ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍‌; ଜାପାନକୁ ହରାଇଲା ଟିମ୍ ଇଣ୍ଡିଆ

Above Post Content

ହାଙ୍ଗଝୋଉ: ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ଶୁକ୍ରବାର ଚୀନର ହାଙ୍ଗଝୋଉରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଭାରତ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ବିଜୟର ସହିତ ଭାରତ ଆସନ୍ତା ବର୍ଷ ପ୍ୟାରିସରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ।

ଏହି କ୍ରୀଡ଼ାରେ ଭାରତ ତରଫରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ଦେଇଥିଲେ । ସେହିପରି ମନପ୍ରୀତ ସିଂହ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଜାପାନ ତରଫରୁ ଏକମାତ୍ର ଗୋଲ ଦେଇଥିଲେ ସେରେନ ତନାକା ।

After 2nd paragraph post ads
Middle post content

ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୧୯୬୬, ୧୯୯୮ ଓ ୨୦୧୪ରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହା ବ୍ୟତୀତ ଭାରତୀୟ ଟିମ୍ ୯ଥର ରୌପ୍ୟ ଓ ୩ କାଂସ୍ୟ ପଦକ ଜିତିଥିଲା । ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରେ ଓ ବିଶ୍ୱ ରାଙ୍କରେ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକର ଦାବିଦାର ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

ପୁଲ ପର୍ଯ୍ୟାୟରେ ଭାରତ ୫୮ଟି ଗୋଲ ଦେଇଛି । ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରିଥିଲା । ଜାପାନକୁ ପୁଲ ପର୍ଯ୍ୟାୟରେ ଭାରତ ୪-୨ରେ ହରାଇଥିଲା । ଉଭୟ ଟିମ୍ ୨୦୧୩ ପରେ ୨୮ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨୩ଟି ମ୍ୟାଚରେ ଭାରତ ଜିତିଛି । ଜାପାନ ମାତ୍ର ୩ ଥର ଜିତିଥିବା ବେଳେ ୨ଟି ମୁକାବିଲା ଡ୍ର ରହିଛି ।

 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami