କର୍ମଚାରୀ ଭବିଷ୍ୟନିଧି (ପିଏଫ୍) ଏକ ସରକାରୀ ସ୍କିମ୍ । ଦରମା ପାଉଥିବା ସବୁ କର୍ମଚାରୀଙ୍କ ଦରମାରୁ କିଛି ଟଙ୍କା ଏହି ପାଣ୍ଠିକୁ ଯାଇଥାଏ । ଏହି ସ୍କିମରେ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଉଭୟ ପ୍ରତିମାସରେ ମୂଳବେତନ (ବେସିକ୍)ର ୧୦ ପ୍ରତିଶତ ଯୋଗଦାନ କରିଥାନ୍ତି । ଅନ୍ୟପକ୍ଷରେ ଘରୋଇ କ୍ଷେତ୍ର ପାଇଁ ଏହା ହେଉଛି ବେସିକର ୧୨ ପ୍ରତିଶତ । କର୍ମଚାରୀ ଓ ନିଯୁକ୍ତିଦାତ୍ତା ପ୍ରତିମାସରେ ଏଥିପାଇଁ ଇପିଏଫରେ ଯୋଗଦାନ ଦେଇଥାନ୍ତି । ଇପିଏଫରେ ଜମା ଟଙ୍କାକୁ କର୍ମଚାରୀ ଅବସର ପରେ କିମ୍ବା କୌଣସି କାରଣରୁ ଚାକିରି ଚାଲିଗଲେ ଉଠାଇ ପାରିବେ । କିନ୍ତୁ ବର୍ତ୍ତମାନ କରୋନା ମହାମାରି କାରଣରୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତିରେ ଇପିଏଫଓ କର୍ମଚାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଅଂଶ ଉଠାଇବାକୁ ଅନୁମତି ଦେଇଛି । ତେବେ କେମିତି ଏହି ଟଙ୍କା ଉଠାଇବେ ? ଆସନ୍ତୁ ଜାଣିବା କେମିତି ଜଣେ ଚାହିଁଲେ ଘରେ ବସି ପିଏଫ୍ ଟଙ୍କା ଉଠାଇବା ପାଇଁ ଆବେଦନ କରିପାରିବେ ।
EPFO ରୁ ଟଙ୍କା ଉଠାଇବା ପାଇଁ ଏହି ପ୍ରୋସେସକୁ ଅନୂସରଣ କରନ୍ତୁ:
- ସର୍ବପ୍ରଥମେ https://unifiedportalmem.epfindia.gov.in/memberinterface କୁ ଯାଆନ୍ତୁ । ତା’ପରେ ନିଜ UAN ନମ୍ବର ଓ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ ।
- ଏହା ପରେ Manage ଟ୍ୟାବକୁ ଯାଇ KYC ପୁରଣ କରନ୍ତୁ
- KYC ଭେରିଫାଇ କରିବା ପରେ online services କୁ ଯାଆନ୍ତୁ ଓ ‘Claim (Form-31, 19 & 10C) କୁ ସିଲେକ୍ଟ କରନ୍ତୁ ।
- ଏହା ପରେ କ୍ଲେମ୍ ସ୍କ୍ରିନ୍ ଆସିବ । ସେଠାରେ KYC, ମେମ୍ବର ଡିଟେଲ ସମେତ ଅନ୍ୟ ସର୍ଭିସେସ୍ ଉପଲବ୍ଧ ହେବ
- ଏଠାରେ ଆପଣଙ୍କୁ ନିଜ ବ୍ୟାଙ୍କ ଖାତାର ଶେଷ ୪ ଅଙ୍କ ପୁରଣ କରିବାକୁ ପଡିବ । ତା’ପରେ YES ଉପରେ କ୍ଲିକ୍ କରନ୍ତୁ । ଏହା ସାର୍ଟିଫିକେଟ୍ ସାଇନ୍ କରିବାକୁ ଆବଶ୍ୟକ ହୋଇଥାଏ ।
- ସାର୍ଟିଫିକେଟ୍ ସାଇନ କରିବା ପରେ ଆପଣଙ୍କୁ Proceed for Online Claimକୁ ଯିବାକୁ ହେବ । ଏହାପରେ Proceed for Online Claim ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ଆପଣଙ୍କୁ ଡ୍ରପ୍ ଡାଉନ ମେନୁରୁ Medical emergencyକୁ ସିଲେକ୍ଟ କରିବାକୁ ହେବ ।
- ସେଠାରେ ଆପଣ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରନ୍ତୁ । ଚେକର ସ୍କାନ୍ କରାଯାଇଥିବା କପି ଅପଲୋଡ୍ କରନ୍ତୁ ଓ ନିଜ ଠିକଣା ଲେଖନ୍ତୁ ।
- ତା’ପରେ Get Aadhaar OTP ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ଆପଣଙ୍କ ପଂଜିକୃତ ଫୋନକୁ ଏକ OTP ନମ୍ବର ଆସିବ । ତାକୁ ଏଣ୍ଟର କରନ୍ତୁ । ଓଟିପି ଏଣ୍ଟର କରିବା ପରେ କ୍ଲେମକୁ ସବମିଟ୍ କରନ୍ତୁ ।
- ମେଡିକାଲ ଏମରଜେନ୍ସି କ୍ରମରେ ଜଣେ ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ଏକ ଲକ୍ଷ ଟଙ୍କା କ୍ଲେମ୍ କରିପାରିବେ ।
ଜରୁରୀ ସୂଚନା
ଏହି ସେବାର ସୁଯୋଗ ନେବାକୁ ଚାହୁଁଥିବା ବ୍ୟକ୍ତି ଏହା ଜାଣିବା ଜରୁରୀ ଯେ, ମେଡିକାଲ ଆଡଭାନ୍ସ ସେତିକି ବେଳେ କ୍ଲେମ୍ କରାଯାଇ ପାରିବ ଯଦି କର୍ମଚାରୀ ସିଏସ(ଏମଏ) ନିୟମ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତରେ ଆସୁଥିବେ । ଏହି ସୁବିଧା ସେହି ବ୍ୟକ୍ତିଙ୍କୁ ମିଳିବ ଯିଏ ସରକାରୀ କିମ୍ବା ରାଷ୍ଟ୍ରାୟତ ୟୁନିଟ୍ କିମ୍ବା ସିଜିଏଚଏସର ଭର୍ତ୍ତି ହୋଇଥିବେ । ଯଦି ରୋଗୀ କୌଣସି ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବେ ତେବେ ତେବେ ଇପିଏଫଓର କୌଣସି ଅଧିକାରୀ ହିଁ ନିର୍ଣ୍ଣୟ ନେଇ ପାରିବେ ଯେ, ଆବେଦକଙ୍କୁ ଆଡଭାନ୍ସ ଦିଆଯିବ କି ନାହିଁ । ହସ୍ପିଟାଲରୁ ଡିସଚାର୍ଜ୍ ହେବାର ୪୫ ଦିନ ଭିତରେ ମେଡିକାଲ ବିଲ ସବମିଟ୍ କରିବାକୁ ପଡିଥାଏ ।