ଆମେରିକାର ଚେତାବନୀ : ପାକିସ୍ତାନରେ ପ୍ରଭାବ ବିସ୍ତାର କରୁଛି ତାଲିବାନ, ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ କରିପାରେ କବଜା

Above Post Content

ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋଲ୍ଟନ ଆମେରିକାର ବୈଦେଶିକ ନୀତିକୁ ନେଇ ବେସ ମୁଖର ଅଛନ୍ତି

ବୋଲ୍ଟନ କ’ଣ କହିଛନ୍ତି ?

After 2nd paragraph post ads

ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବୋଲ୍ଟନ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଏବେ ପାକିସ୍ତାନୀ ପରମାଣୁ ଅସ୍ତ୍ର ଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ବି ହୋଇପାରେ ଯେ, ତାଲିବାନ ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ପର୍ଯ୍ୟନ୍ତ ପହଂଚି ଯାଇପାରେ । ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ ପରମାଣୁ ଅସ୍ତ୍ର ରହିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକା ହଟିବା ପରେ ତାଲିବାନ ହାତରେ ଅତ୍ୟାଧୁନିକ ଅସ୍ତ୍ର ପଡିଥିଲା ।

Middle post content

ପାକିସ୍ତାନରେ ଶରିୟା ଆଇନ୍ ଆସିବ

ପାକିସ୍ତାନରେ ଦ୍ରୁତ ଗତିରେ ତାଲିବାନର ପ୍ରଭାବ ବଢିବାରେ ଲାଗିଛିତାଲିବାନ ସମର୍ଥକ କଠୋରପନ୍ଥୀ ପାକିସ୍ତାନରେ ମଧ୍ୟ ସାରିୟା ଆଇନ ଲାଗୁ କରିବାକୁ ଜୋର ଦେଇ ପାରନ୍ତି । ଇସଲାମାବାଦର ସବୁଠାରୁ କୁଖ୍ୟାତ ମଦ୍ରାସା ଜାମିଆ ହଫସା ଗମ୍ବୁଜରେ ଲାଗିଥିବା ତାଲିବାନ ପତାକାକୁ ହଟାଇବା ପାଇଁ ପୋଲିସ ଯେତେବେଳ ପହଂଚିଥିଲା ସେତେବେଳେ ସେଠାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଘଟଣା ପାକିସ୍ତାନରେ ତାଲିବାନ ପ୍ରଭାବ ବୃଦ୍ଧି ପାଇବାର ସଂକେତ ବୋଲି ସେ କହିଛନ୍ତି ।

ପାକିସ୍ତାନ ପାଖରେ କେତେ ପରମାଣୁ ଅସ୍ତ୍ର ?

ପାକିସ୍ତାନ ପାଖରେ ବର୍ତ୍ତମାନ ୧୫୦ରୁ ୧୬୦ ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି । ଏହା ଭିତରୁ ୧୦୨ଟି ଭୂପୃଷ୍ଟରୁ ପ୍ରକ୍ଷେପିତ ହୋଇ ପାରୁଥିବା ଅସ୍ତ୍ର । ପାକିସ୍ତାନ ପାଖେ ଏଫ-୧୬ ଫାଇଟର ପ୍ଲେନ୍ ରହିଛି । ଏହା ମଧ୍ୟରୁ ୨୪ରେ ପରମାଣୁ ଲଂଚର ରହିଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami