ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ

Above Post Content

ଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସରେ ନିଧନ ହୋଇଛି । ତାମିଲନାଡୁର ନୀଳଗିରି ପର୍ବତମାଳାରେ ଜଣେ ଯୋଦ୍ଧାଙ୍କ ଜୀବନର ଅନ୍ତ ଘଟିଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।

ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକଠାରୁ ଡୋକଲାମରେ ଚୀନକୁ ଚ୍ୟାଲେଂଜ ପଛରେ ଥିଲା ରାୱତଙ୍କ ରଣନୀତି । ରାୱତ ଥିଲେ ଏମିତି ଜଣେ ସୈନିକ ଯାହାଙ୍କ ଡିଏନଏରେ ଥିଲା ଭାରତୀୟ ସେନାତାଙ୍କ ପରିବାରର ରହିଛି ସେନା ସହିତ ପୁରୁଣା ସମ୍ପର୍କ । ରାୱତଙ୍କ ଜନ୍ମ ଉତ୍ତରାଖଣ୍ଡର ଏକ ସୈନିକ ପରିବାରରେ ମାର୍ଚ୍ଚ ୧୬, ୧୯୫୮ରେ ହୋଇଥିଲା ।

After 2nd paragraph post ads

ପରିବାରର ସେନା ଇତିହାସ

ବିପିନ ରାୱତଙ୍କ ପରିବାରର ସେନା ସହିତ ସମ୍ପର୍କ ଢେର ପୁରୁଣା । ଅନେକ ପିଢି ଧରି ସେମାନେ ଭାରତୀୟ ସେନାରେ ସାମିଲ ହୋଇ ଆସୁଛନ୍ତି । ରାୱତଙ୍କ ପିତା ଲକ୍ଷ୍ମଣ ସିଂହ ଲେଫ୍ଟନାଣ୍ଟ୍ ଜେନରାଲ ପଦରୁ ଅବସର ନେଇଥିଲେଅନ୍ୟପକ୍ଷରେ ତାଙ୍କ ମା’ ଉତ୍ତରପ୍ରଦେଶ ଉତ୍ତର କାଶୀରୁ ଆସନ୍ତି ଜେନରାଲ ରାୱତଙ୍କର ଦୁଇ ଝିଅ ଅଛନ୍ତି । ଜଣଙ୍କର ନାମ କୃତିକା ହୋଇଥିବା ବେଳେ ଅନ୍ୟଜଣକର ନାମ ବାବଦରେ କୌଣସି ତଥ୍ୟ ନାହିଁ ।

Middle post content

ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ୱାଇପ୍ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଥିଲେ । ଏହି ସଂଗଠନ ଭାରତର ସବୁଠାରୁ ବଡ଼ ସ୍ୱେଛାସେବି ମଧ୍ୟରୁ ଗୋଟିଏ । ଏହି ସଂଗଠନ ସେନା ଯବାନଙ୍କ ପତ୍ନୀଙ୍କୁ ନେଇ କାମ କରିଥାଏ । ଏହା ସୈନିକଙ୍କ ପରିବାର ସୁବିଧା ଅସୁବିଧାରେ ଛିଡା ହୋଇଥାଏ ।

ବିପିନ ରାୱତ ଡେରାଡୁନରୁ ଓ ସିମଲାରୁ ପଢା ସାରିବ ପରେ ଏନଡିଏ ଓ ଆଇଏମଏ ଡେରାଡୁନରୁ ସେନାରେ ସାମିଲ ହୋଇଥିଲେ । ୧୯୭୮ରେ ସେ ସେନାରେ ସାମିଲ ହୋଇଥିଲେ । ସେ ମିରଟ ବିଶ୍ୱବିଦ୍ୟାଳୟରୁ ସାମରିକ- ମଡିଆ ଷ୍ଟ୍ରାଟେଜିକ୍ ଷ୍ଟଡିଜରେ ପିଏଚଡି କରିଥିଲେ ।

୧୭ ଡିସେମ୍ବର ୨୦୧୬ରେ ଜେନରାଲ ଦଲବିର ସିଂହ ସୁହାଙ୍କ ପରେ ସେ ସେନାର ୨୭ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜାନୁଆରି ୨୦୨୦ରେ ସେ ପ୍ରଥମ ଥର ପାଇଁ ସୃଷ୍ଟି ହୋଇଥିବା ସିଡିଏସ ପଦର ଦାୟିତ୍ୱ ଗ୍ରହଣ କରିଥିଲେ । ସିଡିଏସ ଭାବରେ ସେ ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସରକାରଙ୍କୁ ରଣନୈତିକ ପରାମର୍ଶ ଦେଉଥିଲେ ।

ପାର୍ବତ୍ୟ ଯୁଦ୍ଧରେ ଜେନରାଲ ରାୱତ ଥିଲେ ପାରଙ୍ଗମ । ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ଥିଲା ତାଙ୍କର ବେଶ ଅଭିଜ୍ଞତା । ତାଙ୍କ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ତାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରାଯାଇଥିଲା । ଏହା ସହିତ ତାଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଆଦି ସମ୍ମାନ ପ୍ରଦାନ କରାଯାଇଥିଲା.

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami