ଆଜମଗଡରେ ମାୟାବତୀଙ୍କ ଗୁଗଲି, ଉପ ନିର୍ବାଚନରେ ଅଖିଳେଶଙ୍କୁ ଘେରିଲେ

Above Post Content

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକରକମ ଅସ୍ତିତ୍ୱ ହରାଇଥିବା ବହୁଜନ ସମାଜ ପାର୍ଟି ନିଜକୁ ସଂଗଠିତ କରିବାକୁ ଉଦ୍ୟମ କରୁଛି । ତେବେ ଲାଗୁଛି ଯେ, ମାୟାଙ୍କ ନିଶାନାରେ ବିଜେପି କମ ସମାଜବାଦୀ ପାର୍ଟି ଅଧିକ ରହିଛି । ରବିବାର ହୋଇଥିବା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତିରୁ ଏହା ଜଣା ପଡୁଛି । ବିଏସପି ସୁପ୍ରିମୋଙ୍କ ଏହି ନିଷ୍ପତି ଏସପି ମୁଖିଆ ଅଖିଳେଶଙ୍କ ଚିନ୍ତା ବଢାଇ ଦେବ । କାରଣ କରହଲ ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ଅଖିଳେଶ ଆଜମଗଡ ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି । ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛିଏସପିକୁ ଘେରିବା ପାଇଁ ବିଏସପି ଏହି ଆସନରୁ ଗୁଡଡୁ ଜମାଲିଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ଗୁଡୁ ଜମାଲି ଓ୍ୱେଏସିଙ୍କ ଦଳର ଏକମାତ୍ର ପ୍ରାର୍ଥୀ ଥିଲେ ଯେ, ଯିଏ ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ଅମାନତ ବଂଚାଇ ପାରିଥିଲେ ।

ଗୁଡୁ ଜମାଲି କାହିଁକି ?

After 2nd paragraph post ads
Middle post content

୨୦୧୨ ଓ ୨୦୧୭ ନିର୍ବାଚନରେ ଗୁଡୁ ଜମାଲି ଆଜମଗଡର ମୁବାରକପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ । ତେବେ ୨୦୨୨ରେ ବିଏସପି ତ୍ୟାଗ କରି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କୁ ସମାଜବାଦୀ ପାର୍ଟି ଟିକେଟ୍ ନଦେବା ପରେ ସେ ୱେୱେସିଙ୍କ ଦଳରେ ଯୋଗ ଦେଇଥିଲେ । ନିର୍ବାଚନରେ ହାରିଲେ ମଧ୍ୟ ସେ ନିଜ ଅମାନତ ବଂଚାଇ ପାରିଥିଲେ । ତାଙ୍କୁ ମୋଟ ୩୬ ହଜାର ଭୋଟ୍ ମିଳିଥିଲା । ଏବେ ଜମାଲିଙ୍କୁ ମୋହରା କରି ଆଜମଗଡରେ ଏସପି ଗଡ଼ ଭାଙ୍ଗିବାକୁ ମାୟବତୀ ଯୋଜନା କରିଛନ୍ତି ।

ଆଜମଗଡ କାହିଁକି ସପା ପାଇଁ ଜରୁରୀ ?

ଆଜମଗଡ ସପାର ମଜବୁତ ଗଡ ଭାବେ ପରିଗଣିତ ହୁଏ । ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ଏହା ପୁଣିଥରେ ପ୍ରମାଣିତ ହୋଇଛି । ଆଜମଗଡରେ ସପା ସବୁ ୧୦ ଆସନରେ ବିଜୟୀ ହୋଇଛିବିଧାନସଭା ନିର୍ବାଚନ ପୂର୍ବରୁ ଯେତେବେଳେ ଅଖିଳେଶ ନିର୍ବାଚନ ଲଢିବା କଥା ଉଠିଲା ସେତେବେଳେ ସେ ଆଜମଗଡର କୌଣସି ସିଟ୍ ବାଛିବେ ବୋଲି ଚର୍ଚ୍ଚା ହେଉଥିଲା । ଆଜମଗଡରୁ ସେ ଲୋକସଭା ନିର୍ବାଚନ ମଧ୍ୟ ଜିତିଥିଲେ । ତେବେ ସେ ମୈନପୁରୀର କରହଲରୁ ନିର୍ବାଚନ ଲଢିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami