ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ?

Above Post Content

କର୍ଣ୍ଣାଟକରେ ହିଜବ ବିବାଦ ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବୟାନ ଆଉ ଗୋଟିଏ ଦୀଗ ଆଡକୁ ଇଂଗିତ କରୁଛି । ଧାମୀ କହିଛନ୍ତି ଯେ, ତାଙ୍କ ଦଳ ଯଦି ପୁନଃ କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ସମାନ ନାଗରିକ ସଂହିତା ରାମ ମନ୍ଦିର ଓ ଧାରା ୩୭୦ ଭଳି ବିଜେପିର ମୁଳ ଏଜେଣ୍ଡାରେ ଆଗରୁ ରହିଛି । ଏମିତିରେ ଧାମୀଙ୍କ ବୟାନକୁ ଗୁରୁତ୍ୱ ଏଥିପାଇଁ ଦିଆଯାଉଛି ଯେ, ଧାମୀ କେନ୍ଦ୍ରୀୟ ନେତୃତ୍ୱର ବିନା ଅନୁମତିରେ ଏତେ ବଡ଼ କଥା କହିନଥିବେ । ଧାରା ୩୭୦ ଉଛେଦ ହୋଇ ସାରିଛି । ରାମ ମନ୍ଦିରର ନିର୍ମାଣ ସରିବା ଉପରେ । ବାକି ରହିଲା ସମାନ ନାଗରିକ ସଂହିତା । ଏହାକୁ ଯଦି ଆଗକୁ ବିଜେପି ଲାଗୁ କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସମାନ ନାଗରିକ ସଂହିତା ଓ ବିଜେପି

After 2nd paragraph post ads

୧୯୯୮ର ଲୋକସଭା ନିର୍ବାଚନ କାଳରେ ଅଟଳ ବିହାରି ବାଜପାୟୀଙ୍କ ନେତୃତ୍ୱରେ ବିଜେପି ୩ ମୁଖ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିଥିଲା । ଏହି ତିନୋଟି ପ୍ରସଙ୍ଗ ଥିଲା-ଧାରା ୩୭୦ ଉଛେଦ, ରାମ ମନ୍ଦିର ନିର୍ମାଣ ଓ ସମାନ ନାଗରିକ ସଂହିତା । ତେବେ ମେଣ୍ଟ ସରକାରର ବାଧ୍ୟବାଧକତା କାରଣରୁ ବିଜେପିକୁ ସେତେବଳେ ଏହି ତିନି ପ୍ରସଙ୍ଗ ଉପରେ ଚୁପ୍ ରହିବାକୁ ପଡିଥିଲା । କିନ୍ତୁ ୨୦୧୪ରେ ବିଜେପିର ପ୍ରଚଣ୍ଡ ବିଜୟରେ ଆତ୍ମବିଶ୍ୱାସରେ ଭରପୁର ବିଜେପି ନେତୃତ୍ୱ ଦୁଇଟି ବଡ଼ ନିଷ୍ପତ୍ତି ନେଇ ସାରିଛନ୍ତି । ଆଉ କେବଳ ଗୋଟିଏ ପ୍ରସଙ୍ଗ ରହିଛି , ତାହା ହେଉଛି ସମାନ ନାଗରିକ ସଂହିତା ।

ସମାନ ନାଗରିକ ସଂହିତାର ବିବାଦ ୭୦ ବର୍ଷ ପୁରୁଣା । ସମ୍ବିଧାନ ସଭାରେ ଏହାକୁ ନେଇ ଲମ୍ବା ଆଲୋଚନା ହୋଇଥିଲା । ନିଷ୍କର୍ସ ଥିଲା ଧାରା ୩୫ (ସମ୍ବିଧାନ ଗୃହିତ ହେବା ପରେ ଯାହା ପରେ ଧାରା ୪୪ ହୋଇଥିଲା) । ଧାରା ୪୪ ଅନୁସାରେ ସମଗ୍ର ଭାରତର ସବୁ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବା ଲାଗି ରାଷ୍ଟ୍ର ଉଦ୍ୟମ କରିବ । କିନ୍ତୁ ଏହାକୁ ମୁସଲମାନ ନେତା ବିରୋଧ କରିଥିଲେ ଓ ଏବେ ମଧ୍ୟ କରୁଛନ୍ତି । ସେମାନଙ୍କ କହିବା ହେଉଛି ଏହାଦ୍ୱାରା ମୁସଲିମ୍ ପର୍ସନାଲ ଲ’ ପ୍ରଭାବିତ ହେବ

Middle post content

Uniform Civil Code: ରାଜ୍ୟଙ୍କ ପାଖରେ ସମାନ ନାଗରିକ ସଂହିତା ଲାଗୁ କରିବା ଅଧିକାର ଅଛି କି ?

୧୯୫୫ରେ ଯେତେବେଳେ ହିନ୍ଦୁ କୋଡ୍ ବିଲ୍ ଆସିଲା ସେତେବେଳେ ହିନ୍ଦୁ ସାଂସଦ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା ଯେ, ଯଦି ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ ହେଉ ନାହିଁ ତେବେ ଖାଲି ହିନ୍ଦୁଙ୍କ ପାଇଁ କାହିଁକି ? ଏହାର ଉତ୍ତରରେ ଜୱାହରଲାଲ୍ ନେହେରୁ କହିଥିଲେ ଯେ, ମୁସଲମାନ ସମ୍ପ୍ରଦାୟ ଏବେ ଏଥିପାଇଁ ପ୍ରସ୍ତୁତ ନାହିଁ । ଜେବି କୃପାଲିନି ସେତେବଳେ ନେହେରୁଙ୍କୁ କଟାକ୍ଷ କରି କହିଥିଲେ ଯେ, କେବଳ ହିନ୍ଦୁ ମହାସଭା ସାମ୍ପ୍ରଦାୟିକ ନୁହେଁ । ଏହି ସରକାର ମଧ୍ୟ ସାମ୍ପ୍ରଦାୟିକ । ଏହାକୁ ଆପଣ ଯାହା କୁହନ୍ତୁ ନା କାହିଁକି ଏହି ସରକାର ଗୋଟିଏ ସାମ୍ପ୍ରଦାୟିକ ପଦକ୍ଷେପ ନେଇଛି । ମୁଁ ଆପଣଙ୍କ ଉପରେ ସାମ୍ପ୍ରଦାୟିକତାର ଆରୋପ ଆଣୁଛି କାରଣ ଆପଣ କେବଳ ହିନ୍ଦୁ ସମ୍ପ୍ରଦାୟ ପାଇଁ ଏକ ବିବାହ ଆଇନ ଆଣୁଛନ୍ତି । ମୁଁ କହୁଛି ଯେ, ମୁସଲିମ୍ ସମ୍ପ୍ରଦାୟ ଏଥିପାଇଁ ପ୍ରସ୍ତୁତ ଅଛି କିନ୍ତୁ ଆପଣଙ୍କର ସାହସ ନାହିଁ ।

Uniform Civil Code: ସମାନ ନାଗରିକ ସଂହିତାରେ ସରକାରଙ୍କ ଭୂମିକା

ସମାନ ନାଗରିକ ସଂହିତାକୁ ନେଇ ନେହେରୁବାଦୀଙ୍କ ମଧ୍ୟରେ ଏବେ ମଧ୍ୟ ସେହି ପୁରୁଣା ଡର ରହିଛି । ମୌଲାନା ମାନେ ଏହା ବିରୋଧରେ ମୁଖର ଅଛନ୍ତି । ସମାନ ନାଗରିକ ସଂହିତା ସେମାନଙ୍କ ଧର୍ମୀୟ ଭାବନାର ଉଲ୍ଲଂଘନ ବୋଲି କହୁଛନ୍ତି । ଦଶକ ଦଶକଧରି ସୁପ୍ରିମ କୋର୍ଟ୍ ମଧ୍ୟ ସରକାରଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି । ସରକାରଙ୍କ ଭୟକୁ ସୁପ୍ରିମକୋର୍ଟ ତାତ୍ସଲ୍ୟ କରିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ କହିବା ହେଉଛି ସମାନ ନାଗରିକ ସଂହିତା ଆମ ଲକ୍ଷ୍ୟ । କିନ୍ତୁ ଲକ୍ଷ୍ୟ ହାସଲ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାର କିଛି ମଧ୍ୟ କରିନାହାନ୍ତି । ହିନ୍ଦୁ ପର୍ସନାଲ ଲ’ ର କୋଡିଫିକେସନ୍ ଆସିବାର ତିନି ଦଶକ ପରେ ଶାହାବାନୁ ମାମଲାରେ ସୁପ୍ରିମକୋର୍ଟ୍ ଭାରତୀୟ ପିଙ୍ଗଳ କୋଡର ଧାରା ୧୨୫ ଅନ୍ତର୍ଗତରେ ଛାଡପତ୍ର ପାଇଥିବା ମୁସଲିମ୍ ମହିଳା ଦ୍ୱିତୀୟ ବିବାହ ନକରିବା ପର୍ଯ୍ୟନ୍ତ ସ୍ୱାମୀଙ୍କଠାରୁ ଭରଣ ପୋଷଣ ପାଇବେ ବୋଲି ରାୟ ଦେଇଥିଲେ । କିନ୍ତ ରାଜୀବ ଗାନ୍ଧୀ ସରକାର ମୁସଲିମ୍ ଭୋଟ୍ ହରାଇବା ଭୟରେ ମୁସଲିମ୍ ଓମେନ୍ ପ୍ରୋଟେକ୍ସନ ଆଇନ୍ ୧୯୮୬ ଆଣି ସୁପ୍ରିମକୋର୍ଟଙ୍କ ରାୟକୁ ପଲଟାଇ ଦେଇଥିଲେ. । ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ପଛରେ କେନ୍ଦ୍ରୀୟ ବିଜେପି ନେତୃତ୍ୱର ସମର୍ଥନ ଅଛି ଓ ଆଗକୁ ସମାନ ନାଗରିକ ସଂହିତା ଆସିପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami