![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ପୁଣି ଲମ୍ବା ଚୁଟି ରଖିଲେ ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନୀ । ଏବେ ସେ ପୁଣି ଥରେ ଲମ୍ବା ଚୁଟି ରଖି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଲମ୍ବା ଚୁଟି କାହିଁକି ରଖିଲେ ସେ ବିଷୟରେ କହିଛନ୍ତି । ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଆଇପିଏଲ ୨୦୨୪ରେ ଲମ୍ବା ଚୁଟିରେ ନଜର ଆସିବେ ଧୋନୀ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
MS Dhoni said, "maintaining this hairstyle is very difficult. Earlier I used to get ready in 20 mins, now it takes 1 hour 10 minutes. I'm doing because fans are liking it, but someday I wakes up and decide it's enough, I'll cut it down".pic.twitter.com/qknk36Spop
— Mufaddal Vohra (@mufaddal_vohra) December 27, 2023
ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନୀ ଲମ୍ବା ଚୁଟି ରଖିବାକୁ ଖୁବ୍ ପସନ୍ଦ କରନ୍ତି । ଲମ୍ବା ଚୁଟି ପାଇଁ ଧୋନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ୨୦୦୭ ଟି୨୦ବିଶ୍ୱକପ ପାଇଁ ଧୋନୀ ତାଙ୍କ ଚୁଟି କାଟିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲରେ ଦେଖି ସାରିଛନ୍ତି । ନିକଟରେ ଗୋଟିଏ ଇଭେଣ୍ଟରେ ଯୋଗ ଦେଇ ଧୋନୀ କହିଛନ୍ତି, ଲମ୍ବା ଚୁଟି ରଖିବାର କାରଣ ମୋ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରନ୍ତି । ନୂଆ ହେୟାର ଷ୍ଟାଇଲ ରଖିବାରେ ବହୁତ ସମସ୍ୟା ହେଉଛି । ଯଦି ଆଗକୁ ଏପରି ସମସ୍ୟା ହୁଏ ତେବେ ଚୁଟି ଛୋଟ କରିଦେବି । ପ୍ରଥମେ ପ୍ରଥମେ ମୋତେ ପ୍ରସ୍ତୁତ ହେବାକୁ ୨୦ମିନିଟ ଲାଗୁଥିଲା । ଏବେ ଲମ୍ବା ଚୁଟି ପାଇଁ ୧ଘଣ୍ଟା ୧୦ମିନିଟ ଲାଗୁଛି । କେବଳ ମୋ ପ୍ରଶଂସକଙ୍କୁ ପସନ୍ଦ ବୋଲି ଏହି ଚୁଟି ରଖିଛି ବୋଲି ସେ କହିଛନ୍ତି ।ଧୋନୀଙ୍କ ଏହି ଲମ୍ବା ଚୁଟି ଦେଖି ଅନୁମାନ କରାଯାଉଛି କି, ସେ ଆଇପିଏଲ ୨୦୨୪ରେପୁଣି ଲମ୍ବା ଚୁଟିରେ ନଜର ଆସିବେ । କେବଳ ଧୋନୀଙ୍କ ପ୍ରଶଂସକ ନୁହନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାରଫ ମଧ୍ୟ ଧୋନୀଙ୍କ ଲମ୍ବା ଚୁଟିର ଫ୍ୟାନ ଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)