେ ପୁଷ୍ପ ବର୍ଷା କରାଯାଉଥିଲା । ବିଜେଡି ଜିନ୍ଦାବାଦ ନାରାରେ ସବୁ ଅଂଚଳ କମ୍ପୁଥିବାବେଳେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ଶୋ ରେ ରାସ୍ତାପାଖରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami