![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଏହା ଆମେ ସମସ୍ତେ ଜାଣିଛେ ଯେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ସ୍ଥିତିରେ ଟ୍ରାଫିକ୍ ପୋଲିସ ଜରିମାନା ଲାଗୁ କରିଥାଏ ଓ କିଛି ପରିସ୍ଥିତିରେ ଗାଡି ମଧ୍ୟ ଜବତ କରିଥାଏ । ତେବେ ଅନେକଙ୍କ ମନରେ ଧାରଣା ରହିଛି ଯେ, ଟ୍ରାଫିକ୍ ପୋଲିସ କେବଳ ଚାଲଣ କାଟି ପାରିବ ଓ କାହାରିକି ଗିରଫ କରିପାରିବ ନାହିଁ । ଅନ୍ୟପକ୍ଷରେ ଆଉ କିଛିଙ୍କ ମତରେ ପରିସ୍ଥିତି ଯଦି ଦାବି କରେ ତେବେ ଟ୍ରାଫିକ ପୋଲିସ କାହାରିକି ମଧ୍ୟ ଗିରଫ କରି ପାରିବ । ତେବେ ଆସନ୍ତୁ ଜାଣିବା ସତ କ’ଣ ?
ଏହା ସହିତ ଆମେ ଆପଣଙ୍କୁ କହିବୁ ଟ୍ରାଫିକ୍ ପୋଲିସ ପାଖରେ କାହାକୁ ଗିରଫ କରିବା ନେଇ କ’ଣ ସବୁ ଅଧିକାର ରହିଛି ଓ କେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତିକୁ ଗିରଫ କରିପାରିବେ ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଟ୍ରାଫିକ୍ ପୋଲିସ କାହାକୁ ଗିରଫ କରି ପାରିବ କି ?
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ପୋଲିସ କିଛି ଧାରାର ଅପରାଧକୁ ନେଇ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିପାରିବେ । ମୋଟର ଯାନ ଆଇନ ଅନୁସାରେ କୌଣସି ବ୍ୟକ୍ତି ଯଦି ପୋଲିସ ଉପସ୍ଥିତିରେ ଧାରା ୧୮୪, ୧୮୫, ୧୯୭ ଅଧିନରେ କୌଣସି ଦଣ୍ଡନିୟ ଅପରାଧ କରନ୍ତି ତେବେ ଟ୍ରାଫିକ୍ ପୋଲିସ ତାକୁ ଗିରଫ କରିପାରିବ । ତେବେ ଧାରା ୧୮୫ ଅଧିନରେ ଥିବା ଦଣ୍ଡନିୟ ଅପରାଧ ଅଭିଯୋଗରେ ଯାହାକୁ ଗିରଫ କରାଯାଇଥିବ ତାଙ୍କର ଦୁଇ ଘଣ୍ଟା ମଧ୍ୟରେ ଡାକ୍ତରୀ ଯାଂଚ କରାଯିବା ବାଧ୍ୟତାମୁଳକ । ଯଦି ଦୁଇ ଘଣ୍ଟା ମଧ୍ୟରେ ଗିରଫ ବ୍ୟକ୍ତିଙ୍କର ଡାକ୍ତରୀ ଯାଂଚ ହୋଇନାହିଁ ତେବେ ତାଙ୍କୁ ଛାଡିବାକୁ ପଡିବ ।
କେତେବେଳେ ବିନା ୱାରେଣ୍ଟରେ ଗିରଫ କରିପାରିବ ପୋଲିସ ?
ୟୁନିଫର୍ମରେ କୌଣସି ପୋଲିସ ଅଧିକାରୀ ନିମ୍ନଲିଖିତ ପରିସ୍ଥିତିରେ ୱାରେଣ୍ଟ୍ ବିନା କାହାରିକି ଗିରଫ କରିପାରିବେ…
- ଯଦି ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତି ଅଧିନିୟମ ଅନୁସାରେ ନିଜ ନାମ ଓ ଠିକଣା ଦେଉ ନାହାନ୍ତି ଓ ପୋଲିସକୁ ଲାଗୁଛି ଯେ, ବ୍ୟକ୍ତି ଜଣକ ଭୁଲ ତେବେ ତାଙ୍କୁ ଗିରଫ କରାଯାଇ ପାରିବ ।
- ଏଭଳି କୌଣସି ବ୍ୟକ୍ତି ଯିଏ ଏହି ଆଇନ ଅଧିନରେ ଆଗରୁ କୌଣସି ଅପରାଧ କରିଥିବେ ଓ ସେ ଫେରାର ହେବାର ଆଶଙ୍କା ଥିବ କିମ୍ବା ସମନକୁ ସ୍ୱୀକାର ନକରିପାରେ,ତେବେ ପୋଲିସ ତାଙ୍କୁ ଗିରଫ କରି ପାରିବ ।
- ଏହା ସହିତ ବିପଜ୍ଜନକ ଗାଡ଼ି ଚାଳନା (ଧାରା ୧୮୪) ମାଦକ ପଦାର୍ଥ ସେବନ କରି ଗାଡ଼ି ଚାଳନା (ଧାରା ୧୮୫) ମାଲିକଙ୍କ ବିନା ସହମତିଗେ ଗାଡି ଚାଳାଇବା (ଧାରା ୧୯୭) ନିଜ ନାମ ଓ ଠିକଣା କହିବାକୁ ମନା କଲେ କିମ୍ବା ଫେରାର ହେବା ଆଶଙ୍କା ଥିଲେ ଟ୍ରାଫିକ୍ ପୋଲିସ ଗିରଫ କରି ପାରିବେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)