ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ଅକ୍ଷୟ, ଟାଇଗର

Above Post Content

ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ଅବସରରେ ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫ । ଏହାର ଏକ ଭିଡ଼ିଓ ଅକ୍ଷୟ କୁମାର ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି , ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ନଜର ଆସିଛନ୍ତି । ଉଭୟ ଷ୍ଟାର ବର୍ତ୍ତମାନ ଜୋର୍ଡାନରେ ସେମାନଙ୍କର ଆଗାମୀ ଫିଲ୍ମ‘ବଡେ ମିୟାଁ ଛୋଟ ମିୟାଁ’ର ଏକ ଗୀତ ଶୁଟିଂ କରୁଛନ୍ତି । ନିଜ ଦେଶଠାରୁ ଦୂରରେ ଥିଲେ ମଧ୍ୟ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ବିଦେଶ ମାଟିରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ଭିଡିଓରେ ଉଭୟ ଅଭିନେତା ହାତରେ ତ୍ରିରଙ୍ଗା ଧରି ଦୌଡୁଥିବା ଦେଖିବାକୁ ମିଳିଛି ।

ମନରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରୁଛି

After 2nd paragraph post ads
Middle post content

ଆଗାମୀ ଫିଲ୍ମ ‘ବଡେ ମିୟାଁ ଛୋଟ ମିୟାଁ’ରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ନଜର ଆସିବେ । ଏହି ଯୋଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଉଭୟ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଫର୍ରଫର୍ମ କରୁଛନ୍ତି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଯାଇଛି, ଯେଉଁଥିରେ କମେଡି ସହିତ ହାଇ ଭୋଲଟେଜ୍ ଆକ୍ସନ ମଧ୍ୟ ରହିଛି । ଅକ୍ଷୟ କୁମାର ସେୟାର କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏୟାରଲିଫ୍ଟ ଷ୍ଟାର ବ୍ଲାକ ଲୁକ୍‌ରେ ନଜର ଆସିଛନ୍ତି । ସେ ଏକ କଳା ଶାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ଅନ୍ୟପକ୍ଷରେ, ଅଭିନେତା ଟାଇଗର ବେଜ ରଙ୍ଗର ପ୍ୟାଣ୍ଟ ଉପରେ ଧଳା ଶାର୍ଟ ପିନ୍ଧିଛନ୍ତି । ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିବା ବନ୍ଦେ ମାତରମ୍ ଗୀତ ସହିତ ଅକ୍ଷୟ ଏବଂ ଟାଇଗରଙ୍କ ଏହି ଭିଡିଓ ନିଶ୍ଚିତ ଭାବରେ ମନରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami