୧୬ରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ରୋଡ୍ ଶୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଗଙ୍ଗନଗର ଛକରୁ ଏହି ରୋଡ଼ ଶୋ’ ବାହାରି ଏଲଆଇସି ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯିବ । ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ରୋଡ୍ ଶୋ’ ସମୟରେ ସିନିୟର ପୋଲିସ ଅଫିସରମାନେ ଉପସ୍ଥିତ ରହିବେ । ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami