ସୁଲ୍ଲି ଆପରୁ ବୁଲ୍ଲି ବାଇ, ଜାଣନ୍ତୁ କେମିତି ମୁସଲିମ୍ ମହିଳାଙ୍କୁ ଆପ୍ ମାଧ୍ୟମରେ କରାଯାଉଛି ଟାର୍ଗେଟ୍

Above Post Content

ମୁସଲିମ ମହିଳାଙ୍କୁ ଆପ୍ ଜରିଆରେ ଟାର୍ଗେଟଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରାଯାଉଛି, ଯାହାକୁ ନେଇ ବିବାଦ ବଢ଼ିଛି । ବୁଲ୍ଲି ବାଈ ନାମକ ଏକ ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରାଯିବାକୁ ନେଇ ପ୍ରତିବାଦର ଝଡ ସୃଷ୍ଟି ହୋଇଛି । Github ପ୍ଲାଟଫର୍ମରେ ସୁଲ୍ଲି ଡିଲ୍ସ ନାମକ ଆପ୍ ତିଆରି କରାଯାଇ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ ହେବାର ୬ମାସ ପରେ ବୁଲ୍ଲି ବାଈରେ ଫଟୋ ଅପଲୋଡ ହେବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର କାରଣ ହୋଇଛିବୁଲ୍ଲି ବାଈ ଆପ୍ ସେହିପରି ଭାବରେ କାମ କରେ ଯେପରି ସୁଲ୍ଲି ଡିଲ୍ ଆପ୍ କାର୍ଯ୍ୟ କରୁଥିଲା । ସୁଲ୍ଲି ଡିଲ୍ ଆପକୁ Github ଲଞ୍ଚ କରିଥିଲା ଏବଂ ଏବେ ବୁଲ୍ଲି ବାଈ ଆପକୁ ମଧ୍ୟ Githubରେ ଲଞ୍ଚ କରିଛି ।

ବୁଲ୍ଲି ବାଈ ଆପରେ ମୁସଲମାନ ମହିଳାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ମହିଳା ସାମ୍ବାଦିକା ଟ୍ୱିଟରରେ ଏନେଇ ଅଭିଯୋଗ କରିଥିଲେ । ଏହି ଆପକୁ ଡେଭଲପ କରିଥିବା ଅଜ୍ଞାତ ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ବୁଲ୍ଲି ବାଈ ଆପରେ ସେୟାର କରିଥିଲେ । ମହିଳା ସାମ୍ବାଦିକଙ୍କ ଫଟୋ ଏହି ଆପରେ ସେୟାର ହେବା ପରେ ତାଙ୍କ ଫଟୋରେ ବହୁ ଅଶୀଳ କମେଣ୍ଟ ଆସିଥିଲା । ତେବେ ବୁଲ୍ଲି ବାଇ ଆପକୁ କିଏ ତିଆରି କରିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଅଭିଯୋଗକାରୀ ମହିଳା ସାମ୍ବାଦିକା ଜଣକ ଯେଉଁ ସ୍କ୍ରିନ୍ ସଟ୍ ସେଆର କରିଛନ୍ତି, ତା’ର URL bullibai.github.io ରହିଛି। ଏହି ମହିଳା ଅଭିଯୋଗ କରିବା ପରେ ଏହି URLକୁ ଏବେ ଡିଆକ୍ଟିଭ କରାଯାଇଛି ।

After 2nd paragraph post ads
Middle post content

ସୂଚନା ମୁତାବକ, ପ୍ରାୟ ୬ ମାସ ପୂର୍ବେ ଠିକ୍ ଏଭଳି ଏକ ବିବାଦୀୟ ଆପ୍ ଲଞ୍ଚ ହୋଇଥିଲା। ଯାହାର ନାଁ ଥିଲା ‘ସୁଲ୍ଲି ଡିଲ୍’ ଆପ୍। ଏହି ସୁଲି ଡିଲ୍ ଆପ୍ ମାଧ୍ୟମରେ କିଛି ପ୍ରତିଷ୍ଠିତ ଓ ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ଏହି ଆପରେ ସେୟାର କରାଯାଇଥିଲା । ଏହି ଆପ୍ ମାଧ୍ୟମରେ କେବଳ ଫଟୋ ସେୟାର ହେଉନଥିଲା ନିଲାମ କରିବାକୁ ମଧ୍ୟ ଘୋଷଣା ହୋଇଥିଲା । ଏହି ଆପର ଉପରେ ‘find your sulli’ ଲେଖା ହୋଇଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ FIR ରୁଜୁ କରାଯାଇଥିଲା । FIR ରୁଜୁ ପରେ ଏହି ଆପକୁ GitHubରୁ ହଟାଇ ଦିଆଯାଇଥିଲା

ତେବେ ବର୍ତ୍ତମାନ ବୁଲ୍ଲି ବାଈ ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ବା ସିଇଆରଟି କରୁଛି । ଏହା ସହ Github ଜରିଆରେ ଆକାଉଣ୍ଟକୁ ବ୍ଲକ କରାଯାଇଛି ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିବସେନା ଏମପି ପ୍ରିୟଙ୍କା ଚତୁର୍ବେଦୀ ଏଆଇଏମଆଇଏମ ନେତା ଅସଉଦ୍ଦିନ ଓଓ୍ବେସି । ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗୀ ନେଇ ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ମୁମ୍ବାଇ ସାଇବର ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami