ସମ୍ବଲପୁରକୁ ଅଶାନ୍ତ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଥିବା ଅଭିଯୋଗ

Above Post Content

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନକୁ ଘାରିଛି ହାରିବା ଭୟ । ଏଥିପାଇଁ ସମ୍ବଲପୁରକୁ ଅଶାନ୍ତ କରିବାକୁ କରୁଛନ୍ତି ଚେଷ୍ଟା । ଭୋଟ୍ ଆଗରୁ ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ କରୁଛନ୍ତି ଉଦ୍ୟମ । ଏଭଳି ସାଂଘାତିକ ଅଭିଯୋଗ ଆଣି ଧର୍ମେନ୍ଦ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ।

Middle post content

ହାରିବା ଭୟରେ ବିଜେପି ହୋଇପଡ଼ିଛି ରକ୍ତମୁଖା

After 2nd paragraph post ads

ବିଜେଡିର ଅଭିଯୋଗ ଅନୁସାରେ, ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇପଡ଼ିଛି । ଏଥିସହ ଟଙ୍କା ବଣ୍ଟାକୁ ଶେଷ ଅସ୍ତ୍ର ଭାବେ ବାଛିଛି । ରେଙ୍ଗାଲିରେ ରକ୍ତପାତ କରୁଛି । ପୋଲିସ ଅଧିକାରୀ ରାଜେଶ ଶତପଥୀଙ୍କୁ ଛେଣ୍ଡିପଦା ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମର୍ଥକ ଆକ୍ରମଣ ମଧ୍ୟ କରିଛନ୍ତି । ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ ବିଜେପି ଉଦ୍ୟମ କରୁଥିବାରୁ ଫ୍ଲାଗମାର୍ଚ୍ଚ ପାଇଁ ଦାବି କରିଛି ବିଜେଡି । ସମ୍ବଲପୁରରେ ଧର୍ମେନ୍ଦ୍ର ହାରିବା ଜାଣି ଟଙ୍କା ବାଣ୍ଟି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି । ଏଣୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami