![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରୁ ରୋଜଗାର କରିବା ସାଧାରଣ କଥା ହୋଇଗଲାଣି । ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭଲ ଚାକିରି,ବ୍ୟବସାୟକୁ ଛାଡ଼ି ସୋସିଆଲ ମିଡ଼ିଆରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆଉ ଅଭିନେତା, ଅଭିନେତ୍ରୀ ହୁଅନ୍ତୁ ବା ଖେଳାଳି ସେମାନଙ୍କ କଥା ନ କହିବା ଭଲ । କାରଣ ସେମାନେ ସୋସିଆଲ ମିଡ଼ିଆରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ସେଥିମଧ୍ୟରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ କେତେ କୋଟି ନିଅନ୍ତି ଆପଣ ଜାଣନ୍ତି କି? ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ବିଜ୍ଞାପନରୁ କରନ୍ତି ରୋଜଗାର
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ୱ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ୨୦୨୦ ମସିହା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ଘଟିଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ ଅଧିନାୟକତ୍ୱ କରୁଛନ୍ତି ଧୋନି । ତେବେ କ୍ରିକେଟକୁ ବହୁତ ପସନ୍ଦ କରୁଥିବା ଧୋନି କ୍ରିକେଟ ବ୍ୟତୀତ ଧୋନି ନିବେଶ ଓ ବିଜ୍ଞାପନ କରି ଟଙ୍କା ରୋଜଗାର କରନ୍ତି ।
ସୋସିଆଲ ମିଡ଼ିଆରୁ ୮୮ ଲକ୍ଷରୁ ୧.୨ କୋଟି କରନ୍ତି ରୋଜଗାର
ଏହା ସହିତ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ମଧ୍ୟ ସେ ଟଙ୍କା ଆୟ କରିଥାନ୍ତି । ହେଲେ ଏଥିରୁ ସେ ଲକ୍ଷେ କି ୨ଲକ୍ଷ ନୁହେଁ, ଗୋଟାଏ ପୋଷ୍ଟ ପାଇଁ ତାଙ୍କୁ ପ୍ରାୟ ୮୮ଲକ୍ଷ ଟଙ୍କାରୁ ୧.୨କୋଟି ଟଙ୍କା ମିଳେ । ଯଦି ଧୋନିଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୧,୦୪୦କୋଟି ଟଙ୍କାର ମାଲିକ ଅଟନ୍ତି । ଧୋନିଙ୍କ ଆଇପିଏଲ ଆୟ ଦେଖିବାକୁ ଗଲେ ଚେନ୍ନାଇ ସୁପର କିଙ୍ଗ୍ସ, ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍ ୨୦୨୪ ପାଇଁ ୧୨କୋଟି ଟଙ୍କା ବେତନ ପ୍ରଦାନ କରୁଛି । ୨୦୨୨ର ନିଲାମିରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନିଙ୍କୁ ୧୨କୋଟି ଟଙ୍କାରେ ଦଳରେ ରଖିଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)