କଡ଼ା ସୁରକ୍ଷା ମଧ୍ୟରେ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମତଦାନ ଆରମ୍ଭ

Above Post Content

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମିଜୋରାମ ଓ ଛତିଶଗଡ଼ ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ଆଜି ମିଜୋରାମ ରାଜ୍ୟର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେଉଥିବା ବେଳେ ଛତିଶଗଡ଼ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତ ଗ୍ରହଣ ଆରମ୍ଭ ହୋଇଛି । ଛତିଶଗଡ଼ର ମାଓବାଦୀ ପ୍ରବଣ ବସ୍ତର ଡିଭିଜନର ୭ ଜିଲ୍ଲାର ୧୨ଟି ଆସନ ସହ ଅନ୍‌୍ୟ ୪ଟି ଜିଲ୍ଲାର ୮ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି । ମାଓବାଦୀ ପ୍ରବଣ ୧୦ଟି ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥି ମଧ୍ୟରେ ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଛତିଶଗଡ଼ ମୋଟ ୫୩୦୪ ମତଦାନ କେନ୍ଦ୍ରରେ ପ୍ରାୟ ୪୧ ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ ।

Middle post content

୬୦ ହଜାର ସୁରକ୍ଷାକର୍ମୀ ନିୟୋଜିତ

After 2nd paragraph post ads

ଛତିଶଗଡର ୧୦ଟି ମୋହଲା-ସୋନପୁର,ଅନ୍ତାଗଢ, ଭାନୁପ୍ରତାପପୁର,କାଙ୍କରେ, କେଶକାଲ, କୌଣ୍ଡାଗାଁ, ନାରାୟଣପୁର, ଦନ୍ତେୱାଡା, ବୀଜାପୁର, କୋଟାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ଅପରାହ୍ନ ୩ଟା ଯାଏ ଚାଲିବ । ମାଓବାଦୀ ପ୍ରବଣ ଅଞ୍ଚଳରେ ୬୦ ହଜାର ସୁରକ୍ଷା କର୍ମୀ ଏଠାରେ ମୁତୟନ କରାଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ଶୃଙ୍ଖଳିତ ଭାବେ ମତଦାନ ଗ୍ରହଣ ପାଇଁ ଏଠାରେ ୨୫,୪୨୯ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ସେହିପରି ମିଜୋରାମରେ ମଧ୍ୟ ଶୃଙ୍ଖଳିତ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାକୁ ଲାଗଥିବା ମିଆଁମାର ଏବଂ ବାଙ୍ଗଲାଦେଶ ବର୍ଡରକୁ ପୁରା ସିଲ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami