![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ପଡ଼ିଲେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମିତ୍ର । ଶନିବାର ମହୁଆଙ୍କ ବାସଭବନରେ ଚଢାଉ କରିଛି ସିବିଆଇ । କେବଳ ଏତିକି ନୁହେଁ, ସିବିଆଇ ଟିମ କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଛି । ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ଚଡାଉ କରୁଛି ସିବିଆଇ । ଲୋକପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଗୁରୁବାର ମହୁଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା । ଏହା ସହ ମହୁଆଙ୍କ ବିରୋଧରେ ଆସନ୍ତା ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ଲୋକପାଳ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ସଂସଦରେ ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ଚଡାଉ କରିଛି ସିବିଆଇ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଟିଏମସି ଏମପି ମହୁଆ ମିତ୍ର ତାଙ୍କ ବୟାନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଆନ୍ତି । ଭାଜପା ନେତା ନିଶିକାନ୍ତ ଦୁବେ ମହୁଆଙ୍କ ଉପରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ଏମପି ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଟଙ୍କା ଓ ଉପହାର ବିନିମୟ ହୋଇଛି ବୋଲି ସେ କହିଛନ୍ତି । ନିଶିକାନ୍ତ ଦୁବେ ଲୋକ ସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଟିଏମସି ଏମପି ମହୁଆଙ୍କ ବିରୋଧରେ ତଦନ୍ତ କମିଟି ଗଠନ ଏବଂ ତାଙ୍କୁ ତୁରନ୍ତ ଗୃହରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ନିଶିକାନ୍ତ ଦୁବେ କହିଥିଲେ ଯେ ଯେତେବେଳେ ବି ସଂସଦ ଅଧିବେଶନ ହୁଏ, ସେତେବେଳେ ମହୁଆ ଏବଂ ବରିଷ୍ଠ ତ୍ରୁଣମୂଳ ଏମପି ସୌଗତା ରୟଙ୍କ ନେତୃତ୍ୱରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସ (ଏଆଇଟିସି) ର ପାଟିତୁଣ୍ଡ କରୁଥିବା ବ୍ରିଗେଡ, କୌଣସି ନା କୌଣସି ବାହାନା କରି ସଭିଙ୍କ ସହ ଦୁର୍ବବ୍ୟବହାର କରି ଗୃହର କାର୍ଯ୍ୟରେ ବାଧା ଉପୁଯାଇଥାଆନ୍ତି । ଗତ ଡିସେମ୍ବରରେ ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ନିଜର ସାଂସଦ ପଦ ହରାଇଥିଲେ ମହୁଆ । ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)